ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍
ରାଞ୍ଚି/ନୂଆଦିଲ୍ଲୀ,୩୧।୧: ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ସିଏ ସବୁଠାରେ ଶିରୋନାମା ମଣ୍ଡନ କରିଛନ୍ତି। ୧୯୯୭ରେ ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚୌକି ଛାଡ଼ିବାକୁ ପଡ଼ିଥିଲା। ଲାଲୁଙ୍କ ଇସ୍ତଫା ପରେ ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୨୬ ବର୍ଷ ପରେ […] The post ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍ appeared first on Dharitri Odia News.
ରାଞ୍ଚି/ନୂଆଦିଲ୍ଲୀ,୩୧।୧: ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ଖବରକାଗଜ ଯାଏଁ ସିଏ ସବୁଠାରେ ଶିରୋନାମା ମଣ୍ଡନ କରିଛନ୍ତି। ୧୯୯୭ରେ ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚୌକି ଛାଡ଼ିବାକୁ ପଡ଼ିଥିଲା। ଲାଲୁଙ୍କ ଇସ୍ତଫା ପରେ ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାର ୨୬ ବର୍ଷ ପରେ ପଡ଼ୋଶୀ ଝାଡ଼ଖଣ୍ଡରେ ସମ୍ଭବତଃ ଅନୁରୂପ ଘଟଣାକ୍ରମ ଦେଖିବାକୁ ମିଳିପାରେ। ଅନୁମାନ କରାଯାଉଛି କି ସୋରେନଙ୍କୁ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ତାଙ୍କୁ ଗିରଫ କରିପାରେ।
ତେବେ ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ମୁଖିଆ ସୋରେନ ଓ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି କି…
୨୦୧୯ ନିର୍ବାଚନ ପୂର୍ବରୁ ଝାଡଖଣ୍ଡର ସିଏମ ହେମନ୍ତ ସୋରେନ ତାଙ୍କର ମୋଟ ସମ୍ପତ୍ତିର ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ସେ କୋଟି କୋଟି ଟଙ୍କାର ମାଲିକ ବୋଲି ଜଣାପଡିଛି। MyNeta.com ରେ ଉପଲବ୍ଧ ସୂଚନା ଅନୁଯାୟୀ, ଜେଏମଏମ ନେତା ତଥା ଶିବୁ ସୋରେନଙ୍କ ପୁଅ ହେମନ୍ତଙ୍କ ମୋଟ ସମ୍ପତ୍ତି ୮,୫୧,୭୪,୧୯୫ ଟଙ୍କା ରହିଛି।
୨୦୧୯ରେ ତାଙ୍କର ନେଟ୍ ଓ୍ବର୍ଥ ୮କୋଟି ଟଙ୍କା ବୋଲି ଘୋଷଣା କରିଥିବାବେଳେ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୨୫ ଲକ୍ଷ ଟଙ୍କା ଜମା ରହିଛି। ସୋରେନ ଏବଂ ତାଙ୍କ ସ୍ତ୍ରୀଙ୍କର ପ୍ରାୟ ୭,୨୪,୬୧୨ ଟଙ୍କା ମୂଲ୍ୟର ସେୟାର, ବଣ୍ଡ ଏବଂ ଡିଭିଏନଞ୍ଚର ରହିଛି। ଜେଏମଏମ ନେତାଙ୍କର ୨୬,୮୧,୫୮୯ ଟଙ୍କା ମୂଲ୍ୟର ପୋଷ୍ଟଅଫିସ ରହିଥିବାବେଳେ ଜୀବନ ବୀମା ନିଗମ ଓ ଆଇସିଆଇସିଆଇ ଯୋଜନାରେ ୭୦.୫,୬୩୮ ଟଙ୍କା ନିବେଶ କରିଛନ୍ତି।
ନିର୍ବାଚନ ସତ୍ୟପାଠରେ ୨,୮୪,୨୨୦ ଟଙ୍କା ଋଣ କରିଥିବା କହିଛନ୍ତି। ୨୦୧୮-୧୯ରେ ତାଙ୍କର ବ୍ୟକ୍ତିଗତ ଆୟ ୧୩.୩୭ ଲକ୍ଷ ଟଙ୍କା ବୋଲି ଘୋଷଣା କରିଛନ୍ତି। ସତ୍ୟପାଠରେ ଦେଇଥିବା ପ୍ରମାଣପତ୍ର ଅନୁଯାୟୀ, ହେମନ୍ତ ସୋରେନଙ୍କର ଏକ ଟାଟା ସଫାରି କାର ଅଛି, ଯାହାକୁ ସେ ୧୩ ଲକ୍ଷ ଟଙ୍କାରେ କିଣିଛନ୍ତି। ଏଥିସହ ତାଙ୍କର ଏକ ହ୍ୟାଚବ୍ୟାକ କାର୍ ଅଛି। ସେ ତାଙ୍କ ସ୍ତ୍ରୀ କଳ୍ପନାଙ୍କ ନାମରେ ଏକ ମାରୁତି ସିଆଜ କାର ପଞ୍ଜିକୃତ କରିଛନ୍ତି।
ସିଏମ ହେମନ୍ତଙ୍କ ନାମରେ କୌଣସି ସୁନା କିମ୍ବା ରୂପା ଜିନିଷ ନାହିଁ। ସୂଚନାନୁସାରେ, ସୋରେନଙ୍କ ସ୍ତ୍ରୀ କଳ୍ପନାଙ୍କ ପାଖରେ ୨୪ ଲକ୍ଷ ଟଙ୍କାର ୬୫୫ ଗ୍ରାମ ସୁନା ଓ ୯ଲକ୍ଷ ଟଙ୍କାର ଅଧିକ ମୂଲ୍ୟର ୨୦ କିଲୋଗ୍ରାମ ରୂପା ରହିଛିି। ତାଙ୍କ ପାଖରେ ୫୫ହଜାର ଟଙ୍କାର ରାଇଫଲ ରହିଛି। ମୁଖ୍ୟମନ୍ତ୍ରୀଙ୍କ ବୋକରୋ ଏବଂ ଅଙ୍ଗରା ରାଞ୍ଚିରେ ୨୨ ଲକ୍ଷ ଟଙ୍କାର ଦୁଇଟି ପ୍ଲଟ ରହିଛି। ସେହିପରି ବୋକରୋରେ ୭୫ ଲକ୍ଷ ଟଙ୍କାର ଏ ଘର ଓ ୧୯ ଲକ୍ଷ ଟଙ୍କାର ଅନ୍ୟାନ୍ୟ ସମ୍ପତ୍ତି ରହିଛି। ଏଥିସହ ସୋରେନଙ୍କ ସ୍ତ୍ରୀ କଳ୍ପନାଙ୍କ ପାଖରେ ୪,୮୭,୦୦,୦୦୦ ଟଙ୍କା ମୂଲ୍ୟର ତିନୋଟି ବ୍ୟବସାୟିକ କୋଠା ରହିଛି।
The post ହେମନ୍ତ-କଳ୍ପନା ସୋରେନଙ୍କ ପାଖରେ ରହିଛି ଏତେ ଟଙ୍କା, ଜାଣିଲେ ହୋଇଯିବେ ତାଜୁବ୍ appeared first on Dharitri Odia News.