ଭକ୍ତଙ୍କୁ ପଞ୍ଚଲିଙ୍ଗେଶ୍ୱର ମନା
ନୀଳଗିରି,୨୭।୦୯(ପ୍ରଶାନ୍ତ କୁମାର ବିଶ୍ବାଳ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାର ପ୍ରଭାରେ ଧନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାର ପ୍ରଶିଦ୍ଧ ଶୈବପିଠ ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ବର ପୂଜା ମଣ୍ଡପ ଉପରେ ପାହାଡର ଝରଣା ପାଣି ସୁଅ ଛୁଟିଛି। ଏହା ସହ ଦେବଗିରି ପାହାଡ଼ର ୪ଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠ ସ୍ଥଳି ଓ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଲହଡ଼ି ଭାଙ୍ଗୁଛି। ତେବେ ପାଣିର […] The post ଭକ୍ତଙ୍କୁ ପଞ୍ଚଲିଙ୍ଗେଶ୍ୱର ମନା appeared first on Dharitri Odia News.
ନୀଳଗିରି,୨୭।୦୯(ପ୍ରଶାନ୍ତ କୁମାର ବିଶ୍ବାଳ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାର ପ୍ରଭାରେ ଧନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାର ପ୍ରଶିଦ୍ଧ ଶୈବପିଠ ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ବର ପୂଜା ମଣ୍ଡପ ଉପରେ ପାହାଡର ଝରଣା ପାଣି ସୁଅ ଛୁଟିଛି। ଏହା ସହ ଦେବଗିରି ପାହାଡ଼ର ୪ଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠ ସ୍ଥଳି ଓ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଲହଡ଼ି ଭାଙ୍ଗୁଛି।
ତେବେ ପାଣିର ସ୍ରୋତ ଏତେ ପ୍ରଖର ଯେ ପଥର ଖୋଲ ମଧ୍ୟରେ ଆବିର୍ଭୂତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ଭକ୍ତ ଓ ପର୍ଯ୍ୟଟକ ସ୍ପର୍ଶ କରିବା କିଛି ସମୟ ଯାଏ ବନ୍ଦ ରଖାଯାଇଛି।
ଗୁରୁବାର ସାରେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ସେଠାରେ ଛିଡା ହୋଇ ସା ଆଳତୀ କରିବା ମଧ୍ୟ କଷ୍ଟକର ହୋଇପଡ଼ିଥିଲା। ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ ପାଣି ଲହଡ଼ି ଭାଙ୍ଗୁଥିବା ସହ ବାଡା ଗୁଡିକ ଦହଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ବାବାଙ୍କୁ ସ୍ପର୍ଶ କରି ଦର୍ଶନ କରିବାକୁ ଭକ୍ତଙ୍କୁ ବାରଣ କରାଯାଇଛି।
The post ଭକ୍ତଙ୍କୁ ପଞ୍ଚଲିଙ୍ଗେଶ୍ୱର ମନା appeared first on Dharitri Odia News.