ବ୍ଳୁହ୍ବିଲ୍‌ସର ଭୁବନେଶ୍ୱର ପ୍ରାଞ୍ଚାଇଜ୍‌ ଲଞ୍ଚ୍‌

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ନୂଆଦିଲ୍ଲୀସ୍ଥିତ ବ୍ଳୁହ୍ବିଲ୍‌ସ କମ୍ପାନୀ ଦ୍ୱାରା ଜେଏମ୍‌ଡି ଓଡ଼ିଶା(ଓପିସି) ପ୍ରାଇଭେଟ୍‌ ଲିମିଟେଡ୍‌ ଭୁବନେଶ୍ୱରରେ ନୂତନ ପ୍ରାଞ୍ଚାଇଜ ମଡେଲର ଲଞ୍ଚ୍‌ କରାଯାଇଛି। ୨ ଚକିଆ ସ୍କୁଟର, ୩ ଚକିଆ ଅଟୋରିକ୍ସା ଏବଂ ୪ ଚକିଆ ଯାନ ବ୍ୟବହାର କରି ଲଜିଷ୍ଟିକ୍‌ ସେବା ପ୍ରଦାନ କରାଯିବ। ଇଲେକ୍ଟ୍ରିକ୍‌ ଯାନ ମାଧ୍ୟମରେ ଇ- ବାଣିଜ୍ୟ ଖାଦ୍ୟ ବିତରଣ କମ୍ପାନୀଗୁଡ଼ିକୁ ସେବା ଯୋଗାଇବ। ରବିବାର କଳିଙ୍ଗନଗର କେ-୭ରେ କମ୍ପାନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ଲୁ ହ୍ବିଲ୍‌ସ କମ୍ପାନୀର ଫାଉଣ୍ଡେଶନ୍‌ ହେଡ୍‌ ସୁଶାନ୍ତ […] The post ବ୍ଳୁହ୍ବିଲ୍‌ସର ଭୁବନେଶ୍ୱର ପ୍ରାଞ୍ଚାଇଜ୍‌ ଲଞ୍ଚ୍‌ appeared first on Dharitri Odia News.

ବ୍ଳୁହ୍ବିଲ୍‌ସର ଭୁବନେଶ୍ୱର ପ୍ରାଞ୍ଚାଇଜ୍‌ ଲଞ୍ଚ୍‌

ଭୁବନେଶ୍ୱର,୧୯।୨(ଅନୁରାଧା ମହାରଣା): ନୂଆଦିଲ୍ଲୀସ୍ଥିତ ବ୍ଳୁହ୍ବିଲ୍‌ସ କମ୍ପାନୀ ଦ୍ୱାରା ଜେଏମ୍‌ଡି ଓଡ଼ିଶା(ଓପିସି) ପ୍ରାଇଭେଟ୍‌ ଲିମିଟେଡ୍‌ ଭୁବନେଶ୍ୱରରେ ନୂତନ ପ୍ରାଞ୍ଚାଇଜ ମଡେଲର ଲଞ୍ଚ୍‌ କରାଯାଇଛି। ୨ ଚକିଆ ସ୍କୁଟର, ୩ ଚକିଆ ଅଟୋରିକ୍ସା ଏବଂ ୪ ଚକିଆ ଯାନ ବ୍ୟବହାର କରି ଲଜିଷ୍ଟିକ୍‌ ସେବା ପ୍ରଦାନ କରାଯିବ। ଇଲେକ୍ଟ୍ରିକ୍‌ ଯାନ ମାଧ୍ୟମରେ ଇ- ବାଣିଜ୍ୟ ଖାଦ୍ୟ ବିତରଣ କମ୍ପାନୀଗୁଡ଼ିକୁ ସେବା ଯୋଗାଇବ।

ରବିବାର କଳିଙ୍ଗନଗର କେ-୭ରେ କମ୍ପାନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ଲୁ ହ୍ବିଲ୍‌ସ କମ୍ପାନୀର ଫାଉଣ୍ଡେଶନ୍‌ ହେଡ୍‌ ସୁଶାନ୍ତ ମୁଖାର୍ଜୀ ସୂଚନା ଦେଇଛନ୍ତି। ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ଦିବ୍ୟାଙ୍ଗମାନେ ମଧ୍ୟ ସ୍ବାବଲମ୍ବୀ ହେବା ପାଇଁ ଏହି ସେବା ନେଇପାରିବେ। ସର୍ବଭାରତୀୟ ସ୍ତରରେ କମ୍ପାନୀ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୮ଟି କମ୍ପାନୀକୁ ଏହି ସେବା ପ୍ରଦାନ କରାଯାଉଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଇ-ଯାନ ମାଧ୍ୟମରେ ଏହି ସେବା ପ୍ରଦାନ କରାଯାଉଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପ୍ରଭେଜ କୁମାର ମେଦିନୀରାୟ କହିଛନ୍ତି।

ତେବେ ୨୦୨୫ ସୁଦ୍ଧା ୧ ହଜାର ଯାନ ବିତରଣ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଥିବା କମ୍ପାନୀର ନିର୍ଦ୍ଦେଶକ ଦୀପକ ଆରୁଖ ଓ ପ୍ରବୀଣ କୁମାର ମେଦିନୀରାୟ କହିଛନ୍ତି। ଆଗାମୀ ଦିନରେ ଗଞ୍ଜାମ, କଟକ ଏବଂ ଅନ୍ୟାନ୍ୟ ସହରରେ ଏହି ସେବା ଲଞ୍ଚ୍‌ କରାଯିବ ବୋଲି ଜୋନାଲ ହେଡ୍‌ ବିମଲ କୁମାର କହିଛନ୍ତି।

The post ବ୍ଳୁହ୍ବିଲ୍‌ସର ଭୁବନେଶ୍ୱର ପ୍ରାଞ୍ଚାଇଜ୍‌ ଲଞ୍ଚ୍‌ appeared first on Dharitri Odia News.