ଭାଜପା ଯିବା ନେଇ ସଙ୍କେତ ଦେଲେ ଭର୍ତ୍ତୃହରି!
ଭୁବନେଶ୍ୱର,୨୨।୩: ବିଜେଡି ସହ ସମ୍ପର୍କ ଛିଣ୍ଡାଇଛନ୍ତି ପୂର୍ବ କଟକ ଏମପି ଭର୍ତ୍ତୃହରି ମହତାବ। ଶୁକ୍ରବାର ଖବରଦାତା ସମ୍ମିଳନୀ କରି ଏହି ଇସ୍ତଫା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏମପି ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭଙ୍ଗା ହୃଦୟରେ ଦଳ ଛାଡୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିବା ସେ କହିଛନ୍ତି। ଦଳ ଛାଡିବାର କାରଣ ପଚାରିବାରୁ ସେ କହିଛନ୍ତି, ଗତ ୨ବର୍ଷ ଧରି ମୁଁ କୌଣସି ଦଳୀୟ କାର୍ଯ୍ୟକ୍ରମରେ […] The post ଭାଜପା ଯିବା ନେଇ ସଙ୍କେତ ଦେଲେ ଭର୍ତ୍ତୃହରି! appeared first on Dharitri Odia News.
ଭୁବନେଶ୍ୱର,୨୨।୩: ବିଜେଡି ସହ ସମ୍ପର୍କ ଛିଣ୍ଡାଇଛନ୍ତି ପୂର୍ବ କଟକ ଏମପି ଭର୍ତ୍ତୃହରି ମହତାବ। ଶୁକ୍ରବାର ଖବରଦାତା ସମ୍ମିଳନୀ କରି ଏହି ଇସ୍ତଫା ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଏମପି ଭର୍ତ୍ତୃହରି କଟକରୁ ୬ଥର ଏମପି ରହିଛନ୍ତି। ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭଙ୍ଗା ହୃଦୟରେ ଦଳ ଛାଡୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିବା ସେ କହିଛନ୍ତି।
ଦଳ ଛାଡିବାର କାରଣ ପଚାରିବାରୁ ସେ କହିଛନ୍ତି, ଗତ ୨ବର୍ଷ ଧରି ମୁଁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲି। କୌଣସି ଦଳୀୟ କଥାରେ ମତ ପ୍ରକାଶ କରୁ ନ ଥିଲି। କାରଣ ଦଳରେ ମୁଁ ଯାହା କହୁଥିଲୁ ମୋ କଥା କେହି ଶୁଣୁ ନ ଥିଲେ। ସହିବାର ଗୋଟିଏ ସୀମା ଥାଏ, ହେଲେ ମୋର ଧୈର୍ଯ୍ୟ ସୀମା ଟପିଲା। ନିଷ୍ପତ୍ତି କଠୋର ହୋଇପାରେ ହେଲେ ମୋତେ ଆଜି ହାଲୁକା ଲାଗୁଛି। ତେବେ ଭଙ୍ଗା ହୃଦୟର ଦଳ ଛାଡୁଥିବା ସେ ପ୍ରକାଶ କରିଛନ୍ତି।
ତେବେ ବିଜେଡି ଛାଡିବା ପରେ ଭାଜପାରେ ଯୋଗ ଦେବା ନେଇ ଗଣମାଧ୍ୟମର ପ୍ରଶ୍ନରେ ସେ କହିଛନ୍ତି, ଭାଜପା ଯିବି କି ନାହିଁ ସମୟ କହିବ। ପୁଣି ଏକ ବନ୍ଧନକୁ ଯିବାକୁ ହେଲେ ସମୟ ଇସାରା ଦେବ। ପରବର୍ତ୍ତୀ ପଦକ୍ଷେପ ପୂର୍ବରୁ ବନ୍ଧୁ, ଶୁଭେଚ୍ଛୁ ଏବଂ ମୋ ଲୋକମାନଙ୍କ ମତାମତ ନେବି।
The post ଭାଜପା ଯିବା ନେଇ ସଙ୍କେତ ଦେଲେ ଭର୍ତ୍ତୃହରି! appeared first on Dharitri Odia News.