ଭରତପୁର ଥାନା ବିବାଦ, ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW

ଭୁବନେଶ୍ବର: ଭରତପୁର ଥାନାରେ ମେଜର ପୋଲିସ ବିବାଦ ଘଟଣା । ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW । ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀଙ୍କ ଭିଡିଓ । ଦେହରେ ଅନେକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ । ହାତ ମଧ୍ୟ ଭାଙ୍ଗିଯାଇଥିବା ଦେଖାଯାଇଛି। ଜାମିନ ମଞ୍ଜୁର ହେବା ପରେ ଆଉ କିଛି ସମୟ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ଯୁବତୀ । ସୂଚନାନୁସାରେ,ଗତ ଶନିବାର ଦିନ ବିଳମ୍ବିତ ରାତିରେ ମେଜର ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀଙ୍କ […]

ଭରତପୁର ଥାନା ବିବାଦ, ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW
ଭରତପୁର ଥାନା ବିବାଦ, ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW

ଭୁବନେଶ୍ବର: ଭରତପୁର ଥାନାରେ ମେଜର ପୋଲିସ ବିବାଦ ଘଟଣା । ଓଡିଶା ପୁଲିସକୁ ରିପୋର୍ଟ ମାଗିଲା NCW । ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀଙ୍କ ଭିଡିଓ । ଦେହରେ ଅନେକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ । ହାତ ମଧ୍ୟ ଭାଙ୍ଗିଯାଇଥିବା ଦେଖାଯାଇଛି। ଜାମିନ ମଞ୍ଜୁର ହେବା ପରେ ଆଉ କିଛି ସମୟ ପରେ ହସ୍ପିଟାଲରୁ ଡିସଚାର୍ଜ ହେବେ ଯୁବତୀ ।

ସୂଚନାନୁସାରେ,ଗତ ଶନିବାର ଦିନ ବିଳମ୍ବିତ ରାତିରେ ମେଜର ଗୁରୁବଂଶ ସିଂ ଏବଂ ତାଙ୍କ ବାନ୍ଧବୀଙ୍କ ସହ କିଛି ଯୁବକ ରାସ୍ତାରେ ଅଶାଳୀନ ବ୍ୟବହାର କରିଥିଲେ । ଏହାକୁ ନେଇ ରାତିରେ ମେଜର ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ସେଠାରେ ଡିୟୁଟିରେ ଥିବା ଥାନା କର୍ମଚାରୀ ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ତାଙ୍କ ସହ ମାଡ଼ପିଟ କରିଥିଲେ । ଅଭିଯୋଗ ହେବାପରେ ଡିଜିପି ଏହି ଘଟଣାରେ ଭରତପୁର ଥାନାଧିକାରୀ ଦୀନକୃଷ୍ଣ ମିଶ୍ର, ଆସିଷ୍ଟାଣ୍ଡ ସବ୍‌ଇନ୍ସପେକ୍ଟର ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଁସଦାଙ୍କୁ ବଦଳି କରିବା ସହ । ଆଉ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ । ସେହିଭଳି ଗତକାଲି କ୍ରାଇମ୍‌ବ୍ରାଞ୍ଚର ୫ଜଣିଆ ଭରତପୁର ଥାନାକୁ ଆସି ତଦନ୍ତ କରିଥିଲେ। ସନ୍ଧ୍ୟାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଡିଜିପିଙ୍କୁ ପ୍ରଦାନ କରିଥିଲା।