ଘାଟିରେ ପିକଅପ ଭ୍ୟାନ ଓଲଟି ୨୧ ସ୍କୁଲ ଛାତ୍ର ଆହତ

ମୋହନ : ଚମ୍ପା ଘାଟିରେ ଓଲଟିଲା ସ୍କୁଲ ଛାତ୍ରଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ I ଏଥିରେ ୨୧ ଜଣ ଛାତ୍ର ଆହତ ହୋଇଥିବାବେଳେ ୭ ଜଣଙ୍କର ଅବସ୍ଥା ଗୁରୁତର ରହିଛି I ଆହତ ଛାତ୍ରମାନେ ଛେଳିଗଡ଼ ହାଇସ୍କୁଲର । ଆହତ ଛାତ୍ରଙ୍କ ମଧ୍ୟରୁ ୧୪ ଜଣଙ୍କୁ ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୭ ଜଣଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ,ଛେଳିଗଡ଼ ହାଇସ୍କୁଲର ୨୧ ଜଣ ଛାତ୍ର ଏକ ପିକଅପ ଭ୍ୟାନରେ ଯାଇ […]

ଘାଟିରେ ପିକଅପ ଭ୍ୟାନ ଓଲଟି ୨୧ ସ୍କୁଲ ଛାତ୍ର ଆହତ
ଘାଟିରେ ପିକଅପ ଭ୍ୟାନ ଓଲଟି ୨୧ ସ୍କୁଲ ଛାତ୍ର ଆହତ

ମୋହନ : ଚମ୍ପା ଘାଟିରେ ଓଲଟିଲା ସ୍କୁଲ ଛାତ୍ରଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ I ଏଥିରେ ୨୧ ଜଣ ଛାତ୍ର ଆହତ ହୋଇଥିବାବେଳେ ୭ ଜଣଙ୍କର ଅବସ୍ଥା ଗୁରୁତର ରହିଛି I ଆହତ ଛାତ୍ରମାନେ ଛେଳିଗଡ଼ ହାଇସ୍କୁଲର । ଆହତ ଛାତ୍ରଙ୍କ ମଧ୍ୟରୁ ୧୪ ଜଣଙ୍କୁ ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୭ ଜଣଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାନୁସାରେ,ଛେଳିଗଡ଼ ହାଇସ୍କୁଲର ୨୧ ଜଣ ଛାତ୍ର ଏକ ପିକଅପ ଭ୍ୟାନରେ ଯାଇ ଯୁବ ଓଡିଶା କ୍ରୀଡ଼ା ଉତ୍ସବରେ ଯୋଗଦେଇ ଫେରୁଥିବାବେଳେ ଚମ୍ପା ଘାଟିରେ ପିକଅପ ଭ୍ୟାନଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଓଲଟି ପଡିଥିବା ପିକଅପରୁ ଛାତ୍ରମାନଙ୍କୁ ଉଦ୍ଧାର କରିଛନ୍ତି । ତେବେ ୧୪ ଜଣ ଛାତ୍ର ଉଦୟଗିରି ଓ ୭ଜଣ ଛାତ୍ରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।