ସଫା କରାଯାଉନି ଅଳିଆ ଆବର୍ଜନା

ସେମିଳିଗୁଡ଼ା/ସୁନାବେଡ଼ା,୨୯ା୧(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ସମଗ୍ର ରାଜ୍ୟରେ ସର୍ବବୃହତ୍‌ ଆଦର୍ଶ ବଜାରର ମାନ୍ୟତା ପାଇଥିବା କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କୁନ୍ଦୁଲି ହାଟ ଏବେ ଅବହେଳିତ ଅବସ୍ଥାରେ ରହିଛି। ଏକଦା ଚାଷୀ ଓ ଚାଷ ଉତ୍ପାଦିତ ସାମଗ୍ରୀ ବିକ୍ରିକୁ ନେଇ ବେଶ୍‌ ଚଳଚଞ୍ଚଳ ଥିବା ଏହି ହାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ହାଟସାରା ଅଳିଆ ଆବର୍ଜନା ପଡ଼ିଥିବା ବେଳେ କୁଢ଼ କୁଢ଼ ଆବର୍ଜନା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ୨୦୧୭ରେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ […] The post ସଫା କରାଯାଉନି ଅଳିଆ ଆବର୍ଜନା appeared first on Dharitri Odia News.

ସଫା କରାଯାଉନି ଅଳିଆ ଆବର୍ଜନା

ସେମିଳିଗୁଡ଼ା/ସୁନାବେଡ଼ା,୨୯ା୧(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ସମଗ୍ର ରାଜ୍ୟରେ ସର୍ବବୃହତ୍‌ ଆଦର୍ଶ ବଜାରର ମାନ୍ୟତା ପାଇଥିବା କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କୁନ୍ଦୁଲି ହାଟ ଏବେ ଅବହେଳିତ ଅବସ୍ଥାରେ ରହିଛି। ଏକଦା ଚାଷୀ ଓ ଚାଷ ଉତ୍ପାଦିତ ସାମଗ୍ରୀ ବିକ୍ରିକୁ ନେଇ ବେଶ୍‌ ଚଳଚଞ୍ଚଳ ଥିବା ଏହି ହାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ହାଟସାରା ଅଳିଆ ଆବର୍ଜନା ପଡ଼ିଥିବା ବେଳେ କୁଢ଼ କୁଢ଼ ଆବର୍ଜନା ପଚି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ୨୦୧୭ରେ ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ଆର୍‌ଏମ୍‌ସି ଏଠାରେ ଗୋଟିଏ କୃଷକ ବଜାର ନିର୍ମାଣ କରିଥିଲା। ହାଟରେ ବ୍ୟବସାୟୀମାନେ ବସିବା ପାଇଁ ପିଣ୍ଡି ନିର୍ମାଣ ସହ କୃଷିଜାତ ସାମଗ୍ରୀ ରଖିବା ପାଇଁ ଷ୍ଟଲ କରାଯାଇଥିଲା। ମାତ୍ର ନିୟନ୍ତ୍ରିତ ବଜାର କମିଟିର ଉଦାସୀନତା ଯୋଗୁ ବ୍ୟବସାୟୀମାନେ ସେଠାରେ ନ ବସି ରାସ୍ତା କଡ଼ରେ ଉତ୍ପାଦିତ ସାମଗ୍ରୀ ବିକ୍ରି କରୁଛନ୍ତି। ନିର୍ମାଣ କରାଯାଇଥିବା ସ୍ଥାନଟି ମୁଖ୍ୟ ରାସ୍ତାଠାରୁ ଦୂରରେ ଥିବାରୁ ସେଠାକୁ ଗ୍ରାହକ ଯିବାକୁ ପସନ୍ଦ କରୁ ନ ଥିବା କେତେ ଜଣ ବ୍ୟବସାୟୀ କହିଛନ୍ତି। ଏବେ ବ୍ୟବସାୟୀମାନେ ବସୁଥିବା ରାସ୍ତା କଡ଼ ହାଟରୁ ନିୟନ୍ତ୍ରିତ ବଜାର କମିଟି ପ୍ରତିଦିନ ଟିକସ ଆଦାୟ କରୁଥିବା ବେଳେ ଅଳିଆ ଆବର୍ଜନା ସଫା କରିବାକୁ ଭୁଲିଯାଉଛି। ଏନେଇ କମିଟିରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ଅନ୍ୟପକ୍ଷରେ ରାସ୍ତା କଡ଼ରେ ହାଟ ବସୁଥିବାରୁ ରାସ୍ତା ଅବରୋଧ ହେବା ସହ ସଂକୀର୍ଣ୍ଣ ହୋଇଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ, ବିଶ୍ବ ମାନଚିତ୍ରରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଦେଓମାଳି, କୋଟିଆ ଓ ପଟାଙ୍ଗିର ଗାଲିଗବଦରକୁ ଯିବାକୁ କୁନ୍ଦୁଲି ହେଉଛି କେନ୍ଦ୍ରସ୍ଥଳ। ଏହି ରାସ୍ତା ଦେଇ ପର୍ଯ୍ୟଟନ ସ୍ଥଳୀଗୁଡିକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁସଂଖ୍ୟକ ପର୍ଯ୍ୟଟକ ଯାଇଥାନ୍ତି। ଏ ସମ୍ପର୍କରେ କୁନ୍ଦୁଲି ଜାତୀୟ କୃଷି ବଜାର କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ଜେନାଙ୍କୁ ପଚାରିବାରୁ ସେ କହିଲେ, ସେଠାରୁ କୌଣସି ଟିକସ ଆଦାୟ କରାଯାଉ ନାହିଁ। ନିୟମିତ ବ୍ୟବଧାନରେ ଅଳିଆ ସଫା କରାଯାଉଛି। ଲୋକଙ୍କୁ ବାରମ୍ବାର ସଚେତନ କରିବା ସତ୍ତ୍ୱେ ସେମାନେ ଅଳିଆ ଗଦା କରୁଛନ୍ତି। ତେବେ ଯଦି କିଛି ସମସ୍ୟା ରହିଛି, ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

The post ସଫା କରାଯାଉନି ଅଳିଆ ଆବର୍ଜନା appeared first on Dharitri Odia News.