ଭତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ନେଲେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର,୧୧।୭: ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସର ୨୦ତାରିଖ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ଦେବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟର ଭାଜପା ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ମାସିକ ସର୍ବନିମ୍ନ ୩ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହା ଉପରେ ଆସନ୍ତାକାଲି ନିଷ୍ପତ୍ତି ହେବ। ରାଜ୍ୟ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ମଧୁବାବୁ ପେନସନ ଯୋଜନାକୁ ଜାରି ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଇଏଫସି( ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି) ବୈଠକ ବସିବାର କାର୍ଯ୍ୟକ୍ରମ […] The post ଭତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.
ଭୁବନେଶ୍ୱର,୧୧।୭: ଗରିବ ହିତାଧିକାରୀମାନଙ୍କୁ ପ୍ରତିମାସର ୨୦ତାରିଖ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ମାସିକ ଭତ୍ତା ଦେବାକୁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରାଜ୍ୟର ଭାଜପା ସରକାର ନିଜର ନିର୍ବାଚନୀ ଇସ୍ତାହାରରେ ମାସିକ ସର୍ବନିମ୍ନ ୩ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଯାହା ଉପରେ ଆସନ୍ତାକାଲି ନିଷ୍ପତ୍ତି ହେବ। ରାଜ୍ୟ ଅର୍ଥ ସଚିବଙ୍କ ଅଧ୍ୟକ୍ଷତାରେ ମଧୁବାବୁ ପେନସନ ଯୋଜନାକୁ ଜାରି ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଇଏଫସି( ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି) ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମାସିକ ଭତ୍ତା ବୃଦ୍ଧି ନେଇ ପ୍ରାରମ୍ଭିକ ବିଚାରବିମର୍ଶ ହୋଇପାରେ ବୋଲି ଜଣାପଡିଛି।
The post ଭତ୍ତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.