ବଡ଼ ଦୁର୍ଘଟଣା: କ୍ରାସ ହେଲା ହେଲିକପ୍ଟର, ୫ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଉତ୍ତରକାଶୀର ଗଙ୍ଗନାନୀରୁ ବାହାରିଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ୭ଜଣ ଯାତ୍ରୀ ଯାତ୍ରା କରୁଥିଲେ। ୫ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଇଜଣ ଗଭୀରଭାବେ ଆହତ ହୋଇଛନ୍ତି। ଏହି ହେଲିକପ୍ଟରଟି ଦେହରାଡୁନରୁ ହର୍ଷିଲ ହେଲିପ୍ୟାଡ ପାଇଁ ବାହାରିଥିଲା। ଗଙ୍ଗନାନୀର ସାମ୍ନାରେ ଥିବା ନାଗ ମନ୍ଦିରର ତଳେ ଭାଗୀରଥୀ ନଦୀ ପାଖରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ସୂଚନା ଦିଆଯାଇଛି।

ନୂଆଦିଲ୍ଲୀ: ଉତ୍ତରକାଶୀର ଗଙ୍ଗନାନୀରୁ ବାହାରିଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ୭ଜଣ ଯାତ୍ରୀ ଯାତ୍ରା କରୁଥିଲେ। ୫ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଦୁଇଜଣ ଗଭୀରଭାବେ ଆହତ ହୋଇଛନ୍ତି। ଏହି ହେଲିକପ୍ଟରଟି ଦେହରାଡୁନରୁ ହର୍ଷିଲ ହେଲିପ୍ୟାଡ ପାଇଁ ବାହାରିଥିଲା। ଗଙ୍ଗନାନୀର ସାମ୍ନାରେ ଥିବା ନାଗ ମନ୍ଦିରର ତଳେ ଭାଗୀରଥୀ ନଦୀ ପାଖରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ସୂଚନା ଦିଆଯାଇଛି।