ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ

ଭୁବନେଶ୍ୱର,୧ା୧୦: ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟରେ ବଡ ବୟାନ ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମନ୍ତ୍ରୀ କହିଛନ୍ତି ଯେ, ”ବ୍ଲାକଲିଷ୍ଟ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା କଥା ନୁହେଁ। ଏହା ପୂର୍ବ ସରକାରରୁ ରହି ଆସିଛି, ଆମେ ଏହି ବିଷୟ ଦେଖୁଛୁ, ତର୍ଜମା କରୁଛୁ। ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ ନାହିଁ, ପିଲାମାନେ ଆଶ୍ୱସ୍ତ ରୁହନ୍ତୁ, […] The post ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ appeared first on Dharitri Odia News.

ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ

ଭୁବନେଶ୍ୱର,୧ା୧୦: ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ମଧ୍ୟରେ ବଡ ବୟାନ ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଛନ୍ତି ଯେ, ”ବ୍ଲାକଲିଷ୍ଟ ସଂସ୍ଥାକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯିବା କଥା ନୁହେଁ। ଏହା ପୂର୍ବ ସରକାରରୁ ରହି ଆସିଛି, ଆମେ ଏହି ବିଷୟ ଦେଖୁଛୁ, ତର୍ଜମା କରୁଛୁ। ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ ନାହିଁ, ପିଲାମାନେ ଆଶ୍ୱସ୍ତ ରୁହନ୍ତୁ, ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ”।

ତେବେ ରାଜ୍ୟରେ ସରକାରୀ ଚାକିରି କରାଇଦେବାକୁ ଅନେକ ଦଲାଲ ମାତିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ୍-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ଓଡ଼ିଶା ସବୋର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍‌ଆଇ, ଏଆର୍‌ଆଇ, ଆଇସିଡିଏସ୍‌ ସୁପର ଭାଇଜର, ଅମିନ ପରୀକ୍ଷା ଏହି ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବ କାରଣରୁ ବିବାଦ ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା କଂପ୍ୟୁଟର ସେଣ୍ଟରରେ ପରୀକ୍ଷା ପରୀକ୍ଷା ହେଉଥିବା ବେଳେ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ଉତ୍ତେଜନା ପରେ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରିଥିଲେ।

ତେବେ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ, ଓଏସଏସଏସସି ଏକ ସାଇବର କାଫେରେ ପରୀକ୍ଷା କରୁଛି। ପରୀକ୍ଷା କେନ୍ଦ୍ର ତଳେ ହୋଟେଲ ରହିଥିବାରୁ ବିନା ଆଇ କାର୍ଡରେ ଲୋକମାନେ ମନଇଚ୍ଛା ଭିତରକୁ ପ୍ରବେଶ କରୁଛନ୍ତି। ଫଳରେ ପରୀକ୍ଷାରେ ସ୍ୱଚ୍ଛତା ରହିବା ନେଇ ପ୍ରଶ୍ନ ଉଠିଛି।

The post ବ୍ଲାକଲିଷ୍ଟ ସଂସ୍ଥାକୁ ଦିଆଯାଇଛି ଆର୍‌ଆଇ, ଅମିନ ପରୀକ୍ଷା ଦାୟିତ୍ୱ: ଆଇଟି ମନ୍ତ୍ରୀ ଦେଲେ ବଡ଼ ମନ୍ତବ୍ୟ appeared first on Dharitri Odia News.