ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍‌- ଫୂର୍ତ୍ତିକୁ ଦେଖିଲେ…

କୁହାଯାଏ ଯୁବାବସ୍ଥାରେ ହିଁ ମଣିଷ ଅଧିକ ଆକ୍ଟିଭ ରୁହନ୍ତି। କଠିନରୁ କଠିନ କାମ କରିପାରନ୍ତି। ଦୌଡା ଦୌଡି, ଡିଆଁଡେଇଁ ସବୁ କରିପାରନ୍ତି। ହେଲେ ବୟସ ବଢିବା ସହ ଶରୀରର ବଳ କମିବାକୁ ଲାଗେ। ବିଭିନ୍ନ ପ୍ରକାରର ରୋଗ ମାଡିବସେ। ବସିବା ଉଠିବା ବି କଷ୍ଟକର ହୋଇଯାଏ। କିନ୍ତୁ ଚାଇନା, ଶାଙ୍ଗକ୍ୱିଙ୍ଗ ସିଟିର ଜୋଉ ହେପିଙ୍ଗଙ୍କ କଥା ହିଁ ଅଲଗା। ବୟସ ତାଙ୍କୁ ୭୦ ବର୍ଷ। ହେଲେ ତାଙ୍କ ଫିଟନେସ୍‌ ଓ ଫୂର୍ତ୍ତିକୁ ଦେଖିଲେ ଯେ କେହି ଚକିତ […] The post ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍‌- ଫୂର୍ତ୍ତିକୁ ଦେଖିଲେ… appeared first on Dharitri Odia News.

ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍‌- ଫୂର୍ତ୍ତିକୁ ଦେଖିଲେ…

କୁହାଯାଏ ଯୁବାବସ୍ଥାରେ ହିଁ ମଣିଷ ଅଧିକ ଆକ୍ଟିଭ ରୁହନ୍ତି। କଠିନରୁ କଠିନ କାମ କରିପାରନ୍ତି। ଦୌଡା ଦୌଡି, ଡିଆଁଡେଇଁ ସବୁ କରିପାରନ୍ତି। ହେଲେ ବୟସ ବଢିବା ସହ ଶରୀରର ବଳ କମିବାକୁ ଲାଗେ। ବିଭିନ୍ନ ପ୍ରକାରର ରୋଗ ମାଡିବସେ। ବସିବା ଉଠିବା ବି କଷ୍ଟକର ହୋଇଯାଏ। କିନ୍ତୁ ଚାଇନା, ଶାଙ୍ଗକ୍ୱିଙ୍ଗ ସିଟିର ଜୋଉ ହେପିଙ୍ଗଙ୍କ କଥା ହିଁ ଅଲଗା। ବୟସ ତାଙ୍କୁ ୭୦ ବର୍ଷ। ହେଲେ ତାଙ୍କ ଫିଟନେସ୍‌ ଓ ଫୂର୍ତ୍ତିକୁ ଦେଖିଲେ ଯେ କେହି ଚକିତ ହୋଇଯାଆନ୍ତି। ଏଇ ବୟସରେ ସେ ଫଟାଫଟ ପାହାଡ ଚଢିପାରନ୍ତି, ଖମ୍ବ ଚଢି ଯାଆନ୍ତି, ହାଣ୍ଡ ଷ୍ଟାଣ୍ଡ ବି କରିପାରନ୍ତି। ପୁଲ ଅପ୍‌, ପୁଶ୍‌ ଅପ୍‌ ତ ଏତେ ସହଜରେ କରନ୍ତି ଯେ ବିଶ୍ୱାସ କରି ହୁଏନା ତାଙ୍କ ବୟସ ୭୦ ବୋଲି। ଆଉ ଏସବୁକୁ ଜୋଉ ପ୍ରତିଦିନ କରନ୍ତି। ଜୋଉ କହନ୍ତି, ‘ପ୍ରତିଦିନ ମୁଁ ସକାଳ ସାଢେ ପାଞ୍ଚରେ ଉଠି ୨୦ ଲିଟର ପାଣି ଧରି ଖାଲି ପାଦରେ ଦୌଡ଼େ। ୨୫୦୦ ସିଡି ୫୦ ମିନିଟରେ ଚଢେ ଏବଂ ଓହ୍ଲାଏ। ଯେକୌଣସି ଋତୁ ହେଉ ପଛେ ସବୁଦିନ ମୁଁ ଏସବୁ କରେ।’ ଏଭଳି ଜୀବନଶୈଳୀ ଲାଗି ହିଁ ୭୦ ବର୍ଷ ବୟସରେ ତାଙ୍କର ସିକ୍ସ ପ୍ୟାକ ଆବ୍ସ ଅଛି। ଆଉ ଦେଖାଯାଆନ୍ତି ପୁରାପୁରି ୨୫-୩୦ ବର୍ଷ ବୟସର ଯୁବକ ପରି।

The post ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍‌- ଫୂର୍ତ୍ତିକୁ ଦେଖିଲେ… appeared first on Dharitri Odia News.