ଭାଜପାକୁ ଅଧିକ ଆସନ
ଭୁବନେଶ୍ୱର,୨ା୬(ଅନିଲ ଦାସ)ସାଧାରଣ ନିର୍ବାଚନ-୨୦୨୪ର ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ ଏକ୍ଜିଟ ପୋଲ୍ ତଥ୍ୟ ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶାର ୨୧ ଲୋକ ସଭା ଆସନକୁ ନେଇ ହୋଇଥିବା ଏକ୍ଜିଟ ପୋଲ୍ ରିପୋର୍ଟ ଆସିଛି। ସମସ୍ତ ରିପୋର୍ଟରେ ଭାଜପାକୁ ଅଧିକ ଲୋକ ସଭା ସିଟ୍ ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ଚଳିତ ନିର୍ବାଚନରେ […] The post ଭାଜପାକୁ ଅଧିକ ଆସନ appeared first on Dharitri Odia News.
ଭୁବନେଶ୍ୱର,୨ା୬(ଅନିଲ ଦାସ)ସାଧାରଣ ନିର୍ବାଚନ-୨୦୨୪ର ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ ଏକ୍ଜିଟ ପୋଲ୍ ତଥ୍ୟ ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶାର ୨୧ ଲୋକ ସଭା ଆସନକୁ ନେଇ ହୋଇଥିବା ଏକ୍ଜିଟ ପୋଲ୍ ରିପୋର୍ଟ ଆସିଛି। ସମସ୍ତ ରିପୋର୍ଟରେ ଭାଜପାକୁ ଅଧିକ ଲୋକ ସଭା ସିଟ୍ ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ଚଳିତ ନିର୍ବାଚନରେ ରାଜ୍ୟରେ ଭାଜପାକୁ ୨୧ ଲୋକ ସଭା ସିଟ୍ରୁ ୧୫ କିମ୍ବା ଏହାଠାରୁ ଅଧିକ ଆସନ ମିଳିବ ବୋଲି କେତେକ ସଂସ୍ଥାର ଏକ୍ଜିଟ ପୋଲ ତଥ୍ୟରୁ ଜଣାପଡ଼ିଛି। ଇଣ୍ଡିଆ ଟିଭିର ଏକ୍ଜିଟ ପୋଲ୍ ତଥ୍ୟ କହୁଛି ଭାଜପା ୧୫ରୁ ୧୭ ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ସିଟ୍। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବା ନେଇ ଅନୁମାନ କରାଯାଇଛି।
ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକ୍ଜିଟ ପୋଲ୍ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଭାଜପା ୧୬ଟି ଲୋକ ସଭା ଆସନରେ ବିଜୟୀ ହେବ। ବିଜେଡିକୁ ୪ଟି ଆସନ ଓ କଂଗ୍ରେସକୁ ଏଥର ମଧ୍ୟ ଗୋଟିଏ ଆସନ ମିଳିବ। ଇଣ୍ଡିଆ ନ୍ୟୁଜ୍’ର ଏକ୍ଜିଟ ପୋଲ୍ ଅନୁଯାୟୀ ରାଜ୍ୟରେ ୨୧ଟି ଲୋକ ସଭା ଆସନରୁ ୧୩ଟିରେ ଭାଜପା ଓ ବିଜେଡିକୁ ୮ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନରେ ବି ଜିତିପାରିବ ନାହିଁ। ‘ଜନ୍ କି ବାତ୍’ର ଏକ୍ଜିଟ ପୋଲ୍ ତଥ୍ୟ କହୁଛି ଭାଜପା ରାଜ୍ୟରେ ୧୫-୧୮ଟି ଲୋକ ସଭା ଆସନ ହାତେଇବାରେ ସଫଳ ହୋଇପାରେ। ବିଜେଡିକୁ ୩ରୁ ୭ଟି ଆସନ ମିଳିବା ସମ୍ଭାବନା ରହିଛି। ୨୦୧୯ରେ ଗୋଟିଏ ଆସନ ଜିତିଥିବା କଂଗ୍ରେସର ହାତ ଖାଲି ରହିପାରେ ବୋଲି ଆକଳନ କରାଯାଇଛି।
ରିପବ୍ଲିକ ମାଟ୍ରିଜ୍ର ଏକ୍ଜିଟ ପୋଲ୍ ରିପୋର୍ଟରେ ଟିକେ ଅଲଗା ତଥ୍ୟ ରହିଛି। ଏହାର ଆକଳନ କହୁଛି ଭାଜପା ୯ରୁ ୧୨ଟି ଆସନ ଜିତିବ। ବିଜେଡି ହାତକୁ ୭ରୁ ୧୦ଟି ସିଟ୍ ଯିବ। କଂଗ୍ରେସ ଗୋଟିଏ ଆସନ ଜିତିପାରେ। ସେହିପରି ଏନ୍ଟିଭିରେ ପ୍ରସାରିତ ଏକ୍ଜିଟ୍ ପୋଲ୍ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ଭାଜପା ୧୫ ଲୋକ ସଭା ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେଡି ୩ରୁ ୮ଟି ଆସନ ହାସଲ କରିପାରେ। କଂଗ୍ରେସକୁ ନିରାଶ ହେବାକୁ ପଡ଼ିପାରେ। ସେହିପରି ଆଜତକ୍ ଏକ୍ଜିଟ ପୋଲ୍ ସର୍ଭେ କହୁଛି ଭାଜପା ୨୧ ଆସନରୁ ୧୮ରୁ ୨୦ରେ ବିଜୟୀ ହେବ। ବିଜେଡି ୦-୨ ଓ କଂଗ୍ରେସ ଗୋଟିଏ ସିଟ୍ ନେଇପାରେ। ଇଣ୍ଡିଆ ନ୍ୟୁଜ୍ ଏକ୍ଜିଟ ପୋଲ୍ ରିପୋର୍ଟ ଅନୁଯାୟୀ ଭାଜପାକୁ ୧୩, ବିଜେଡିକୁ ୮ ଲୋକ ସଭା ସିଟ୍ ମିଳିବ। କଂଗ୍ରେସ ଖାତା ଖୋଲିପାରିବ ନାହିଁ। ସି-ଭୋଟରର ସର୍ଭେ ଅନୁସାରେ ଭାଜପା ୧୭ରୁ ୧୯ଟି ଆସନ ଜିତିବ। ବିଜେଡିକୁ ମାତ୍ର ୧ରୁ ୩ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନ ପାଇପାରେ। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନରେ ୨୧ ଲୋକ ସଭା ଆସନରୁ ବିଜେଡି ୧୨ଟି ଜିତିଥିବା ବେଳେ ଭାଜପା ୮ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ୨୦୧୪ରେ ବିଜେଡି ୨୧ଟିରୁ ୨୦ଟି ଲୋକ ସଭା ଆସନ ଜିତିଥିଲା।
The post ଭାଜପାକୁ ଅଧିକ ଆସନ appeared first on Dharitri Odia News.