ବୟକଟ ତୁର୍କୀ: ଯଦି ଭାରତ ବ୍ୟାନ କରେ ସେଓ ଆମଦାନୀ, କେତେ କ୍ଷତି ସହିବ ତୁର୍କୀ ?
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତୀୟ ସେନା। ହେଲେ ଏଥିରେ ବିଚଳିତ ହୋଇପଡ଼ିଥିଲା ପାକିସ୍ତାନ । ଆଉ ଆତଙ୍କୀଙ୍କୁ ନିପାତ କରିବାରେ ସହଯୋଗ କରିବା ବଦଳରେ ଓଲଟା ଭାରତ ଉପରେ କରିଥିଲା ଆକ୍ରମଣ। ଅବଶ୍ୟ ପ୍ରାୟ ତିନି ଦିନର ସଂଘର୍ଷ ପରେ ଅସ୍ତ୍ରବିରତିରେ ସହମତ ହୋଇଥିଲେ ଦୁଇ ଦେଶ। ହେଲେ ଏହାରି ମଧ୍ୟରେ ଏକ ନୂଆ ବିବାଦ ଉପୁଜିଛି। ବିବାଦ ତୁର୍କୀକୁ ନେଇ।ପ୍ରକୃତରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସର୍ବପ୍ରଥମେ ପାକିସ୍ତାନର ସାଥ୍ ଦେଇଥିଲା ତୁର୍କୀ। ମିଡିଆ ରିପୋର୍ଟ ଅନୁଯାୟୀ, ତୁର୍କୀ ପାକିସ୍ତାନକୁ ଯେଉଁ ସବୁ ସହଯୋଗ ଯୋଗାଇଥିଲା, ସେଥିରେ ଡ୍ରୋନ ବି ରହିଥିଲା। ଏହି ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ, ଭାରତ ଉପରେ ଆକ୍ରମଣ କରିଥିଲା। ଅବଶ୍ୟ ପାକିସ୍ତାନ ଏଥିରେ ସଫଳ ହୋଇପାରିନଥିଲା। ହେଲେ ଏ ସତ ସାମ୍ନାକୁ ଆସିବା ଭାରତରେ ଆରମ୍ଭ ହୋଇଯାଇଛି ବଏକଟ ତୁର୍କୀ। ବିଶେଷ କରି ତୁର୍କୀରୁ ଆମଦାନୀ ହେଉଥିବା ସେଓକୁ ବ୍ୟାନ କରିବା ଏବଂ ତୁର୍କୀ ସହ ବାଣିଜ୍ୟିକ କାରବାରକୁ ବୟକଟ କରିବାକୁ ଦାବି ହେଉଛି।ତୁର୍କୀର ସେଓ ଆମଦାନୀ କରିବାର ବଡ଼ କାରଣ ହେଉଛି ଏହି ସେଓ ଗୁଣବତ୍ତା ଏବଂ ଦାମ୍। ତୁର୍କୀର ସେଓ ସାଧାରଣତଃ ମିଠା ଏବଂ ରସଯୁକ୍ତ ହୋଇଥାଏ। ଯେଉଁ କାରଣରୁ ଏହାର ଚାହିଦା ଭାରତରେ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର ଜବାବ ଦେବାକୁ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର । ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତୀୟ ସେନା। ହେଲେ ଏଥିରେ ବିଚଳିତ ହୋଇପଡ଼ିଥିଲା ପାକିସ୍ତାନ । ଆଉ ଆତଙ୍କୀଙ୍କୁ ନିପାତ କରିବାରେ ସହଯୋଗ କରିବା ବଦଳରେ ଓଲଟା ଭାରତ ଉପରେ କରିଥିଲା ଆକ୍ରମଣ। ଅବଶ୍ୟ ପ୍ରାୟ ତିନି ଦିନର ସଂଘର୍ଷ ପରେ ଅସ୍ତ୍ରବିରତିରେ ସହମତ ହୋଇଥିଲେ ଦୁଇ ଦେଶ। ହେଲେ ଏହାରି ମଧ୍ୟରେ ଏକ ନୂଆ ବିବାଦ ଉପୁଜିଛି। ବିବାଦ ତୁର୍କୀକୁ ନେଇ।
