ଭରତପୁର ଥାନା ଲଜ୍ଜା ଘଟଣା: ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

ଭୁବନେଶ୍ବର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସବୁ ପରୀକ୍ଷାର ସମ୍ମୁଖୀନ ପାଇଁ ରାଜି ହୋଇଛନ୍ତି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର। ଆଜି ଏସଡିଜେଏମ୍ କୋର୍ଟରେ ହାଜର ହୋଇ ସେ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ପାଇଁ ସେ ରାଜି ହୋଇଥିବା ଜଣାଯାଇଛି। ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। […]

ଭରତପୁର ଥାନା ଲଜ୍ଜା ଘଟଣା: ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ
1

ଭୁବନେଶ୍ବର: ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସବୁ ପରୀକ୍ଷାର ସମ୍ମୁଖୀନ ପାଇଁ ରାଜି ହୋଇଛନ୍ତି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର। ଆଜି ଏସଡିଜେଏମ୍ କୋର୍ଟରେ ହାଜର ହୋଇ ସେ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ପାଇଁ ସେ ରାଜି ହୋଇଥିବା ଜଣାଯାଇଛି। ପଲିଗ୍ରାଫ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ପଲିଗ୍ରାଫ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା।

ଖବର ଅନୁଯାୟୀ, ଦୀନକୃଷ୍ଣଙ୍କ ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା। ଏଣେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ତଦନ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭରତପୁର ଥାନାରେ ସକାଳେ ପହଞ୍ଚିଥିଲା। ସେଠାରେ ପୀଡ଼ିତା ଓ ତାଙ୍କ ବନ୍ଧୁ ମେଜର ବି ପହଞ୍ଚିଥିଲେ। ତାପରେ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ।