ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ, ବିଫଳ ହୋଇ ଫେରାର ମାରିଲେ ଦୁର୍ବୃତ୍ତ
କୁଚିଣ୍ଡା ୧୨।୩: ବଡ ଧରଣର ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ବିଫଳ ହୋଇ ଫେରାର ମାରିଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁନ୍ତୁରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଏଭଳି ଘଟଣା ଘଟିଛି । ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ବ୍ୟାଙ୍କର ଝରକା ତାଡିବା ସହ ମେନ୍ ଗେଟ୍ର ତାଲାକୁ କାଟି ବ୍ୟାଙ୍କ ଭିତରେ ପଶିଥିଲେ । ତେବେ ଆଇରନ ଲକରକୁ ଭାଙ୍ଗିବାରେ ବିଫଳ ହୋଇଥିଲେ । ପରେ ବ୍ୟାଙ୍କର ଆସବାବପତ୍ରକୁ ଏଣେତେଣେ ଫୋପାଡ଼ିବା ସହ କମ୍ପ୍ୟୁଟରକୁ ଭାଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ । ତେବେ ମଙ୍ଗଳବାର ସକାଳୁ ବ୍ୟାଙ୍କର ଅବସ୍ଥା ଦେଖି କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଏସ୍ଡ଼ିପିଓ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି ।
କୁଚିଣ୍ଡା ୧୨।୩: ବଡ ଧରଣର ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ବିଫଳ ହୋଇ ଫେରାର ମାରିଛନ୍ତି ଦୁର୍ବୃତ୍ତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା କୁନ୍ତୁରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଏଭଳି ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ବ୍ୟାଙ୍କର ଝରକା ତାଡିବା ସହ ମେନ୍ ଗେଟ୍ର ତାଲାକୁ କାଟି ବ୍ୟାଙ୍କ ଭିତରେ ପଶିଥିଲେ । ତେବେ ଆଇରନ ଲକରକୁ ଭାଙ୍ଗିବାରେ ବିଫଳ ହୋଇଥିଲେ । ପରେ ବ୍ୟାଙ୍କର ଆସବାବପତ୍ରକୁ ଏଣେତେଣେ ଫୋପାଡ଼ିବା ସହ କମ୍ପ୍ୟୁଟରକୁ ଭାଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ । ତେବେ ମଙ୍ଗଳବାର ସକାଳୁ ବ୍ୟାଙ୍କର ଅବସ୍ଥା ଦେଖି କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଏସ୍ଡ଼ିପିଓ ପହଞ୍ଚି ଅଧିକ ତଦନ୍ତ କରିଛନ୍ତି ।