ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼, ପେଟ୍ରୋଲ ଢାଳି ଦାମୀ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ
କାମାକ୍ଷାନଗର,୧୪।୩(ସରୋଜ ଭୂଷଣ ମହାନ୍ତି): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛପାଖରେ ଥିବା ଜଣେ ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜ ଉପରେ ବୁଧବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ଗ୍ୟାରେଜରେ ଥିବା ପିକ୍ଅପ୍ ଗାଡ଼ି ଜାଳିଦେବା ସହ ପାଖରେ ଥିବା ଏକ ଫର୍ଚୁନର ଗାଡ଼ିକୁ ଭାଙ୍ଗିଦେଇଛନ୍ତି। ସୂଚନାନୁଯାୟୀ, ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଗ୍ୟାରେଜ୍ ଉପରେ ଦୁର୍ବୃତ୍ତମାନେ ସୁତୁଲି ବୋମାମାଡ଼ କରିଥିଲେ। ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଘରର ସମସ୍ତ […] The post ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼, ପେଟ୍ରୋଲ ଢାଳି ଦାମୀ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ appeared first on Dharitri Odia News.
କାମାକ୍ଷାନଗର,୧୪।୩(ସରୋଜ ଭୂଷଣ ମହାନ୍ତି): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରଙ୍ଗଧର ଷ୍ଟାଡିୟମ ପଛପାଖରେ ଥିବା ଜଣେ ବ୍ୟବସାୟୀଙ୍କ ଘର ଓ ଗ୍ୟାରେଜ ଉପରେ ବୁଧବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ଗ୍ୟାରେଜରେ ଥିବା ପିକ୍ଅପ୍ ଗାଡ଼ି ଜାଳିଦେବା ସହ ପାଖରେ ଥିବା ଏକ ଫର୍ଚୁନର ଗାଡ଼ିକୁ ଭାଙ୍ଗିଦେଇଛନ୍ତି।
ସୂଚନାନୁଯାୟୀ, ବ୍ୟବସାୟୀ ସରୋଜ ଭୂଷଣ ମହାନ୍ତିଙ୍କ ଗ୍ୟାରେଜ୍ ଉପରେ ଦୁର୍ବୃତ୍ତମାନେ ସୁତୁଲି ବୋମାମାଡ଼ କରିଥିଲେ। ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଘରର ସମସ୍ତ ସଦସ୍ୟ ଶୋଇଥିଲେ। ବୋମାମାଡ଼ ଶବ୍ଦ ଶୁଣି ସମସ୍ତେ ବାହାରକୁ ଆସି ଗ୍ୟାରେଜରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ପରେ ପରିବାରଲୋକେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଦୁର୍ବୃତ୍ତ କେଉଁ କାରଣରୁ ବୋମାମାଡ଼ ସହ ଗାଡ଼ି ଜାଳିଛନ୍ତି ତାର କାରଣ ଅସ୍ପଷ୍ଟ ଥିବା ବେଳେ କାହା ସହିତ ତାଙ୍କର ଶତ୍ରୁତା ନ ଥିବା ସରୋଜ କହିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।
The post ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼, ପେଟ୍ରୋଲ ଢାଳି ଦାମୀ ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ appeared first on Dharitri Odia News.