ଭାଙ୍ଗିଯିବ ଏନ୍‌ଡିଏ ସରକାର, ମୋଦି ଶପଥ ନେବା ପୂର୍ବରୁ କହିଲେ ମମତା ବାନାର୍ଜୀ

କୋଲକାତା,୮ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ରବିବାର ଅର୍ଥାତ୍‌ ଜୁନ୍‌ ୯ରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏକ ବଡ଼ କଥା କହିଛନ୍ତି। ଏହି ସରକାର ଅଧିକ ଦିନ ରହିବ ନାହିଁ ବୋଲି ମମତା କହିଛନ୍ତି। ସେ କହିଛନ୍ତି ଯେ, କିଛି ଭାଜପା ନେତା କିଛି ଦିନ ମଧ୍ୟରେ ଦଳ […] The post ଭାଙ୍ଗିଯିବ ଏନ୍‌ଡିଏ ସରକାର, ମୋଦି ଶପଥ ନେବା ପୂର୍ବରୁ କହିଲେ ମମତା ବାନାର୍ଜୀ appeared first on Dharitri Odia News.

ଭାଙ୍ଗିଯିବ ଏନ୍‌ଡିଏ ସରକାର, ମୋଦି ଶପଥ ନେବା ପୂର୍ବରୁ କହିଲେ ମମତା ବାନାର୍ଜୀ

କୋଲକାତା,୮ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ରବିବାର ଅର୍ଥାତ୍‌ ଜୁନ୍‌ ୯ରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏକ ବଡ଼ କଥା କହିଛନ୍ତି। ଏହି ସରକାର ଅଧିକ ଦିନ ରହିବ ନାହିଁ ବୋଲି ମମତା କହିଛନ୍ତି।

ସେ କହିଛନ୍ତି ଯେ, କିଛି ଭାଜପା ନେତା କିଛି ଦିନ ମଧ୍ୟରେ ଦଳ ଛାଡ଼ିପାରନ୍ତି। ଅନେକ ଭାଜପା ନେତା ଅତ୍ୟନ୍ତ ଅସନ୍ତୋଷ ଓ ଅସନ୍ତୁଷ୍ଟ। ଏହି ସରକାର ଅଧିକ ଦିନ ତିଷ୍ଠି ରହିବ ନାହିଁ। ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ତୃଣମୂଳ କଂଗ୍ରେସ ଯୋଗଦେବେ କି ନାହିଁ ଏହାର ଜବାବରେ ମମତା କହିଛନ୍ତି, ତାଙ୍କୁ ନିମନ୍ତ୍ରଣ ମିଳିନାହିଁ କିମ୍ବା ସେ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ପରିବର୍ତ୍ତନ ଆବଶ୍ୟକ, ଆମେ ରାଜନୈତିକ ପରିସ୍ଥିତି ଉପରେ ନଜର ରଖିଛୁ। ଆସିଥିବା ଆଦେଶ ପରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଉଚିତ ନୁହେଁ। ଆଜି ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବାକୁ ଦାବି କରି ନାହିଁ, ଏହାର ଅର୍ଥ ନୁହେଁ ଯେ, ଭବିଷ୍ୟତରେ ଆମେ ତାହା କରିବୁ ନାହିଁ।

The post ଭାଙ୍ଗିଯିବ ଏନ୍‌ଡିଏ ସରକାର, ମୋଦି ଶପଥ ନେବା ପୂର୍ବରୁ କହିଲେ ମମତା ବାନାର୍ଜୀ appeared first on Dharitri Odia News.