ବ୍ୟାରିକେଟ୍‌ ଉପରେ ଚଢିଲେ ଅଖିଳେଶ: ଯୋଗୀ ସରକାରଙ୍କୁ ଭର୍ତ୍ସନା

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ହେଉଛି। ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର(JPNIC) ଚାରିପଟେ ବ୍ୟାରିକେଟ୍‌ ନିର୍ମାଣକୁ ନେଇ ସମାଜବାଦୀ ପାର୍ଟି(ଏସ୍‌ପି) ରାଜରାସ୍ତାକୁ ଓହ୍ଲାଇଛି। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଜୟପ୍ରକାଶ ନାରାୟଣଙ୍କୁ ମାଲ୍ୟାର୍ପଣ କରିବାର ଥିଲା। କିନ୍ତୁ ଏହାପୂର୍ବରୁ ତାଙ୍କ ଘର ଆଗରେ ପୋଲିସ ଟିମ୍‌ ମୃତୟନ କରାଯାଥିଲା। ଏହାକୁ ନେଇ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି ଅଖିଳେଶ। ଅଖିଳେଶ ଯାଦବ ଜୟପ୍ରକାଶଙ୍କ ପ୍ରତିମୂର୍ତ୍ତିକୁ […] The post ବ୍ୟାରିକେଟ୍‌ ଉପରେ ଚଢିଲେ ଅଖିଳେଶ: ଯୋଗୀ ସରକାରଙ୍କୁ ଭର୍ତ୍ସନା appeared first on Dharitri Odia News.

ବ୍ୟାରିକେଟ୍‌ ଉପରେ ଚଢିଲେ ଅଖିଳେଶ: ଯୋଗୀ ସରକାରଙ୍କୁ ଭର୍ତ୍ସନା

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ହେଉଛି। ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର(JPNIC) ଚାରିପଟେ ବ୍ୟାରିକେଟ୍‌ ନିର୍ମାଣକୁ ନେଇ ସମାଜବାଦୀ ପାର୍ଟି(ଏସ୍‌ପି) ରାଜରାସ୍ତାକୁ ଓହ୍ଲାଇଛି। ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଜୟପ୍ରକାଶ ନାରାୟଣଙ୍କୁ ମାଲ୍ୟାର୍ପଣ କରିବାର ଥିଲା। କିନ୍ତୁ ଏହାପୂର୍ବରୁ ତାଙ୍କ ଘର ଆଗରେ ପୋଲିସ ଟିମ୍‌ ମୃତୟନ କରାଯାଥିଲା। ଏହାକୁ ନେଇ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି ଅଖିଳେଶ।

ଅଖିଳେଶ ଯାଦବ ଜୟପ୍ରକାଶଙ୍କ ପ୍ରତିମୂର୍ତ୍ତିକୁ ସଜାଇବା ପାଇଁ JPNIC ଯାଇଥିଲେ। ତାଙ୍କୁ ଅଟକାଇବା ପାଇଁ ଗେଟ ବନ୍ଦ ହୋଇଯାଇଥିଲା। ଅଖିଳେଶ ତାଙ୍କ ସମର୍ଥକଙ୍କ ସହ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲେ, ଏହି କାରଣରୁ ସେ ରାଗିଯାଇ ଫାଟକ ଭିତରକୁ ଡେଇଁପଡିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ତାଙ୍କ ଅଟକାଇଥିଲେ।
ଏହାକୁ ନେଇ ଅଖିଳେଶ କହିଛନ୍ତି, ଜୟପ୍ରକାଶ ନାରାୟଣ ଜଣେ ମହାନ ନେତା ହୋଇଥିବା ବେଳେ ଆମକୁ କାହିଁକି ତାଙ୍କୁ ସମ୍ମାନ ଜଣାଇବାରୁ ବଞ୍ଚିତ କରାଯାଉଛି ତାହା ବୁଝି ପାରୁନୁ। କାହାକୁ ଶ୍ରଦ୍ଧାଞ୍ଜଳି ଦେବାରୁ ରୋକିବା ସଭ୍ୟ ଲୋକଙ୍କ କାମ ନୁହେଁ। ଏହି ବ୍ୟାରିକେଟ୍‌ ନିର୍ମାଣ ପଛରେ ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ପ୍ରତିବର୍ଷ ଜୟପ୍ରକାଶ ନାରାୟଣ ଜୟନ୍ତୀ ଅବସରରେ ସପା କାର୍ଯ୍ୟକର୍ତ୍ତା ଓ ନେତା ଏକତ୍ରିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥାନ୍ତି। ମାତ୍ର ଏଥର ସରକାର କାହିଁକି ଆମକୁ ଏଥିରୁ ବଞ୍ଚିତ କରୁଛନ୍ତି।
ସୂଚନାଯୋଗ୍ୟ, ଲକ୍ଷ୍ନୌ ବିକାଶ ପ୍ରାଧିକରଣ(LDA) ପକ୍ଷରୁ ଏକ ପତ୍ର ଜାରି କରାଯାଇ ତାହା ଏକ ନିର୍ମାଣସ୍ଥଳ ହୋଇଥିବାରୁ ବାହାର ଲୋକଙ୍କ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଉଲ୍ଲେଖ କରିଛନ୍ତି।

The post ବ୍ୟାରିକେଟ୍‌ ଉପରେ ଚଢିଲେ ଅଖିଳେଶ: ଯୋଗୀ ସରକାରଙ୍କୁ ଭର୍ତ୍ସନା appeared first on Dharitri Odia News.