ଭଦୋଦରା ଡଙ୍ଗା ଓଲଟିବା ଘଟଣା, ବଢୁଛି ମୃତ୍ୟୁ ସଂଖ୍ୟା
ଭଦୋଦରା,୧୮।୧: ଗୁଜୁରାଟର ଭଦୋଦରାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହର୍ନି ହ୍ରଦରେ ଏକ ଡଙ୍ଗା ଓଲଟି ପଡିଛି। ଉକ୍ତ ଡଙ୍ଗାରେ ୨୩ଜଣ ଛାତ୍ର ଏବଂ ୪ଜଣ ଶିକ୍ଷକ ଥିଲେ। ପ୍ରଥମେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏଥିରେ ୧୨ଜଣ ଛାତ୍ର ଏବଂ ୨ଜଣ ଶିକ୍ଷକ ଅନ୍ତର୍ଭୁକ୍ତ। ସୂଚନାନୁସାରେ, ଡଙ୍ଗାରେ ୨୩ ଜଣ ଛାତ୍ର ଏବଂ ୪ଜଣ ଶିକ୍ଷକ ଥିଲେ। ୮ ଜଣଙ୍କୁ ଉଦ୍ଧାର କରାଯାଇଛି। ୪ରୁ […] The post ଭଦୋଦରା ଡଙ୍ଗା ଓଲଟିବା ଘଟଣା, ବଢୁଛି ମୃତ୍ୟୁ ସଂଖ୍ୟା appeared first on Dharitri Odia News.
ଭଦୋଦରା,୧୮।୧: ଗୁଜୁରାଟର ଭଦୋଦରାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହର୍ନି ହ୍ରଦରେ ଏକ ଡଙ୍ଗା ଓଲଟି ପଡିଛି। ଉକ୍ତ ଡଙ୍ଗାରେ ୨୩ଜଣ ଛାତ୍ର ଏବଂ ୪ଜଣ ଶିକ୍ଷକ ଥିଲେ। ପ୍ରଥମେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏଥିରେ ୧୨ଜଣ ଛାତ୍ର ଏବଂ ୨ଜଣ ଶିକ୍ଷକ ଅନ୍ତର୍ଭୁକ୍ତ। ସୂଚନାନୁସାରେ, ଡଙ୍ଗାରେ ୨୩ ଜଣ ଛାତ୍ର ଏବଂ ୪ଜଣ ଶିକ୍ଷକ ଥିଲେ। ୮ ଜଣଙ୍କୁ ଉଦ୍ଧାର କରାଯାଇଛି। ୪ରୁ ୫ଜଣ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଡଙ୍ଗାର କ୍ଷମତା ୧୪ ଜଣଙ୍କ ପାଇଁ ଥିଲା କିନ୍ତୁ ୨୭ ରୁ ଅଧିକ ଲୋକଙ୍କୁ ଏଥିରେ ନିଆଯାଇଥିଲା।ଏବେ ଏହି ହ୍ରଦର ରକ୍ଷଣାବେକ୍ଷଣ ଏକ ଘରୋଇ କମ୍ପାନୀ ହାତରେ ରହିଛି।
ସମସ୍ତ ଛାତ୍ର ଭଦୋଦରାସ୍ଥିତ ଏକ ବିଦ୍ୟାଳୟର ଥିଲେ। ଉଦ୍ଧାର କାର୍ଯ୍ୟ ଚାଲିଛି। ଗୁରୁତର ଆହତ ଛାତ୍ରମାନଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ୧୦ରୁ ଅଧିକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ। ପରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଥିବା ପୋଲିସ କହିଛି।
The post ଭଦୋଦରା ଡଙ୍ଗା ଓଲଟିବା ଘଟଣା, ବଢୁଛି ମୃତ୍ୟୁ ସଂଖ୍ୟା appeared first on Dharitri Odia News.