ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୭ା୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ହାଇଦ୍ରାବାଦ ହାଉସରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇଥିଲା। ମୋଦି ଏବଂ ମୁଇଜୁ ମାଳଦ୍ୱୀପରେ ହନିମାଧୁ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେକୁ ଉଦ୍‌ଘାଟନ କରିଥିଲେ। ଏହାସହ ମାଳଦ୍ୱୀପରେ RuPay କାର୍ଡ ମାଧ୍ୟମରେ ଦେୟ ଆରମ୍ଭ ହୋଇଥିଲା। ମୋଦି ଏବଂ ମୁଇଜୁ ପ୍ରଥମ କାରବାରର ସାକ୍ଷୀ ରହିଛନ୍ତି। ମୁଇଜୁଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ […] The post ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି appeared first on Dharitri Odia News.

ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୭ା୧୦: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତରେ ଅଛନ୍ତି। ସୋମବାର ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ହାଇଦ୍ରାବାଦ ହାଉସରେ ଏହି ସାକ୍ଷାତ ଅନୁଷ୍ଠିତ ହୋଇଥିଲା। ମୋଦି ଏବଂ ମୁଇଜୁ ମାଳଦ୍ୱୀପରେ ହନିମାଧୁ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେକୁ ଉଦ୍‌ଘାଟନ କରିଥିଲେ। ଏହାସହ ମାଳଦ୍ୱୀପରେ RuPay କାର୍ଡ ମାଧ୍ୟମରେ ଦେୟ ଆରମ୍ଭ ହୋଇଥିଲା। ମୋଦି ଏବଂ ମୁଇଜୁ ପ୍ରଥମ କାରବାରର ସାକ୍ଷୀ ରହିଛନ୍ତି।

ମୁଇଜୁଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଶତାବ୍ଦୀ ପୁରୁଣା। ଭାରତ ହେଉଛି ମାଳଦ୍ୱୀପର ନିକଟତମ ପଡ଼ୋଶୀ ତଥା ଘନିଷ୍ଠ ବନ୍ଧୁ। ଆମର ପଡ଼ୋଶୀ ପ୍ରଥମ ନୀତି ଏବଂ ସାଗର ଭିଜନରେ ମାଳଦ୍ୱୀପର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗର ବିଭିନ୍ନ ଦିଗ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛୁ। ହାରବର୍‌ ପ୍ରକଳ୍ପ ଉପରେ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଆମେ ଭାରତ ମହାସାଗରରେ ସ୍ଥିରତା ଏବଂ ସମୃଦ୍ଧତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବୁ। କଲମ୍ବୋରେ ପ୍ରତିଷ୍ଠାତା ସଦସ୍ୟ ସୁରକ୍ଷା କନକ୍ଲେଭ ମାଳଦ୍ୱୀପ ଏଥିରେ ଯୋଗଦେବା ସ୍ବାଗତଯୋଗ୍ୟ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ୍ସରେ ଏକ ପୋଷ୍ଟରେ, ଏହି ବୈଠକ ସମ୍ପର୍କରେ ସୂଚନା ଦେଇ ଲେଖିଛନ୍ତି, ଭାରତ-ମାଳଦ୍ୱୀପର ସ୍ବତନ୍ତ୍ର ସମ୍ପର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାଇଦ୍ରାବାଦ ହାଉସରେ ପହଞ୍ଚିବା ପରେ ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ସ୍ବାଗତ କରିଥିଲେ। ଭାରତ-ମାଳଦ୍ୱୀପ ଦ୍ୱିପାକ୍ଷିକ ସମ୍ପର୍କ ଉପରେ। ସେଠାରେ ବ୍ୟାପକ ଆଲୋଚନା ହେବ।

The post ମୁଇଜୁଙ୍କୁ ଭେଟିବା ପରେ ବଡ଼ କଥା କହିଦେଲେ ମୋଦି appeared first on Dharitri Odia News.