ଭଦ୍ରକରେ ସୁନାମୀ ପ୍ରସ୍ତୁତି ଦେଖିଲେ ଅନ୍ତର୍ଜାତୀୟ ଟିମ୍‌

ଭଦ୍ରକ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଭଳି ରହିଛି ସୁନାମୀ ପ୍ରସ୍ତୁତି ତାହା ବୁଲି ଦେଖିଛନ୍ତି ୟୁନିସେଫ ଓ ୟୁଏନର ଟିମ୍‌ ପହଞ୍ଚି । ଟିମ୍‌ ଜିଲ୍ଲାର ବାସୁଦେବପୁର ବ୍ଲକର ସାନ କୃଷ୍ଣପୁର, ବଡ ହାବେଳି ସାହି, ଅଡୁଆଁ ଓ ମୋହନପୁର ଆଦି ଅଞ୍ଚଳ ବୁଲି ଦେଖିଛନ୍ତି । ସୁନାମୀ ଆସିଲେ କେମିତି ଲୋକଙ୍କୁ ସୁରକ୍ଷିତ ରଖାଯିବ ଏଥିପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଛି ତାହା ଦେଖିଛନ୍ତି। ଏହି ଟିମ୍‌ରେ ଜର୍ମାନୀର ଗୌରବ ରାୟ, ଶ୍ରୀଲଙ୍କାର ଖାଦ୍ୟ ଓ କୃଷି ବିଭାଗ। ବାଂଲାଦେଶର ପରିବେଶ ବିଶେଷଜ୍ଞ ହର୍ଷଡ ଜି, ୟୁନିସେଫ ଓଡ଼ିଶାର ଓଁକାର ଖର, ୟୁନିସେଫର ସର୍ବଜିତ୍ ସହୋଟା, ୟୁଏନ୍‌ର ରାଧିକା ବତ୍ରା, ଚିଫ୍‌ ଫିଲ୍ଡ ଅଫିସର ଉଇଲିୟମ ହନଲନ ପ୍ରମୁଖ ରହିଛନ୍ତି।ସ୍ଥାନୀୟ ଲୋକଙ୍କ ସହ  ସୁନାମୀ ଓ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଆଲୋଚନା ସହ ଏମିତି ପରିସ୍ଥିତିକୁ ମୁକାବିଲା କେମିତି ହେବ ସେନେଇ ଆଲୋଚନା ହେବା ସହ ଆନୁସାଙ୍ଗିକ ବ୍ୟବସ୍ଥା ଦେଖିଛନ୍ତି । ପରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଓ ପ୍ରସ୍ତୁତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭଦ୍ରକରେ ସୁନାମୀ ପ୍ରସ୍ତୁତି ଦେଖିଲେ ଅନ୍ତର୍ଜାତୀୟ ଟିମ୍‌

ଭଦ୍ରକ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଭଳି ରହିଛି ସୁନାମୀ ପ୍ରସ୍ତୁତି ତାହା ବୁଲି ଦେଖିଛନ୍ତି ୟୁନିସେଫ ଓ ୟୁଏନର ଟିମ୍‌ ପହଞ୍ଚି । ଟିମ୍‌ ଜିଲ୍ଲାର ବାସୁଦେବପୁର ବ୍ଲକର ସାନ କୃଷ୍ଣପୁର, ବଡ ହାବେଳି ସାହି, ଅଡୁଆଁ ଓ ମୋହନପୁର ଆଦି ଅଞ୍ଚଳ ବୁଲି ଦେଖିଛନ୍ତି । ସୁନାମୀ ଆସିଲେ କେମିତି ଲୋକଙ୍କୁ ସୁରକ୍ଷିତ ରଖାଯିବ ଏଥିପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଛି ତାହା ଦେଖିଛନ୍ତି। 

ଏହି ଟିମ୍‌ରେ ଜର୍ମାନୀର ଗୌରବ ରାୟ, ଶ୍ରୀଲଙ୍କାର ଖାଦ୍ୟ ଓ କୃଷି ବିଭାଗ। ବାଂଲାଦେଶର ପରିବେଶ ବିଶେଷଜ୍ଞ ହର୍ଷଡ ଜି, ୟୁନିସେଫ ଓଡ଼ିଶାର ଓଁକାର ଖର, ୟୁନିସେଫର ସର୍ବଜିତ୍ ସହୋଟା, ୟୁଏନ୍‌ର ରାଧିକା ବତ୍ରା, ଚିଫ୍‌ ଫିଲ୍ଡ ଅଫିସର ଉଇଲିୟମ ହନଲନ ପ୍ରମୁଖ ରହିଛନ୍ତି।

ସ୍ଥାନୀୟ ଲୋକଙ୍କ ସହ  ସୁନାମୀ ଓ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଆଲୋଚନା ସହ ଏମିତି ପରିସ୍ଥିତିକୁ ମୁକାବିଲା କେମିତି ହେବ ସେନେଇ ଆଲୋଚନା ହେବା ସହ ଆନୁସାଙ୍ଗିକ ବ୍ୟବସ୍ଥା ଦେଖିଛନ୍ତି । ପରେ ଏହି ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଓ ପ୍ରସ୍ତୁତି ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।