ଭାଙ୍ଗିଲା କଲେଜ ପରିଚାଳନା କମିଟି

ଭୁବନେଶ୍ୱର,୨୪।୧୨(ସୁଚିସ୍ମିତା ସାହୁ): ରାଜ୍ୟ ସରକାର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ନିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ଜାରି କରିବା ସହ ତତ୍‌କ୍ଷଣାତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେଠାରୁ ଜିଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ନିଂ ବଡି ଅଧ୍ୟକ୍ଷ ଭାବେ ଅତିରିକ୍ତ ଜିଲାପାଳ(ଏଡିଏମ୍‌) କାର୍ଯ୍ୟ କରିବେ। ସେହିଭଳି ଜିଲା ସଦର ମହକୁମା ବାହାରେ ଥିବା କଲେଜଗୁଡ଼ିକରେ ଉପଜିଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ। ତେବେ ସ୍ବୟଂଶାସିତ ମହାବିଦ୍ୟାଳୟ […] The post ଭାଙ୍ଗିଲା କଲେଜ ପରିଚାଳନା କମିଟି appeared first on Dharitri Odia News.

ଭାଙ୍ଗିଲା କଲେଜ ପରିଚାଳନା କମିଟି

ଭୁବନେଶ୍ୱର,୨୪।୧୨(ସୁଚିସ୍ମିତା ସାହୁ): ରାଜ୍ୟ ସରକାର ସମସ୍ତ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ନିଂ ବଡି ବା ପରିଚାଳନା କମିଟିକୁ ଭାଙ୍ଗି ଦେଇଛନ୍ତି। ଏନେଇ ବିଜ୍ଞପ୍ତି ଜାରି କରିବା ସହ ତତ୍‌କ୍ଷଣାତ ଏହାକୁ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେଠାରୁ ଜିଲା ମୁଖ୍ୟାଳୟରେ ଥିବା କଲେଜର ଗଭର୍ନିଂ ବଡି ଅଧ୍ୟକ୍ଷ ଭାବେ ଅତିରିକ୍ତ ଜିଲାପାଳ(ଏଡିଏମ୍‌) କାର୍ଯ୍ୟ କରିବେ।

ସେହିଭଳି ଜିଲା ସଦର ମହକୁମା ବାହାରେ ଥିବା କଲେଜଗୁଡ଼ିକରେ ଉପଜିଲାପାଳ ପରିଚାଳନା କମିଟିର ଅଧ୍ୟକ୍ଷ ରହିବେ। ତେବେ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଦ୍ୱାରା ଗଠନ ହୋଇଥିବା କଲେଜଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି। ଯଦି କୌଣସି ଜିଲାରେ ଏକାଧିକ ଅତିରିକ୍ତ ଜିଲାପାଳ ଅଛନ୍ତି, ତେବେ ଜିଲାପାଳ ଜଣେ ଅତିରିକ୍ତ ଜିଲାପାଳଙ୍କୁ ନିଯୁକ୍ତ କରିବା ସହିତ ଏହାକୁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ଜଣାଇବେ। ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇବାର ୩ମାସ ମଧ୍ୟରେ ନୂଆ କମିଟି ଗଠନ ପାଇଁ ପ୍ରସ୍ତାବ ଦେବାକୁ ନୂତନ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

The post ଭାଙ୍ଗିଲା କଲେଜ ପରିଚାଳନା କମିଟି appeared first on Dharitri Odia News.