ଭରତପୁର ଥାନା ନିର୍ଯାତନା ମାମଲାର ଖୋଲିବ ଗୁମର, ସରିଲା ନିଲମ୍ବିତ ୫ ପୋଲିସଙ୍କ ସବୁ ପରୀକ୍ଷା
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ହାଜତ ନିର୍ଯାତନା ମାମଲାର ଖୋଲିବ ଗୁମର । ଗୁଜରାଟ ଗାନ୍ଧୀନଗର DFSLରେସରିଲା ନିଲମ୍ବିତ ୫ ପୋଲିସଙ୍କ ସବୁ ପରୀକ୍ଷା । ଆଜି ନିଲମ୍ବିତ ପୋଲିସ ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଅନାଲିସିସ୍ ଟେଷ୍ଟ କରାଯାଇଛି । ଫରେନ୍ସିକ ବିଶେଷଜ୍ଞ ଓ ଡାକ୍ତରଙ୍କ ଉପସ୍ଥିତିରେ ହୋଇଥିଲା ନାର୍କୋ ଟେଷ୍ଟ । ସେହିପରି ଦୁଇ ଦିନ ତଳେ ତାଙ୍କର ବ୍ରେନ୍ ମ୍ୟାପିଂ ଟେଷ୍ଟ ହୋଇଥିଲା । ପୂର୍ବରୁ ଦୀନକୃଷ୍ଣଙ୍କ ସମେତ ପାଞ୍ଚ ପୋଲିସଙ୍କ […] The post ଭରତପୁର ଥାନା ନିର୍ଯାତନା ମାମଲାର ଖୋଲିବ ଗୁମର, ସରିଲା ନିଲମ୍ବିତ ୫ ପୋଲିସଙ୍କ ସବୁ ପରୀକ୍ଷା appeared first on KNews Odisha.

ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ହାଜତ ନିର୍ଯାତନା ମାମଲାର ଖୋଲିବ ଗୁମର । ଗୁଜରାଟ ଗାନ୍ଧୀନଗର DFSLରେସରିଲା ନିଲମ୍ବିତ ୫ ପୋଲିସଙ୍କ ସବୁ ପରୀକ୍ଷା । ଆଜି ନିଲମ୍ବିତ ପୋଲିସ ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ ଅନାଲିସିସ୍ ଟେଷ୍ଟ କରାଯାଇଛି । ଫରେନ୍ସିକ ବିଶେଷଜ୍ଞ ଓ ଡାକ୍ତରଙ୍କ ଉପସ୍ଥିତିରେ ହୋଇଥିଲା ନାର୍କୋ ଟେଷ୍ଟ ।
ସେହିପରି ଦୁଇ ଦିନ ତଳେ ତାଙ୍କର ବ୍ରେନ୍ ମ୍ୟାପିଂ ଟେଷ୍ଟ ହୋଇଥିଲା । ପୂର୍ବରୁ ଦୀନକୃଷ୍ଣଙ୍କ ସମେତ ପାଞ୍ଚ ପୋଲିସଙ୍କ ହୋଇଥିଲା ପଲିଗ୍ରାଫ ଟେଷ୍ଟ । DFSL ସବୁ ଟେଷ୍ଟର ରିପୋର୍ଟ ଆସନ୍ତା ୨୧ ତାରିଖ ସୁଦ୍ଧା ଦେବ । ଏହି ଟେଷ୍ଟ ରିପୋର୍ଟକୁ କୋର୍ଟ ସେକେଣ୍ଡାରୀ ଏଭିଡେନସ ଭାବେ ଗ୍ରହଣ କରିପାରିବେ ।
ଗତ ମାସ ୧୪ ତାରିଖ ବିଳମ୍ବିତ ରାତିରେ FIR ଦେବାକୁ ଯାଇଥିବା ବେଳେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ପୋଲିସ ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ DGP ଙ୍କ ନିର୍ଦ୍ଦେଶ ପରେ ଦୀନକୃଷ୍ଣ ଓ ଅନ୍ୟ ଚାରି ଜଣ ପୋଲିସ ନିଲମ୍ବିତ ହୋଇଥିଲେ । ଘଟଣାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ DGP । ଘଟଣାର ଗୁରୁତ୍ଵ ଉପଲବ୍ଧି କରି ରାଜ୍ୟ ସରକାର ଜଷ୍ଟିସ ଚିତ୍ତ ରଂଜନ ଦାସ କମିଶନ ଗଠନ କରିଥିଲେ । କମିଶନ ଦୁଇ ମାସ ମଧ୍ୟରେ ରିପୋର୍ଟ ଦେବେ ।
The post ଭରତପୁର ଥାନା ନିର୍ଯାତନା ମାମଲାର ଖୋଲିବ ଗୁମର, ସରିଲା ନିଲମ୍ବିତ ୫ ପୋଲିସଙ୍କ ସବୁ ପରୀକ୍ଷା appeared first on KNews Odisha.