ପାକିସ୍ତାନକୁ ହରାଇ WCL 2024 ଟାଇଟଲ୍‌ ଜିତିଲା ଇଣ୍ଡିଆ ଚାମ୍ପିଅନ୍ସ

ବର୍ମିଂଘମ,୧୪।୭: ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡସ୍‌(ଡବ୍ଲ୍ୟୁସିଏଲ୍‌) ୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ। ଏଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଯୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଚାମ୍ପିଅନ୍ସ ସହଜ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍‌ ୧୫୬ ରନ୍‌ କରିଥିଲା। ଜବାବରେ ଇଣ୍ଡିଆ ଚାମ୍ପିଅନ୍ସ ୫ ଉଇକେଟ ହରାଇ ୫ ବଲ୍‌ ଥାଇ ଲକ୍ଷ୍ୟ ହାସଲ କରିନେଇଥିଲେ। ଏହି ବିଜୟର ହିରୋ ଅମ୍ବାନ୍ତି ରାୟୁଡୁ ପାଲଟିଥିଲେ। ଇଣ୍ଡିଆ ଚାମ୍ପିଅନ୍ସ ପକ୍ଷରୁ ଅମ୍ବାନ୍ତି ୩୦ ବଲ୍‌ରେ […] The post ପାକିସ୍ତାନକୁ ହରାଇ WCL 2024 ଟାଇଟଲ୍‌ ଜିତିଲା ଇଣ୍ଡିଆ ଚାମ୍ପିଅନ୍ସ appeared first on Dharitri Odia News.

ପାକିସ୍ତାନକୁ ହରାଇ WCL 2024 ଟାଇଟଲ୍‌ ଜିତିଲା ଇଣ୍ଡିଆ ଚାମ୍ପିଅନ୍ସ

ବର୍ମିଂଘମ,୧୪।୭: ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡସ୍‌(ଡବ୍ଲ୍ୟୁସିଏଲ୍‌) ୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ। ଏଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଯୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଚାମ୍ପିଅନ୍ସ ସହଜ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍‌ ୧୫୬ ରନ୍‌ କରିଥିଲା। ଜବାବରେ ଇଣ୍ଡିଆ ଚାମ୍ପିଅନ୍ସ ୫ ଉଇକେଟ ହରାଇ ୫ ବଲ୍‌ ଥାଇ ଲକ୍ଷ୍ୟ ହାସଲ କରିନେଇଥିଲେ। ଏହି ବିଜୟର ହିରୋ ଅମ୍ବାନ୍ତି ରାୟୁଡୁ ପାଲଟିଥିଲେ।

ଇଣ୍ଡିଆ ଚାମ୍ପିଅନ୍ସ ପକ୍ଷରୁ ଅମ୍ବାନ୍ତି ୩୦ ବଲ୍‌ରେ ୫୦ ରନ୍‌ ଦେଇଥିଲେ। ୟୁସୁଫ ପଠାନ ୧୬ ବଲ୍‌ରେ ୩୦ ରନ୍‌ର ଇନିଂସ ଖେଳିଥିଲେ। ବୋଲିଂରେ ଅନୁରୀତ ସିଂ ୩ ଉଇକେଟ ହାସଲ କରିଥିଲେ। ଇରଫାନ ପଠାନ ୧୨ ରନ୍‌ ଦେଇ ୧ ଉଇକେଟ ହାସଲ କରିଥିଲେ। ପବନ ନେଗି ୨୪ ରନ୍‌ ଦେଇ ମଧ୍ୟ ୧ ଉଇକେଟ ନେଇଥିଲେ। ହରଭଜନ ସିଂ ଫିଟ୍‌ ନ ଥିବା କାରଣରୁ ଗୋଟିଏ ଓଭର ବୋଲିଂ କରିଥିଲେ।

The post ପାକିସ୍ତାନକୁ ହରାଇ WCL 2024 ଟାଇଟଲ୍‌ ଜିତିଲା ଇଣ୍ଡିଆ ଚାମ୍ପିଅନ୍ସ appeared first on Dharitri Odia News.