ସିରିପାଇ ସରପଞ୍ଚଙ୍କୁ ବଡ଼ ଝଟ୍କା: ପଦ ଅସିଦ୍ଧ ଘୋଷଣା କଲେ କୋର୍ଟ
ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ସିରିପାଇ ପଞ୍ଚାୟତର ସରପଞ୍ଚ ଇଚ୍ଛାମନ ମାଝିଙ୍କ ପଦ ରଦ୍ଦ ହୋଇଥିବା ଅତିରିକ୍ତ ଜିଲା ଦୌରାଜଜ୍ ଘୋଷଣା କରିଛନ୍ତି। ଅତିରିକ୍ତ ଜିଲା ଦୌରାଜଜ୍ ରାୟଗଡ଼ା ନିର୍ବାଚନ ଅପିଲ ନମ୍ବର୍ ୪/୨୦୨୩ ବିଚାର କରି ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି। ସୂଚନା ମୁତାବକ, ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ସିରିପାଇ ପଞ୍ଚାୟତର ବିଜେଡ଼ି ସମର୍ଥତ୍ତ ପ୍ରାର୍ଥୀ ଇଛାମନ୍ ମାଝୀ ସରପଞ୍ଚ ଭାବେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାସ୍କର […] The post ସିରିପାଇ ସରପଞ୍ଚଙ୍କୁ ବଡ଼ ଝଟ୍କା: ପଦ ଅସିଦ୍ଧ ଘୋଷଣା କଲେ କୋର୍ଟ appeared first on Dharitri Odia News.
ରାୟଗଡ଼ା,୭।୧୦(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ ଅନ୍ତର୍ଗତ ସିରିପାଇ ପଞ୍ଚାୟତର ସରପଞ୍ଚ ଇଚ୍ଛାମନ ମାଝିଙ୍କ ପଦ ରଦ୍ଦ ହୋଇଥିବା ଅତିରିକ୍ତ ଜିଲା ଦୌରାଜଜ୍ ଘୋଷଣା କରିଛନ୍ତି। ଅତିରିକ୍ତ ଜିଲା ଦୌରାଜଜ୍ ରାୟଗଡ଼ା ନିର୍ବାଚନ ଅପିଲ ନମ୍ବର୍ ୪/୨୦୨୩ ବିଚାର କରି ସରପଞ୍ଚ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି। ସୂଚନା ମୁତାବକ, ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ସିରିପାଇ ପଞ୍ଚାୟତର ବିଜେଡ଼ି ସମର୍ଥତ୍ତ ପ୍ରାର୍ଥୀ ଇଛାମନ୍ ମାଝୀ ସରପଞ୍ଚ ଭାବେ ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାସ୍କର ମାଝିଙ୍କୁ ହରାଇ ବିଜୟ ଲାଭ କରିଥିଲେ। ଏ ନେଇ ଭାସ୍କର ମାଝୀ ଇଚ୍ଛାମନ୍ ମାଝିଙ୍କର ୩ଟି ସନ୍ତାନ ଥିବା ନେଇ ଆପତ୍ତି ଜଣାଇଥିଲେ। ପରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଇଚ୍ଛାମନଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ ା ଏହି ମାମଲାର ବିଚାର କରି ସମସ୍ତ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଦୌରାଜଜ୍ ଇଚ୍ଛାମନଙ୍କ ସରପଞ୍ଚ ପଦବୀକୁ ରଦ୍ଦ ଘୋଷଣା କରିଛନ୍ତି। ଏହି ମାମଲାକୁ ଭାସ୍କରଙ୍କ ପକ୍ଷରୁ ରାୟଗଡାର ବରିଷ୍ଠ ଓକିଲ ମଦନ ପାଢ଼ୀ ଲଢ଼ୁଥିବା ବେଳେ ଇଚ୍ଛାମନଙ୍କ ପକ୍ଷରୁ ଆଇନଜୀବୀ ଏଲ.ଏନ.ସ୍ବାଇଁ ଓ ସନ୍ତୋଷ ମହାପାତ୍ର ମାମଲା ପରିଚାଳନା କରୁଥିଲେ ା
The post ସିରିପାଇ ସରପଞ୍ଚଙ୍କୁ ବଡ଼ ଝଟ୍କା: ପଦ ଅସିଦ୍ଧ ଘୋଷଣା କଲେ କୋର୍ଟ appeared first on Dharitri Odia News.