ବ୍ୟାଗ ଭିତରୁ ୪ଦିନର ଶିଶୁ କନ୍ୟା ଉଦ୍ଧାର, କ୍ଷୀରେଇଟାଙ୍ଗିରୀରେ ଅଭାବନୀୟ ଘଟଣା
କେନ୍ଦୁଝର : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ବ୍ୟାଗ ଭିତରୁ ୪ଦିନର ଶିଶୁ କନ୍ୟା ଉଦ୍ଧାର । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କ୍ଷୀରେଇଟାଙ୍ଗିରୀରେ ଅଭାବନୀୟ ଘଟଣା । କ୍ଷୀରେଇଟାଙ୍ଗିରୀ ସରସ୍ଵତୀ ଶିଶୁ ମନ୍ଦିର ପଛ ପଟରେ ଏକ ପୋଖରୀ କୂଳରେ ବ୍ୟାଗ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗାଁର ଜଣେ ମହିଳା ପୋଖରୀକୁ ଯାଉଥିବା ବେଳେ ବେଳେ ଶିଶୁର କାନ୍ଦ ଶୁଣି ବ୍ୟାଗ ଖୋଲି ଦେଖିଥିଲେ । ବ୍ୟାଗରେ ଶିଶୁ […] The post ବ୍ୟାଗ ଭିତରୁ ୪ଦିନର ଶିଶୁ କନ୍ୟା ଉଦ୍ଧାର, କ୍ଷୀରେଇଟାଙ୍ଗିରୀରେ ଅଭାବନୀୟ ଘଟଣା appeared first on KNews Odisha.

କେନ୍ଦୁଝର : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ବ୍ୟାଗ ଭିତରୁ ୪ଦିନର ଶିଶୁ କନ୍ୟା ଉଦ୍ଧାର । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କ୍ଷୀରେଇଟାଙ୍ଗିରୀରେ ଅଭାବନୀୟ ଘଟଣା । କ୍ଷୀରେଇଟାଙ୍ଗିରୀ ସରସ୍ଵତୀ ଶିଶୁ ମନ୍ଦିର ପଛ ପଟରେ ଏକ ପୋଖରୀ କୂଳରେ ବ୍ୟାଗ ଭିତରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଗାଁର ଜଣେ ମହିଳା ପୋଖରୀକୁ ଯାଉଥିବା ବେଳେ ବେଳେ ଶିଶୁର କାନ୍ଦ ଶୁଣି ବ୍ୟାଗ ଖୋଲି ଦେଖିଥିଲେ ।
ବ୍ୟାଗରେ ଶିଶୁ କନ୍ୟାକୁ ଭର୍ତ୍ତି କରି ଚେନ ଦେଇ କେହି ଫିଙ୍ଗି ଚାଲିଯାଇଥିଲା । ଶିଶୁକୁ ଉଦ୍ଧାର କରି ମହିଳା ଜଣକ ତୁରୁମୁଙ୍ଗା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଶିଶୁଟିର ଅବସ୍ଥା ଭଲ ଥିବା ପୋଲିସ କହିଛି ।
The post ବ୍ୟାଗ ଭିତରୁ ୪ଦିନର ଶିଶୁ କନ୍ୟା ଉଦ୍ଧାର, କ୍ଷୀରେଇଟାଙ୍ଗିରୀରେ ଅଭାବନୀୟ ଘଟଣା appeared first on KNews Odisha.