ଭରତପୁର ଥାନା କାଣ୍ଡ: କାଲି ଗୁଜରାଟ ଯିବେ ୫ ପୁଲିସ୍‌ ଅଧିକାରୀ, ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱରର ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ପୁଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ। ଏଥିନିମନ୍ତେ ସେମାନଙ୍କୁ ଧରି ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌।

ସୋମବାର ଭରତପୁର ଥାନାର ନିଲମ୍ୱିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ । ଏଥିସହ ଅନ୍ୟ ୪ଜଣ  ପୁଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ଆସିବା ପରେ ପୁଲିସ କେତେ ସତ କହୁଛି ତାହା ଉପରୁ ପରଦା ହଟିବ  । 

ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ନିମନ୍ତେ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଅନୁମତି ପ୍ରଦାନ କରି ସାରିଛନ୍ତି । ଏହାପରେ ଅନ୍ୟ ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ଏଥିନିମନ୍ତେ ମଧ୍ୟ ଗତକାଲି ଅନୁମତି ମିଳିସାରିଛି।

ଏହି ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ନିଲମ୍ବିତ ହୋଇଥିବା ଜଣେ ମହିଳା ସବ୍‌-ଇନ୍ସପେକ୍ଟର ଓ ୨ ମହିଳା ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର।  ଏହି ତିନି ଜଣଙ୍କ ସହିତ ସେଦିନ ସେଠାରେ ଉପସ୍ଥିତ ଆଉ ଜଣେ ଏସ୍‌ଆଇଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ। ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଏହି ଏସ୍‌ଆଇଙ୍କୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ନିଲମ୍ବିତ କନଷ୍ଟେବଲଙ୍କର କୌଣସି ଟେଷ୍ଟ କରାଯିବ ନାହିଁ।

ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ନାର୍କୋ ଟେଷ୍ଟରେ ପାସ୍‌ କରିଗଲେ ଅଭିଯୋଗକାରିଣୀଙ୍କର ଲାଇ ଟିଟେକସନ୍‌ ଟେଷ୍ଟ, ପଲିଗ୍ରାଫ, ନାର୍କୋ ଆନାଲିସିସ ପାଇଁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ଯଦି ଫେଲ୍‌ ହୋଇଯାଆନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କହିଛନ୍ତି ଆଇନ ବିଶାରଦ ।