ଭାଜପାରୁ ଆସିଲେ, ବିଜେଡି ଟିକେଟ୍ ନେଲେ, ଜାଣନ୍ତୁ କାହାକୁ ମିଳିଲା ଏମିତି ସୁବିଧା
ଭୁବନେଶ୍ୱର,୪ା୪: ବିଜେଡି ବୁଧବାର ତା’ର ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ଘୋଷଣା କରିସାରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବରଗଡ଼ ଏବଂ ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ଯେଉଁ ଦୁଇ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ସେମାନେ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଭାଜପାରେ ଥିଲେ। ଅପରାହ୍ନରେ ବିଜେଡିକୁ ଆସି ସନ୍ଧ୍ୟାରେ ବିଜେଡି ଟିକେଟ୍ ନେଲେ। ଏହି ନେତ୍ରୀ ଆଉ ନେତା ହେଲେ ଭୃଗୁ ବକ୍ସପାତ୍ର ଏବଂ ପରିଣୀତା ମିଶ୍ର। ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକ ସଭା ଆସନ […] The post ଭାଜପାରୁ ଆସିଲେ, ବିଜେଡି ଟିକେଟ୍ ନେଲେ, ଜାଣନ୍ତୁ କାହାକୁ ମିଳିଲା ଏମିତି ସୁବିଧା appeared first on Dharitri Odia News.
ଭୁବନେଶ୍ୱର,୪ା୪: ବିଜେଡି ବୁଧବାର ତା’ର ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ଘୋଷଣା କରିସାରିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବରଗଡ଼ ଏବଂ ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ଯେଉଁ ଦୁଇ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି ସେମାନେ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଭାଜପାରେ ଥିଲେ। ଅପରାହ୍ନରେ ବିଜେଡିକୁ ଆସି ସନ୍ଧ୍ୟାରେ ବିଜେଡି ଟିକେଟ୍ ନେଲେ। ଏହି ନେତ୍ରୀ ଆଉ ନେତା ହେଲେ ଭୃଗୁ ବକ୍ସପାତ୍ର ଏବଂ ପରିଣୀତା ମିଶ୍ର। ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଥିବା ବେଳେ ବରଗଡ଼ ଜିଲା ଭାଜପା ଉପସଭାପତି ସୁଶାନ୍ତ ମିଶ୍ରଙ୍କ ସ୍ତ୍ରୀ ପରିଣୀତା ବିଜେଡିରୁ ଟିକେଟ୍ ପାଇଛନ୍ତି।
ବ୍ରହ୍ମପୁର ଆସନରେ ୨୦୧୯ରେ ବିଜେଡିରୁ ଚନ୍ଦ୍ରଶେଖର ସାହୁ ଲଢ଼ି ବିଜୟ ଲାଭ କରିଥିଲେ। ମାତ୍ର ଏଥର ଭାଜପା ଛାଡ଼ି ଆସିଥିବା ଭୃଗୁ ବକ୍ସପାତ୍ରଙ୍କୁ ବିଜେଡି ଟିକେଟ୍ ଦେଇଛି। ସେହିପରି ବରଗଡ଼ ଆସନରୁ ପ୍ରସନ୍ନ ଆଚାର୍ଯ୍ୟ ନିର୍ବାଚନ ଲଢ଼ିଥିଲେ ହେଁ ଭାଜପା ପ୍ରାର୍ଥୀ ସୁରେଶ ପୂଜାରୀଙ୍କଠାରୁ ହାରି ଯାଇଥିଲେ। ବିଜେଡି ସେହି ଆସନରୁ ଏଥର ଭାଜପାରୁ ଆସିଥିବା ପରିଣୀତାଙ୍କୁ ପ୍ରାର୍ଥୀ କରିଛି। ଗୋଟିଏ ଦିନରେ ଭାଜପା ସହିତ ସମ୍ପର୍କ ତୁଟାଇ ବିଜେଡି ଟିକେଟ୍ ହାତେଇବା ବିରଳ କଥା। ତଥାପି ରାଜନୀତିରେ ସବୁ ସମ୍ଭବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ତେବେ ଦେଖିବାକୁ ବାକି ରହିଲା କିଏ ନିର୍ବାଚନରେ ବାଜି ମାରୁଛନ୍ତି।
The post ଭାଜପାରୁ ଆସିଲେ, ବିଜେଡି ଟିକେଟ୍ ନେଲେ, ଜାଣନ୍ତୁ କାହାକୁ ମିଳିଲା ଏମିତି ସୁବିଧା appeared first on Dharitri Odia News.