ବ୍ୟାଟର୍ଙ୍କ ପରେ ବୋଲର୍ଙ୍କ କମାଲ : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ହରାଇଲା ବୁମ୍ରା ବାହିନୀ
ପର୍ଥ : ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଛି। ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଅଧିନାୟକ ଯଶପ୍ରୀତ୍ ବୁମ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଛି। ପ୍ରଥମ ଟେଷ୍ଟର ଦ୍ବିତୀୟ ପାଳିରେ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ଓ ବରିଷ୍ଠ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ଅଷ୍ଟ୍ରେଲିଆକୁ ୫୩୪ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଜୟସ୍ୱାଲ ୧୬୧ ଓ କୋହଲି […]

ପର୍ଥ : ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଛି। ପର୍ଥର ଅପ୍ଟସ୍ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଅଧିନାୟକ ଯଶପ୍ରୀତ୍ ବୁମ୍ରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଛି।
ପ୍ରଥମ ଟେଷ୍ଟର ଦ୍ବିତୀୟ ପାଳିରେ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ଓ ବରିଷ୍ଠ ବିରାଟ କୋହଲିଙ୍କ ଶତକ ବଳରେ ଭାରତ ଅଷ୍ଟ୍ରେଲିଆକୁ ୫୩୪ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଜୟସ୍ୱାଲ ୧୬୧ ଓ କୋହଲି ଅପରାଜିତ ୧୦୦ ରନ୍ କରିବା ପରେ ଭାରତ ୬ ୱିକେଟ ହରାଇ ୪୮୭ ରନ୍ରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଜବାବରେ ୫୩୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଗତକାଲି ମାତ୍ର ୧୨ ରନ୍ରେ ୩ ୱିକେଟ ହରାଇ ବିପଦରେ ପଡ଼ିଥିଲା। ଦଳ ପକ୍ଷରୁ ଓପନର ନାଥାନ ମ୍ୟାକ୍ସ୍ୱିନୀ ୦, ନାଇଟ୍ୱାଚ୍ମ୍ୟାନ ତଥା ଅଧିନାୟକ ପ୍ୟାଟ କମିନ୍ସ ୨ ଓ ସଂଘର୍ଷ କରୁଥିବା ମାର୍ନସ ଲାବୁସେନ ୩ ରନ୍ରେ ଆଉଟ ହୋଇଥିଲେ। ଗତକାଲି ତୃତୀୟ ଦିନରେ ଷ୍ଟମ୍ପ୍ ଅପସାରଣ ବେଳକୁ ଉସ୍ମାନ ଖୱାଜା ୩ ରନ୍ରେ ବ୍ୟାଟିଂ କରୁଥିଲେ। ତେବେ ଆଜି ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିଲା କଙ୍ଗାରୁ ବାହିନୀ।ଚତୁର୍ଥ ଦିନରେ ଅବଶିଷ୍ଟ ୱିକେଟ୍ ହରାଇ ୨୨୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଏହି ମ୍ୟାଚକୁ ୨୯୫ ରନର ବିଶାଳ ବ୍ୟବଧାନରେ ଜିତି ନେଇଛି ଟିମ୍ ଇଣ୍ଡିଆ।