ଭାଜପାକୁ ବଡ଼ ଝଟକା:ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳ ରଦ୍ଦ କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୦।୨ : ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ମେୟର ନିବ;ାଚନର ଭୋଟ ଫଳାଫଳକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହା ସହ କୁଲଦୀପ କୁମାରଙ୍କୁ ମେୟର ଘୋଷିତ କରାଯାଇଛି। ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଇ) ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଅନିୟମିତତା ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ଏସସି ଆଠଟି ବେଆଇନ ବାଲାଟ […] The post ଭାଜପାକୁ ବଡ଼ ଝଟକା:ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳ ରଦ୍ଦ କଲେ ସୁପ୍ରିମ୍କୋର୍ଟ… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୨ : ଚଣ୍ଡିଗଡ଼ ମେୟର ନିର୍ବାଚନରେ ରିଗିଂ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ମେୟର ନିବ;ାଚନର ଭୋଟ ଫଳାଫଳକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ଏହା ସହ କୁଲଦୀପ କୁମାରଙ୍କୁ ମେୟର ଘୋଷିତ କରାଯାଇଛି। ସୁପ୍ରିମକୋର୍ଟ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ ଭର୍ତ୍ସନା କରିଛନ୍ତି।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଇ) ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ବେଞ୍ଚ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଅନିୟମିତତା ମାମଲାର ଶୁଣାଣି କରିଛନ୍ତି। ଏହି ସମୟରେ ଏସସି ଆଠଟି ବେଆଇନ ବାଲାଟ ପେପର ଦେଖାଇ ଓକିଲମାନଙ୍କୁ ଡକାଇ ଯାଞ୍ଚ କରିଥିଲେ। ଏହି ଆଠଟି ଭୋଟ ବେଆଇନ ନୁହେଁ, କିନ୍ତୁ ବୈଧ ବୋଲି କୋର୍ଟ ଗ୍ରହଣ କରିଛନ୍ତି। ତେଣୁ ଏହି ଆଠଟି ଭୋଟ ମଧ୍ୟ ଗଣାଯିବ ।
ଭିଡିଓ ଫୁଟେଜ ଦେଖିବା ପରେ ସୁପ୍ରିମକୋର୍ଟ କହିଛନ୍ତି ରିଟର୍ଣ୍ଣିଂ ଅଫିସର କିଛି ବାଲାଟ ପେପରରେ କିଛି ମାର୍କ ରଖିଛନ୍ତି। ସିଜେଆଇ ରିଟର୍ଣ୍ଣିଂ ଅଫିସର ଅନିଲଙ୍କୁ ପଚାରିଥିଲେ, ତୁମେ କଣ କରୁଛ? ଏହା ଉପରେ ଅନିଲ ସୁପ୍ରିମକୋର୍ଟଙ୍କୁ କହିତତ୍ଲେ ବାଲାଟ କାଗଜପତ୍ରରେ ତ୍ରୁଟି ଥିବାରୁ ସେ କ୍ରସ ମାର୍କ ରଖିଛନ୍ତି। ଏସସି ଅନିଲଙ୍କୁ ପଚାରିଥିଲେ ବାଲାଟ ପେପର କେଉଁଠାରେ ତ୍ରୁଟିପୂର୍ଣ୍ଣ?
ସୁପ୍ରିମକୋର୍ଟ କହିଛନ୍ତି ଭିଡିଓ ଫୁଟେଜକୁ ଦେଖିଲେ ଜଣାପଡୁଛି ରିଟର୍ଣ୍ଣିଂ ଅଫିସର କ୍ରସ ମାର୍କ ରଖିଥିବା ୮ଟି ବାଲାଟ ପେପର କୁଲଦୀପ କୁମାରଙ୍କ ସପକ୍ଷରେ ଭୋଟ ଦେଇଛନ୍ତି। କୁହାଯାଉଛି ଯଦି ଏହି ଆଠଟି ଭୋଟ ଗଣନାରେ ଅନ୍ତର୍ଭୂକ୍ତ କରାଯାଏ ତେବେ ଫଳାଫଳ ଭିନ୍ନ ହେବାର ସମ୍ଭାବନା ଅଛି । ଶୀର୍ଷ କୋର୍ଟଙ୍କ ରାୟ ପରେ ଭାଜପାକୁ ବଡ଼ ଝଟକା ଲାଗିଛି।
ସୂଚନାଯୋଗ୍ୟ, ଜାନୁଆରୀ ୩୦ରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାରତୀୟ ଜନତା ପାର୍ଟି (ଭାଜପା) ଜିତିଥିଲା। ଭଜପା ମେୟର ପ୍ରାର୍ଥୀ ମନୋଜ ସୋନକର ଏଏପି ପ୍ରାର୍ଥୀ କୁଲଦୀପ ଯାଦବଙ୍କୁ ପରାସ୍ତ କରିଥିଲେ। ଏହି ସମୟ ମଧ୍ୟରେ ନିର୍ବାଚନ ଅଧିକାରୀ ଅନିଲ ଆଠଟି ଭୋଟ ଅବୈଧ ଘୋଷଣା କରିଥିଲେ।
The post ଭାଜପାକୁ ବଡ଼ ଝଟକା:ଚଣ୍ଡିଗଡ଼ ମେୟର ନିର୍ବାଚନ ଫଳାଫଳ ରଦ୍ଦ କଲେ ସୁପ୍ରିମ୍କୋର୍ଟ… appeared first on Dharitri Odia News.