ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ: ଅନେକ ଷ୍ଟାଲୱାର୍ଟଙ୍କ ନାମ ସାମିଲ
ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ ଷ୍ଟାଲୱାର୍ଟଙ୍କ ନାମ ରହିଛି। ଏହି ତାଲିକାରେ ୩୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବାବେଳେ ତିନିଜଣ ମନ୍ତ୍ରୀଙ୍କ ଟିକେଟ ବାତିଲ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। […] The post ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ: ଅନେକ ଷ୍ଟାଲୱାର୍ଟଙ୍କ ନାମ ସାମିଲ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ନିତିନ ଗଡକରୀ, ପୀୟୁଷ ଗୋୟଲ ଏବଂ ଅନୁରାଗ ଠାକୁରଙ୍କ ସମେତ ଅନେକ ଷ୍ଟାଲୱାର୍ଟଙ୍କ ନାମ ରହିଛି।
ଏହି ତାଲିକାରେ ୩୪ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବାବେଳେ ତିନିଜଣ ମନ୍ତ୍ରୀଙ୍କ ଟିକେଟ ବାତିଲ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଧରୱାଡରୁ ପ୍ରହ୍ଲାଦ ଯୋଶୀ, ନାଗପୁରର ନିତିନ ଗଡକରୀ, କର୍ଣ୍ଣଲରୁ ମନୋହର ଲାଲ ଖଟ୍ଟର ପ୍ରାର୍ଥୀ ହୋଇଛନ୍ତି।
ଦ୍ୱିତୀୟ ତାଲିକା ଚୂଡ଼ାନ୍ତ କରିବାକୁ ସୋମବାର ଦିଲ୍ଲୀରେ ଭାଜପାର କେନ୍ଦ୍ରୀୟ ର୍ନିବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
BJP releases its second list of candidates for the upcoming Lok Sabha elections pic.twitter.com/bpTvxfMkDr
— ANI (@ANI) March 13, 2024
The post ଭାଜପାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ: ଅନେକ ଷ୍ଟାଲୱାର୍ଟଙ୍କ ନାମ ସାମିଲ appeared first on Dharitri Odia News.