ଭଣଜାଙ୍କୁ ଦଳରୁ ତଡିଦେଲେ ମାୟାବତୀ
ଲକ୍ଷ୍ନୌ,୩।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହୁଜନ ସମାଜ ପାର୍ଟି (BSP) ମୁଖ୍ୟ ମାୟାବତୀ ଭଣଜା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବାର ଗୋଟିଏ ଦିନ ପରେ ତାଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି। ବିଏସପି ସୁପ୍ରିମୋ ମାୟାବତୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି – ଗତକାଲି ବିଏସପିର ଅଖିଳ ଭାରତୀୟ ବୈଠକରେ, ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ସମେତ ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା କାରଣ ସେ ଦଳର ସ୍ବାର୍ଥ ଅପେକ୍ଷା ଦଳରୁ […] The post ଭଣଜାଙ୍କୁ ଦଳରୁ ତଡିଦେଲେ ମାୟାବତୀ appeared first on Dharitri Odia News.
ଲକ୍ଷ୍ନୌ,୩।୩: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହୁଜନ ସମାଜ ପାର୍ଟି (BSP) ମୁଖ୍ୟ ମାୟାବତୀ ଭଣଜା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବାର ଗୋଟିଏ ଦିନ ପରେ ତାଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି।
ବିଏସପି ସୁପ୍ରିମୋ ମାୟାବତୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି – ଗତକାଲି ବିଏସପିର ଅଖିଳ ଭାରତୀୟ ବୈଠକରେ, ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ସମେତ ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା କାରଣ ସେ ଦଳର ସ୍ବାର୍ଥ ଅପେକ୍ଷା ଦଳରୁ ବହିଷ୍କୃତ ତାଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କ ପ୍ରଭାବରେ ରହିଆସିଥିଲେ। ତାଙ୍କୁ ଅନୁତାପ କରି ନିଜର ପରିପକ୍ୱତା ଦେଖାଇବା ଉଚିତ ଥିଲା।
ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି, କିନ୍ତୁ ଏହାର ବିପରୀତରେ, ଆକାଶ ଦେଇଥିବା ଲମ୍ବା ଉତ୍ତର ତାଙ୍କର ଅନୁତାପ ଏବଂ ରାଜନୈତିକ ପରିପକ୍ୱତାର ସଙ୍କେତ ନୁହେଁ, ବରଂ ଏହା ପ୍ରାୟତଃ ସ୍ବାର୍ଥପର, ଅହଂକାରୀ। ପରମ ପୂଜ୍ୟ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆତ୍ମସମ୍ମାନ ଏବଂ ସ୍ବାଭିମାନ ଆନ୍ଦୋଳନର ସ୍ବାର୍ଥରେ ଏବଂ ପୂଜ୍ୟ କାଂଶୀରାମଙ୍କ ଶୃଙ୍ଖଳାର ପରମ୍ପରାକୁ ଅନୁସରଣ କରି, ଆକାଶ ଆନନ୍ଦଙ୍କୁ ତାଙ୍କ ଶ୍ୱଶୁରଙ୍କ ପରି, ଦଳ ଏବଂ ଆନ୍ଦୋଳନର ସ୍ବାର୍ଥରେ ଦଳରୁ ବହିଷ୍କାର କରାଯାଉଛି।
ସୂଚନାଯୋଗ୍ୟ,ଲକ୍ଷ୍ନୌରେ ଅନୁଷ୍ଠିତ ବିଏସପିର ଜାତୀୟ ସ୍ତରୀୟ ବୈଠକ ପରେ ମାୟାବତୀ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଦଳର ସ୍ବାର୍ଥକୁ ଦୃଷ୍ଟିରେ ରଖି ଆକାଶ ଆନନ୍ଦଙ୍କୁ ତାଙ୍କର ସମସ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି। ଏହି ବିବୃତ୍ତିରେ କୁହାଯାଇଛି ଯେ, ଦଳ ନୁହେଁ ବରଂ ତାଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥ ଏହି କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଦାୟୀ।
The post ଭଣଜାଙ୍କୁ ଦଳରୁ ତଡିଦେଲେ ମାୟାବତୀ appeared first on Dharitri Odia News.