ଭଲ ପାଉଥିଲେ ବି ବିବାହ ପ୍ରସ୍ତାବରେ ରାଜି ହେଲେ ନାହିଁ, ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ…

ଚେନ୍ନାଇ, ୨୧।୧୧: ତାମିଲନାଡ଼ୁର ତଞ୍ଜାଭୁର ଜିଲା ମଲ୍ଲିପଟ୍ଟିନମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟାଳୟର ଶିକ୍ଷୟିତ୍ରୀ ରମଣୀ(୨୬)ଙ୍କୁ ସ୍କଲ ପରିସର ମଧ୍ୟରେ ମଦନ ନାମକ ଜଣେ ଯୁବକ ଛୁରି ଭୁସି ହତ୍ୟା କରିଛନ୍ତି। ବିଦ୍ୟାଳୟର ଷ୍ଟାଫ୍‌ରୁମ ସମ୍ମୁଖରେ ରମଣୀ ଯାଉଥିବାବେଳେ ମଦନ ତାଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀଛାତ୍ର ଏବଂ ସ୍କୁଲର ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ମଦନ ରମଣୀଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ସ୍କୁଲ୍‌ର କର୍ମଚାରୀ […] The post ଭଲ ପାଉଥିଲେ ବି ବିବାହ ପ୍ରସ୍ତାବରେ ରାଜି ହେଲେ ନାହିଁ, ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ… appeared first on Dharitri Odia News.

ଭଲ ପାଉଥିଲେ ବି ବିବାହ ପ୍ରସ୍ତାବରେ ରାଜି ହେଲେ ନାହିଁ, ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ…

ଚେନ୍ନାଇ, ୨୧।୧୧: ତାମିଲନାଡ଼ୁର ତଞ୍ଜାଭୁର ଜିଲା ମଲ୍ଲିପଟ୍ଟିନମ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ବିଦ୍ୟାଳୟର ଶିକ୍ଷୟିତ୍ରୀ ରମଣୀ(୨୬)ଙ୍କୁ ସ୍କଲ ପରିସର ମଧ୍ୟରେ ମଦନ ନାମକ ଜଣେ ଯୁବକ ଛୁରି ଭୁସି ହତ୍ୟା କରିଛନ୍ତି। ବିଦ୍ୟାଳୟର ଷ୍ଟାଫ୍‌ରୁମ ସମ୍ମୁଖରେ ରମଣୀ ଯାଉଥିବାବେଳେ ମଦନ ତାଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀଛାତ୍ର ଏବଂ ସ୍କୁଲର ଅନ୍ୟ କର୍ମଚାରୀଙ୍କ ସମ୍ମୁଖରେ ମଦନ ରମଣୀଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ସ୍କୁଲ୍‌ର କର୍ମଚାରୀ ଏବଂ ଛାତ୍ରୀଛାତ୍ର ରମଣୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ହସ୍ପିଟାଲ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ମଦନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

TN School Teacher Murder - Teacher stabbed to death in school for rejecting man's marriage proposal - Tamil Nadu News | India Today

ପୋଲିସର ସୂଚନା ଅନୁଯାୟୀ, ରମଣୀ ଏବଂ ମଦନ ଦୀର୍ଘଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ତେବେ ସେମାନଙ୍କ ସମ୍ପର୍କକୁ ରମଣୀଙ୍କ ପରିବାର ବିରୋଧ କରୁଥିଲେ। ପରିବାର ଚାପର ବଶବର୍ତ୍ତୀହୋଇ ରମଣୀ ମଦନଙ୍କ ବିବାହ ପ୍ରସ୍ତାବକୁ ମନାକରି ଦେଇଥିଲେ। ତେଣୁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ମଦନ ରମଣୀଙ୍କୁ ହତ୍ୟା କରିଥିବା ପୋଲିସ କହିଛି।

The post ଭଲ ପାଉଥିଲେ ବି ବିବାହ ପ୍ରସ୍ତାବରେ ରାଜି ହେଲେ ନାହିଁ, ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ… appeared first on Dharitri Odia News.