ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ଆବଶ୍ୟକ ବ୍ୟବସ୍ଥା ନେଇ ଚାଲିଛି ପ୍ରସ୍ତୁତି
ପୁରୀ ୧୮।୦୮ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣା ମହାପ୍ରସାଦ ବିତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ ପରେ ରୂପରେଖ ପ୍ରସ୍ତୁତ ହେବ। ଦେଶ ବିଦେଶରୁ ଆସୁଥିବା ଜଗନ୍ନାଥ ଭକ୍ତଙ୍କ ପାଇଁ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ନିର୍ମାଣ କରାଯିବ। ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଆୟୋଜିତ ରଥ ସେବା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି। ଦାତାଙ୍କ ମାଗଣା ମହାପ୍ରସାଦ ପାଇଁ ୨୦୧୮-୧୯ରେ ବ୍ୟୟବରାଦ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ବାତିଲ ହୋଇଯାଇଥିଲା। ସେ ସମ୍ପର୍କରେ ମତଦେଇ ମନ୍ତ୍ରୀ କହିଛନ୍ତି ଯେ, କାହିଁକି ମନ୍ଦିର ପ୍ରଶାସନ ବନ୍ଦ କଲା ଜାଣିନୁ। ଏ ସଂପର୍କରେ ଆଲୋଚନା ଆରମ୍ଭ ହୋଇଯାଇଛି। ଅନେକ ଦାତାଙ୍କ ସହ ଯୋଗାଯୋଗ କରାଯାଇଛି। ଶ୍ରୀମନ୍ଦିରରେ ପ୍ରତ୍ଯେକ ଦିନ ୬୦ରୁ ୭୦ ହଜାରରୁ ଆରମ୍ଭ କରି ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ଭକ୍ତ ଠାକୁରଙ୍କ ଦର୍ଶନ କରୁଛନ୍ତି। ସବୁ ଭକ୍ତଙ୍କୁ ମହାପ୍ରସାଦ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ। ଆଇନ ମନ୍ତ୍ରୀ କହିଛନ୍ତି, ବ୍ୟାଖ୍ୟାନ କେନ୍ଦ୍ର ନିଶ୍ଚିତ ହେବ। ଏହାଦ୍ୱାରା ଅନେକ ଲୋକ ଉପକୃତ ହେବେ। ମନ୍ଦିର ଭିତରକୁ ଯାଇପାରୁନଥିବା ଲୋକ ବି ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ । ରତ୍ନଭଣ୍ଡାର ସମ୍ପର୍କରେ ଦେଇ କହିଛନ୍ତି, ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତ
ପୁରୀ ୧୮।୦୮ : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣା ମହାପ୍ରସାଦ ବିତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ ପରେ ରୂପରେଖ ପ୍ରସ୍ତୁତ ହେବ। ଦେଶ ବିଦେଶରୁ ଆସୁଥିବା ଜଗନ୍ନାଥ ଭକ୍ତଙ୍କ ପାଇଁ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ନିର୍ମାଣ କରାଯିବ।
ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଆୟୋଜିତ ରଥ ସେବା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହା କହିଛନ୍ତି। ଦାତାଙ୍କ ମାଗଣା ମହାପ୍ରସାଦ ପାଇଁ ୨୦୧୮-୧୯ରେ ବ୍ୟୟବରାଦ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ବାତିଲ ହୋଇଯାଇଥିଲା। ସେ ସମ୍ପର୍କରେ ମତଦେଇ ମନ୍ତ୍ରୀ କହିଛନ୍ତି ଯେ, କାହିଁକି ମନ୍ଦିର ପ୍ରଶାସନ ବନ୍ଦ କଲା ଜାଣିନୁ। ଏ ସଂପର୍କରେ ଆଲୋଚନା ଆରମ୍ଭ ହୋଇଯାଇଛି। ଅନେକ ଦାତାଙ୍କ ସହ ଯୋଗାଯୋଗ କରାଯାଇଛି। ଶ୍ରୀମନ୍ଦିରରେ ପ୍ରତ୍ଯେକ ଦିନ ୬୦ରୁ ୭୦ ହଜାରରୁ ଆରମ୍ଭ କରି ଅଢ଼େଇ ଲକ୍ଷ ପର୍ଯ୍ୟନ୍ତ ଭକ୍ତ ଠାକୁରଙ୍କ ଦର୍ଶନ କରୁଛନ୍ତି। ସବୁ ଭକ୍ତଙ୍କୁ ମହାପ୍ରସାଦ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ। ଆଇନ ମନ୍ତ୍ରୀ କହିଛନ୍ତି, ବ୍ୟାଖ୍ୟାନ କେନ୍ଦ୍ର ନିଶ୍ଚିତ ହେବ। ଏହାଦ୍ୱାରା ଅନେକ ଲୋକ ଉପକୃତ ହେବେ। ମନ୍ଦିର ଭିତରକୁ ଯାଇପାରୁନଥିବା ଲୋକ ବି ସଂସ୍କୃତି ସମ୍ପର୍କରେ ଅବଗତ ହୋଇପାରିବେ । ରତ୍ନଭଣ୍ଡାର ସମ୍ପର୍କରେ ଦେଇ କହିଛନ୍ତି, ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି ପାଇଁ ଆବଶ୍ୟକ ଟେକ୍ନୋଲୋଜି ବ୍ୟବହାର ହେବ । ଜିପିଆର୍ ସର୍ଭେ ମଧ୍ଯ କରା ଯିବ।