ଭାଙ୍ଗି ପଡିଥିଲେ ଆଲିଆ

ନିକଟରେ ଫିଲ୍ମମେକର ସଞ୍ଜୟ ଲିଲା ଭଂସାଲୀ ଏକ ସାକ୍ଷାତକାରରେ ଫିଲ୍ମ ଇଂଶାଆଲ୍ଲାକୁ ନେଇ କଥା ହୋଇଛନ୍ତି । ଏହି ଫିଲ୍ମ ପାଇଁ ଆଲିଆ ଭଟ୍ଟଙ୍କୁ ପ୍ରଥମେ ଫାଇନାଲ କରାଯାଇଥିଲା । ଏଥିରେ ଆଲିଆ ସଲମାନଙ୍କ ବିପକ୍ଷରେ ନଜର ଆସିଥାଆନ୍ତେ । ହେଲେ ଏହି ପ୍ରୋଜେକଫଟି କ୍ୟାନ୍ସଲ ହୋଇଯାଇଥିଲା । ଯେତେବେଳେ ଏନେଇ ଆଲିଆଙ୍କୁ ସଞ୍ଜୟ ଜଣାଇଥିଲେ ସେ ଖୁବ କାନ୍ଦିଥିଲେ ବୋଲି ସଞ୍ଜୟ ଲୀଲା ଭଂସାଲି ପ୍ରକାଶ କରିଛନ୍ତି । ଆଲିଆ କାନ୍ଦିବା ସହିତ ନିଜକୁ ଏକ […]

ଭାଙ୍ଗି ପଡିଥିଲେ ଆଲିଆ
ଭାଙ୍ଗି ପଡିଥିଲେ ଆଲିଆ

ନିକଟରେ ଫିଲ୍ମମେକର ସଞ୍ଜୟ ଲିଲା ଭଂସାଲୀ ଏକ ସାକ୍ଷାତକାରରେ ଫିଲ୍ମ ଇଂଶାଆଲ୍ଲାକୁ ନେଇ କଥା ହୋଇଛନ୍ତି । ଏହି ଫିଲ୍ମ ପାଇଁ ଆଲିଆ ଭଟ୍ଟଙ୍କୁ ପ୍ରଥମେ ଫାଇନାଲ କରାଯାଇଥିଲା । ଏଥିରେ ଆଲିଆ ସଲମାନଙ୍କ ବିପକ୍ଷରେ ନଜର ଆସିଥାଆନ୍ତେ । ହେଲେ ଏହି ପ୍ରୋଜେକଫଟି କ୍ୟାନ୍ସଲ ହୋଇଯାଇଥିଲା । ଯେତେବେଳେ ଏନେଇ ଆଲିଆଙ୍କୁ ସଞ୍ଜୟ ଜଣାଇଥିଲେ ସେ ଖୁବ କାନ୍ଦିଥିଲେ ବୋଲି ସଞ୍ଜୟ ଲୀଲା ଭଂସାଲି ପ୍ରକାଶ କରିଛନ୍ତି । ଆଲିଆ କାନ୍ଦିବା ସହିତ ନିଜକୁ ଏକ ରୁମ୍‌ରେ ବନ୍ଦ ମଧ୍ୟ କରିଦେଇଥିଲେ । ସମ୍ପୃକ୍ତ ଫିଲ୍ମର ଚରିତ୍ର ଆଲିଆଙ୍କୁ ଖୁବ ପସନ୍ଦ ଆସିଥିଲା । ତେବେ ଏହାପରେ ସଞ୍ଜୟ ତାଙ୍କୁ ଗଙ୍ଗୁବାଇ ଫିଲ୍ମ କଥା କହିଥିଲେ । ଇଂଶାଆଲ୍ଲାରେ ଆଲିଆଙ୍କ ଚରିତ୍ର ପୁରା ବିଦେଶୀ ଥିବାବେଳେ ଗଙ୍ଗୁବାଇରେ ସମ୍ପୂର୍ଣ୍ଣ ଦେଶୀ । ଯାହା ଶୁଣିବା ପରେ ଆଲିଆ ଟିକେ ଦ୍ୱନ୍ଦରେ ପଡିଥିଲେ । କିଭଳି ସେ ଏହାକୁ କରିବେ ସେନେଇ ସଞ୍ଜୟ ଲିଲା ଭଂସାଲୀଙ୍କୁ ନିଜ ମନକଥା ପ୍ରକାଶ କରିଥିଲେ । ହେଲେ ପରେ ସଞ୍ଜୟ ତାଙ୍କୁ ଚରିତ୍ର ନେଇ ବୁଝାଇଥିଲେ ଯାହାପରେ ଆଲିଆ ଗଙ୍ଗୁବାଇ ଫିଲ୍ମ କରିବାକୁ ରାଜି ହୋଇଥିଲେ । ଆଲିଆ ଖୁବ ଆରାମରେ ଏହି ଚରିତ୍ରରେ ଅଭିନୟ କରିପାରିବେ ବୋଲି ସଞ୍ଜୟ ଲିଲା ଭଂସାଲୀ ତାଙ୍କୁ ବୁଝାଇଥିଲେ, ଯେଉଁ କାରଣରୁ ଆଲିଆ ଏହି ଫିଲ୍ମ କରିବାକୁ ରାଜି ହୋଇଥିଲେ ।