ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ: ଚାମ୍ପିୟନ ହେଲେ…
ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ବ୍ୟାଡ୍ମିଣ୍ଟନ (ଡବଲ୍ସ) ଟୁର୍ନାମେଣ୍ଟ ଉଦଯାପିତ୍ ହୋଇଯାଇଛି।୧୫ ବର୍ଷରୁ କମ ଜୁନିୟର ବିଭାଗରେ ଆୟୁଷ୍ମାନ ବକ୍ସି ଏବଂ ଦେବାଶିଷ ପଟ୍ଟନାୟକ ଯୋଡି ଚାମ୍ପିୟନ ହୋଇଥିବା ବେଳେ ୟଶରାଜ ସାହୁ ଏବଂ ରାଧାରମଣ ଖୁଣ୍ଟିଆ ଯୋଡି ରନର୍ସ ହୋଇଥିଲେ।୧୯ ବର୍ଷରୁ କମ ବିଭାଗରେ ସୁମନ ମହାରଣା ଏବଂ ତନୁଜ ଦୋରା ଯୋଡି ଚାମ୍ପିୟନ ହୋଇଥିବା ବେଳେ ଏ. ରୁଦ୍ର ଏବଂ ସୁମନ […] The post ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ: ଚାମ୍ପିୟନ ହେଲେ… appeared first on Dharitri Odia News.
ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଦିଗପହଣ୍ଡିସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ବ୍ୟାଡ୍ମିଣ୍ଟନ (ଡବଲ୍ସ) ଟୁର୍ନାମେଣ୍ଟ ଉଦଯାପିତ୍ ହୋଇଯାଇଛି।୧୫ ବର୍ଷରୁ କମ ଜୁନିୟର ବିଭାଗରେ ଆୟୁଷ୍ମାନ ବକ୍ସି ଏବଂ ଦେବାଶିଷ ପଟ୍ଟନାୟକ ଯୋଡି ଚାମ୍ପିୟନ ହୋଇଥିବା ବେଳେ ୟଶରାଜ ସାହୁ ଏବଂ ରାଧାରମଣ ଖୁଣ୍ଟିଆ ଯୋଡି ରନର୍ସ ହୋଇଥିଲେ।୧୯ ବର୍ଷରୁ କମ ବିଭାଗରେ ସୁମନ ମହାରଣା ଏବଂ ତନୁଜ ଦୋରା ଯୋଡି ଚାମ୍ପିୟନ ହୋଇଥିବା ବେଳେ ଏ. ରୁଦ୍ର ଏବଂ ସୁମନ ମଲ୍ଲିକ ଯୋଡି ରନର୍ସ ହୋଇଥିଲେ। ସେହିଭଳି ବରିଷ୍ଠ ପୁରୁଷ ବିଭାଗରେ ଜି. ସନ୍ତୋଷ ଏବଂ ସୁମନ ମହାରଣା ଯୋଡି ଚାମ୍ପିୟନ ହୋଇଥିବା ବେଳେ ସନ୍ଦୀପ ପାଣିଗ୍ରାହୀ ଏବଂ ଅଜିତ ସାହୁ ଯୋଡି ରନର୍ସ ହୋଇଥିଲେ। ଫାଇନାଲ ମ୍ୟାଚ ଶେଷରେ ସାମାଜିକ କର୍ମୀ ଗୋପାଳକୃଷ୍ଣ ମେକାପଙ୍କ ସଂଯୋଜନାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ ମୁଖ୍ୟଅତିଥି ଏବଂ ଅବସରପ୍ରାପ୍ତ ସେନା ଅଧିକାରୀ ସୁରେଶ ବକ୍ସି, କ୍ରୀଡା ପ୍ରଶିକ୍ଷକ ନୀଳମାଧବ ପଣ୍ଡା, ବରିଷ୍ଠ ଖେଳାଳୀ ସୁଧୀର କୁମାର ପଣ୍ଡା, କ୍ରିଷ୍ଣାନନ୍ଦ ପଣ୍ଡା, ରାଜକିରଣ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତା ଯୋଡିଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟ ସଦସ୍ୟବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
The post ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ: ଚାମ୍ପିୟନ ହେଲେ… appeared first on Dharitri Odia News.