ବ୍ୟବସାୟ ଆରମ୍ଭ କରିବା ଲାଗି ସରକାର ଦେଉଛନ୍ତି ୨୦ ଲକ୍ଷ ଲୋନ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତର ସରକାର ଦେଶର ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଯାହାର ଲାଭ ଭିନ୍ନ ଭିନ୍ନ ଲୋକଙ୍କୁ ମିଳୁଛି। ଯଦି ଆପଣ ନିଜର ଏକ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ପାଖେ ଟଙ୍କା ନାହିଁ, ତେବେ ଏଥିପାଇଁ ବର୍ତ୍ତମାନ ସରକାର ଏକ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଆସନ୍ତୁ ଏହି ବିଷୟରେ ଜାଣିବା.. ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଚାଲୁଛି। ଏହି ଯୋଜନା ମାଧ୍ୟମରେ ସରକାର ବିଜନେସ ଆରମ୍ଭ […]

ବ୍ୟବସାୟ ଆରମ୍ଭ କରିବା ଲାଗି ସରକାର ଦେଉଛନ୍ତି ୨୦ ଲକ୍ଷ ଲୋନ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତର ସରକାର ଦେଶର ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଯାହାର ଲାଭ ଭିନ୍ନ ଭିନ୍ନ ଲୋକଙ୍କୁ ମିଳୁଛି। ଯଦି ଆପଣ ନିଜର ଏକ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ପାଖେ ଟଙ୍କା ନାହିଁ, ତେବେ ଏଥିପାଇଁ ବର୍ତ୍ତମାନ ସରକାର ଏକ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ଆସନ୍ତୁ ଏହି ବିଷୟରେ ଜାଣିବା..

ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଚାଲୁଛି। ଏହି ଯୋଜନା ମାଧ୍ୟମରେ ସରକାର ବିଜନେସ ଆରମ୍ଭ କରିବା ଲାଗି ଋଣ ଦେଉଛନ୍ତି। କିପରି ଏହି ଯୋଜନାରେ ଆବେଦନ କରିବେ ଆସନ୍ତୁ ଜାଣିବା। ଏହି ଯୋଜନାରେ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦେଉଥିଲେ। ଏହାକୁ ବର୍ତ୍ତମାନ ବଢାଇ ୨୦ ଲକ୍ଷ ଟଙ୍କା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନୁଯାୟୀ, ଭାରତ ସରକାର ତିନି ପ୍ରକାରର ଲୋନ ଦେଉଛନ୍ତି। ଯେଉଁଥିରେ ଶିଶୁ ଶ୍ରେଣୀ, କିଶୋର ଶ୍ରେଣୀ ଏବଂ ତରୁଣ ଶ୍ରେଣୀ ସାମିଲ ରହିଛି। ଶିଶୁ ଶ୍ରେଣୀ ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯାଇଥାଏ। ସେହିପରି କିଶୋର ଶ୍ରେଣୀରେ ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯାଇଥାଏ। ଏହା ବ୍ୟତୀତ ତରୁଣ କାଟାଗୋରୀ ଅନୁଯାୟୀ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ମିଳୁଥିଲା। କିନ୍ତୁ ବର୍ତ୍ତମାନ ତରୁଣ ବା ଯୁବା କାଟାଗୋରୀରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ଯୋଜନାରେ ଆବେଦନ କରିବା ପାଇଁ ଆପଣ ଅନଲାଇନ ଏବଂ ଅଫଲାନରେ କରିପାରିବେ। ମୁଦ୍ରା ଯୋଜନାରେ ଅନଲାଇନ ଆବେଦନ କରିବା ଲାଗି ଅଫିସିଆଲ ପୋର୍ଟାଲ www.udyamimitra.in କୁ ଯାଇ କରିବେ। ସେହିପରି ଅଫଲାଇନ ଆବେଦନ ପାଇଁ ନିଜ ନିକଟସ୍ଥ ବ୍ୟାଙ୍କ ବା ନନ୍ ବ୍ୟାଙ୍କିଂ ଫାଇନାନସିଆଲ କମ୍ପାନୀ ବା ଏମଏଫଆଇର କୌଣସି ମଧ୍ୟ ବ୍ରାଞ୍ଚକୁ ଯାଇ ଆପ୍ଲାଏ କରିପାରିବେ।