ପ୍ରକୃତରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସର୍ବପ୍ରଥମେ ପାକିସ୍ତାନର ସାଥ୍ ଦେଇଥିଲା ତୁର୍କୀ। ମିଡିଆ ରିପୋର୍ଟ ଅନୁଯାୟୀ, ତୁର୍କୀ ପାକିସ୍ତାନକୁ ଯେଉଁ ସବୁ ସହଯୋଗ ଯୋଗାଇଥିଲା, ସେଥିରେ ଡ୍ରୋନ ବି ରହିଥିଲା। ଏହି ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ, ଭାରତ ଉପରେ ଆକ୍ରମଣ କରିଥିଲା। ଅବଶ୍ୟ ପାକିସ୍ତାନ ଏଥିରେ ସଫଳ ହୋଇପାରିନଥିଲା। ହେଲେ ଏ ସତ ସାମ୍ନାକୁ ଆସିବା ଭାରତରେ ଆରମ୍ଭ ହୋଇଯାଇଛି ବଏକଟ ତୁର୍କୀ। ବିଶେଷ କରି ତୁର୍କୀରୁ ଆମଦାନୀ ହେଉଥିବା ସେଓକୁ ବ୍ୟାନ କରିବା ଏବଂ ତୁର୍କୀ ସହ ବାଣିଜ୍ୟିକ କାରବାରକୁ ବୟକଟ କରିବାକୁ ଦାବି ହେଉଛି।
ତୁର୍କୀର ସେଓ ଆମଦାନୀ କରିବାର ବଡ଼ କାରଣ ହେଉଛି ଏହି ସେଓ ଗୁଣବତ୍ତା ଏବଂ ଦାମ୍। ତୁର୍କୀର ସେଓ ସାଧାରଣତଃ ମିଠା ଏବଂ ରସଯୁକ୍ତ ହୋଇଥାଏ। ଯେଉଁ କାରଣରୁ ଏହାର ଚାହିଦା ଭାରତରେ ଅଧିକ। ବିଗତ ବର୍ଷମାନଙ୍କରେ ତୁର୍କୀରୁ ଭାରତକୁ ସେଓ ଆମଦାନୀ ବଢ଼ିବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୫୬୩ କୋଟି ଟଙ୍କା, ୨୦୨୨-୨୩ରେ ୭୩୯ କୋଟି ଟଙ୍କା ଏବଂ ୨୦୨୩-୨୪ରେ ୮୨୧ କୋଟି ଟଙ୍କାର ସେଓ ତୁର୍କୀରୁ ଭାରତ ପଠାଯାଇଥିଲା। ଏହି ତଥ୍ୟରୁ ଜଣାପଡ଼ୁଛି ତୁର୍କୀରୁ ସେଓ ଆମଦାନୀ ଲଗାତାର ଦ୍ରୁତ ଭାବରେ ବଢ଼ୁଛି। ଫଳରେ ଭାରତୀୟ ମାର୍କେଟରେ ଶସ୍ତା ପର୍ଯ୍ୟାପ୍ତ ପରିମାଣର ଆମଦାନୀ ହେଉଥିବା ସେଓ ରହିଛି।
ତୁର୍କୀ ସେଓର ଚାହିଦା ଭାରତୀୟ ବଜାରରେ ଅଫ୍ ସିଜିନ୍ ଅଧିକ ରହିଥାଏ। ଭାରତୀୟ ସେଓ ବର୍ଷର କିଛି ମାସରେ ତ’ ପ୍ରଚୁର ମାତ୍ରାରେ ଉପଲବ୍ଧ ରହିଥାଏ। କିନ୍ତୁ ଅଫ୍ ସିଜିନ୍ରେ ଭାରତରେ ଆମଦାନୀ ହେଉଥିବା ସେଓ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତେଣୁ ଏଭଳି ଭାବରେ ତୁର୍କୀ ସେଓର ସିଧା ପ୍ରଭାବ ଘରୋଇ ସେଓ ଉତ୍ପାଦନ ଉପରେ ପଡ଼ିଥାଏ।
ହେଲେ ଭାରତ-ପାକିସ୍ତାନ ମଧ୍ୟରେ ସଂଘର୍ଷ ପରଠୁ ଏହାର ବହିଷ୍କାର କରାଯାଉଛି। ଫଳରେ ଏହାର ଚାହିଦାରେ ୫୦% ହ୍ରାସ ଦେଖିବାକୁ ମିଳିଛି। ବହିଷ୍କାର କାରଣରୁ ବ୍ୟବସାୟୀ ଏବେ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଓ୍ବାସିଂଟନ, ଇରାନ ଏବଂ ନ୍ୟୁଜିଲାଣ୍ଡରୁ ସେ ମଗାଉଛନ୍ତି। ଏହି କାରଣରୁ ତୁର୍କୀକୁ ବଡ଼ କ୍ଷତି ହୋଇପାରେ।