‘ବ୍ୟାଙ୍କମାନେ ରେରା ନିୟମ ଅନୁପାଳନ କରିବା ଉଚିତ୍‌’

ଭୁବନେଶ୍ୱର,୨୦।୧(ଅନୁରାଧା ମହାରଣା): ବ୍ୟାଙ୍କମାନେ ଗୃହ ର୍ନିମାଣ ପ୍ରକଳ୍ପ ଗୁଡିକର ହିସାବ ରଖିବା ବେଳେ ରେରା ନିୟମ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି। ରିଅଲ୍‌ ଇଷ୍ଟେଟ୍‌ ରେଗୁଲାର ଅଥରିଟି (ରେରା) ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେରାର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ବୈଠକରେ ଉଦବୋଧନ ଦେଇ ବ୍ୟାଙ୍କମାନେ ସର୍ବଦା ରେରାର ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ। ରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ବାଳ ପ୍ରକଳ୍ପର ହିସାବ […] The post ‘ବ୍ୟାଙ୍କମାନେ ରେରା ନିୟମ ଅନୁପାଳନ କରିବା ଉଚିତ୍‌’ appeared first on Dharitri Odia News.

‘ବ୍ୟାଙ୍କମାନେ ରେରା ନିୟମ  ଅନୁପାଳନ କରିବା ଉଚିତ୍‌’

ଭୁବନେଶ୍ୱର,୨୦।୧(ଅନୁରାଧା ମହାରଣା): ବ୍ୟାଙ୍କମାନେ ଗୃହ ର୍ନିମାଣ ପ୍ରକଳ୍ପ ଗୁଡିକର ହିସାବ ରଖିବା ବେଳେ ରେରା ନିୟମ ଅନୁପାଳନ କରିବାକୁ ପରାମର୍ଶ ଦିଆଯାଇଛି। ରିଅଲ୍‌ ଇଷ୍ଟେଟ୍‌ ରେଗୁଲାର ଅଥରିଟି (ରେରା) ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରେରାର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ ବୈଠକରେ ଉଦବୋଧନ ଦେଇ ବ୍ୟାଙ୍କମାନେ ସର୍ବଦା ରେରାର ନିୟମ ଅନୁପାଳନ କରିବାକୁ ପରାମର୍ଶ ଦେଇଥିଲେ। ରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ବାଳ ପ୍ରକଳ୍ପର ହିସାବ କିତାବରେ ସ୍ବଚ୍ଛତା ରକ୍ଷା ସହ ଗୃହକ୍ରେତାମାନଙ୍କ ସ୍ବାର୍ଥରକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବ୍ୟବସାୟିକ ସଦସ୍ୟ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଆଇନର ବିଭିନ୍ନ ଦିଗ ସମେତ ଏ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଉପରେ ଆଲୋକପାତ କରିଥିଲେ । ଅର୍ଥ ବିଭାଗର ନିର୍ଦ୍ଦେଶିକା ଡ. ପ୍ରଜ୍ଞାସ୍ମିତା ସାହୁ ବ୍ୟାଙ୍କମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ରିଜଭ ବ୍ୟାଙ୍କର ମାର୍ଗଦର୍ଶିକା ପାଳନ କରିବାକୁ କହିଥିଲେ। ସ୍ବତନ୍ତ୍ର ପଦାଧିକରୀ ରବି ନାରାୟଣ ପାଢୀ ରେରାର ବିଭିନ୍ନ ନିୟମ ସଂକ୍ରାନ୍ତରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ।
ସଚିବ ବିଜୟ କୁମାର ପୃଷ୍ଟି ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସଚିବ ଦୀପକ କୁମାର ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ। ଅତିରିକ୍ତ ସଚିବ ଶ୍ରାବଣୀ ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

The post ‘ବ୍ୟାଙ୍କମାନେ ରେରା ନିୟମ ଅନୁପାଳନ କରିବା ଉଚିତ୍‌’ appeared first on Dharitri Odia News.