ଭାଜପା ନେତା ଟଙ୍କା ବାଣ୍ଟିବା ନେଇ ଏତଲା: ନିର୍ବାଚନର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ହାଇଡ୍ରାମା

ମୁମ୍ବାଇ,୧୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଛି। ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାଓ୍ବଡେ ପାଲ୍‌ଘର ଜିଲାର ଭିରାରସ୍ଥିତ ଏକ ହୋଟେଲରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ତାଓ୍ବଡେଙ୍କ ଉପସ୍ଥିତିରେ ନାଲାସୋପରାର ଭାଜପା ପ୍ରାର୍ଥୀ ରାଜନ ନାଏକ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଥିଲେ ବୋଲି ବହୁଜନ ବିକାଶ ଅଘାଡ଼ି ଅଭିଯୋଗ କରିଛି। ବହୁଜନ ବିକାଶ ଅଘାଡ଼ି ବିଧାୟକ କ୍ଷିତିଜ ଠାକୁର ତାଙ୍କ ସମର୍ଥକମାନଙ୍କ ସହ ହୋଟେଲରେ […] The post ଭାଜପା ନେତା ଟଙ୍କା ବାଣ୍ଟିବା ନେଇ ଏତଲା: ନିର୍ବାଚନର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ହାଇଡ୍ରାମା appeared first on Dharitri Odia News.

ଭାଜପା ନେତା ଟଙ୍କା ବାଣ୍ଟିବା ନେଇ ଏତଲା: ନିର୍ବାଚନର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ହାଇଡ୍ରାମା

ମୁମ୍ବାଇ,୧୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଛି। ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାଓ୍ବଡେ ପାଲ୍‌ଘର ଜିଲାର ଭିରାରସ୍ଥିତ ଏକ ହୋଟେଲରେ ଭୋଟରମାନଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ତାଓ୍ବଡେଙ୍କ ଉପସ୍ଥିତିରେ ନାଲାସୋପରାର ଭାଜପା ପ୍ରାର୍ଥୀ ରାଜନ ନାଏକ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବାଣ୍ଟୁଥିଲେ ବୋଲି ବହୁଜନ ବିକାଶ ଅଘାଡ଼ି ଅଭିଯୋଗ କରିଛି। ବହୁଜନ ବିକାଶ ଅଘାଡ଼ି ବିଧାୟକ କ୍ଷିତିଜ ଠାକୁର ତାଙ୍କ ସମର୍ଥକମାନଙ୍କ ସହ ହୋଟେଲରେ ପହଞ୍ଚତ୍ବା ପରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ସମର୍ଥକମାନେ ତାଓ୍ବଡେଙ୍କୁ ଘେରାଉ କରି ସ୍ଲୋଗାନ ଦେଇଥିଲେ। ବୈଠକ ସ୍ଥଳରୁ ନଗଦ ଅର୍ଥ ଥିବା ଲଫାପା ଏବଂ ଡାଇରି ମିଳିଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ତାଓ୍ବଡେଙ୍କ ନାଁରେ ଏତଲା ଦାଏର ହୋଇଛି।

ଭିରାରସ୍ଥିତ ହୋଟେଲରେ ୫ କୋଟି ଟଙ୍କା ବଣ୍ଟାଯାଇଥିବା ବହୁଜନ ବିକାଶ ଅଘାଡ଼ିର ଅଧ୍ୟକ୍ଷ ହିତେନ୍ଦ୍ର ଠାକୁର ଅଭିଯୋଗ କରିଛନ୍ତି। ହୋଟେଲର ଏକ ଭିଡିଓକୁ କଂଗ୍ରେସ ଶେୟାର କରି ଭାଜପା ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଅର୍ଥବଳ ବ୍ୟବହାର ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରିଛି। ଏନ୍‌ସିପି(ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ ଏହି ଘଟଣାରେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେମାନେ ବିମୁଦ୍ରୀକରଣ କରିଥିଲେ। ଏବେ ଏତେ ଟଙ୍କା କୁଆଡ଼ୁ ଆସୁଛି। ବିନେଦ ତାଓ୍ବଡେଙ୍କ ଭଳି ବରିଷ୍ଠ ନେତା ଟଙ୍କା ବଣ୍ଟାରେ ସାମିଲ ହେବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ସୁଲେ କହିଛନ୍ତି।

The post ଭାଜପା ନେତା ଟଙ୍କା ବାଣ୍ଟିବା ନେଇ ଏତଲା: ନିର୍ବାଚନର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ହାଇଡ୍ରାମା appeared first on Dharitri Odia News.