ଭାଜପା ୨୦୦ ଆସନ ଜିତି ଦେଖାଉ: ମମତା
କୋଲକାତା,୩୧ା୩: ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ଆସନ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ରବିବାର ଏହାକୁ ପରିହାସ କରିଛନ୍ତି। ଗୈରିକ ଦଳ ପ୍ରଥମେ ୨୦୦ ଆସନ ଜିତି ଦେଖାଇବାକୁ ମମତା ଚ୍ୟାଲେଞ୍ଜ କରିଛନ୍ତି। ୨୦୨୧ ବିଧାନସଭା ନିର୍ବାଚନରେ ସେମାନେ ୨୦୦ ଆସନ ଟପିବେ ବୋଲି ବାହାସ୍ଫୋଟ ମାରି ୭୭ରେ ଅଟକି ଯାଇଥିଲେ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ କହିଛନ୍ତି। ଘରେ ପଡ଼ିଯାଇ […] The post ଭାଜପା ୨୦୦ ଆସନ ଜିତି ଦେଖାଉ: ମମତା appeared first on Dharitri Odia News.
କୋଲକାତା,୩୧ା୩: ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ଆସନ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ମମତା ବାନାର୍ଜୀ ରବିବାର ଏହାକୁ ପରିହାସ କରିଛନ୍ତି। ଗୈରିକ ଦଳ ପ୍ରଥମେ ୨୦୦ ଆସନ ଜିତି ଦେଖାଇବାକୁ ମମତା ଚ୍ୟାଲେଞ୍ଜ କରିଛନ୍ତି।
୨୦୨୧ ବିଧାନସଭା ନିର୍ବାଚନରେ ସେମାନେ ୨୦୦ ଆସନ ଟପିବେ ବୋଲି ବାହାସ୍ଫୋଟ ମାରି ୭୭ରେ ଅଟକି ଯାଇଥିଲେ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ କହିଛନ୍ତି। ଘରେ ପଡ଼ିଯାଇ ଆହତ ହେବା ପରେ ମମତା ପ୍ରଥମ ଥର ପାଇଁ ରବିବାର ଏକ ରାଲିକୁ ସମ୍ବୋଧନ କରିଛନ୍ତି। ପଶ୍ଚିମବଙ୍ଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଲାଗୁକୁ ସେ ଜୋର୍ଦାର ବିରୋଧ କରିଛନ୍ତି। ସିଏଏ ପାଇଁ ଆବେଦନ କରୁଥିବା ଆବେଦନକାରୀଙ୍କୁ ବିଦେଶୀ ଭାବେ ଧରାଯିବ ବୋଲି ସେ ସତର୍କ କରାଇଦେଇଛନ୍ତି। ବୈଧ ନାଗରିକମାନଙ୍କୁ ବିଦେଶୀରେ ପରିବର୍ତ୍ତନ କରିବା ପାଇଁ ସିଏଏ ଏକ ଫାଶ। ପଶ୍ଚିମବଙ୍ଗରେ ଆମେ ନା ସିଏଏ ନା ଏନ୍ଆର୍ସିକୁ ଲାଗୁ କରାଇ ଦେବୁ ବୋଲି ମମତା କହିଛନ୍ତି।
The post ଭାଜପା ୨୦୦ ଆସନ ଜିତି ଦେଖାଉ: ମମତା appeared first on Dharitri Odia News.