Video: ରେଷ୍ଟୁରାଣ୍ଟରେ ମାଉଥ୍ ଫ୍ରେଶନର୍ ଖାଇ ରକ୍ତବାନ୍ତି କଲେ ୫ ସାଙ୍ଗ
ନୂଆଦିଲ୍ଲୀ,୪।୩: ମାଉଥ୍ ଫ୍ରେଶନର୍ ଖାଇବା ପରେ ପାଟିରୁ ବାହାରିଲା ରକ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁରୁଗ୍ରାମରେ। ଏକ କାଫେରେ ଖାଇବା ପରେ ମାଉଥ୍ ଫ୍ରେଶନର୍ ଖାଇବା ପରେ ସେମାନଙ୍କ ପାଟିରେ ଜଳିବା ଅନୁଭବ କରିଥିଲେ ୫ ସାଙ୍ଗ। ଖବର ଅନୂଯାୟୀ ଅଙ୍କିତ କୁମାର ତାଙ୍କ ପତ୍ନୀ ଏବଂ ସାଙ୍ଗମାନଙ୍କ ସହ ଗୁରୁଗ୍ରାମର ସେକ୍ଟର ୯୦ ରେ ଥିବା ଲାଫୋରେଷ୍ଟା କାଫେରେ ଥିଲେ। ତେବେ ରେଷ୍ଟୁରାଣ୍ଟ ଭିତରେ ଥିବା ଏକ ଭିଡିଓ ରେକର୍ଡିଂରେ ତାଙ୍କ ପତ୍ନୀଙ୍କ […] The post Video: ରେଷ୍ଟୁରାଣ୍ଟରେ ମାଉଥ୍ ଫ୍ରେଶନର୍ ଖାଇ ରକ୍ତବାନ୍ତି କଲେ ୫ ସାଙ୍ଗ appeared first on Dharitri Odia News.
ନୂଆଦିଲ୍ଲୀ,୪।୩: ମାଉଥ୍ ଫ୍ରେଶନର୍ ଖାଇବା ପରେ ପାଟିରୁ ବାହାରିଲା ରକ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁରୁଗ୍ରାମରେ। ଏକ କାଫେରେ ଖାଇବା ପରେ ମାଉଥ୍ ଫ୍ରେଶନର୍ ଖାଇବା ପରେ ସେମାନଙ୍କ ପାଟିରେ ଜଳିବା ଅନୁଭବ କରିଥିଲେ ୫ ସାଙ୍ଗ।
ଖବର ଅନୂଯାୟୀ ଅଙ୍କିତ କୁମାର ତାଙ୍କ ପତ୍ନୀ ଏବଂ ସାଙ୍ଗମାନଙ୍କ ସହ ଗୁରୁଗ୍ରାମର ସେକ୍ଟର ୯୦ ରେ ଥିବା ଲାଫୋରେଷ୍ଟା କାଫେରେ ଥିଲେ। ତେବେ ରେଷ୍ଟୁରାଣ୍ଟ ଭିତରେ ଥିବା ଏକ ଭିଡିଓ ରେକର୍ଡିଂରେ ତାଙ୍କ ପତ୍ନୀଙ୍କ ସମେତ ତାଙ୍କର ପାଞ୍ଚଜଣ ବନ୍ଧୁ ହଠାତ୍ ଚିତ୍କାର କରି କାନ୍ଦୁଥିବାର ଦେଖିବାକୁ ମିଳୁଛି। ଏହା ପରେ ଜଣେ ରେଷ୍ଟୁରାଣ୍ଟ ଚଟାଣରେ ବାନ୍ତି କରୁଥିବାବେଳେ ଜଣେ ମହିଳା ପାଟିରେ ବରଫ ଲଗାଇ ବାରମ୍ବାର କହିଥଲେ ଯେ ‘ମୋ ପାଟି ଜଳିଯାଉଛି।’
ଏହା ପରେ କୁମାର କହିଥିଲେ, “ଆମେ ଜାଣି ନାହୁଁ ସେମାନେ ମାଉଥ୍ ଫ୍ରେଶନର୍ରେ କ’ଣ ମିଶାଇଛନ୍ତି। ଏଠାରେ ସମସ୍ତେ ରକ୍ତବାନ୍ତି କରୁଛନ୍ତି। ସେମାନଙ୍କର ଜିଭ, ପାଟି ଜଳି ଯାଉଛି। ସେମାନେ କେଉଁ ପ୍ରକାରର ଏସିଡ ଦେଇଛନ୍ତି ତାହା ଜାଣି ନାହାଁନ୍ତି। ” ଏହି ଘଟଣା ପରେ ସେ କାଫେରେ ଥିବା ଲୋକଙ୍କୁ ପୋଲିସକୁ ଡାକିବାକୁ କହିଥିଲେ।
गुरुग्राम के एक बार में माउथ फ्रेशनर खाते ही 5 लोग बीमार,खून की उल्टियां pic.twitter.com/kFanq9m2Ro
— Mukesh singh sengar मुकेश सिंह सेंगर (@mukeshmukeshs) March 4, 2024
ଖବର ଅନୁଯାୟୀ, ପୀଡିତାମାନେ ପ୍ରଥମେ ସେମାନଙ୍କ ପାଟି ଜଳୁଥିବା ଅନୁଭବ କରିଥିଲେ ଏବଂ ପାଟିରୁ ସବୁ କାଢିବାକୁ ଲାଗିଥିଲେ। ଏହାପରା ସେମାନେ ରକ୍ତ ବାନ୍ତି କରିଥିଲେ। ଏପରି ଅବସ୍ଥା ଯେ, ପାଟିରେ ଧୋଇବା ପରେ ମଧ୍ୟ ଆଶ୍ୱସ୍ତି ମିଳିନଥିଲା।
ତେବା ଏହି ପାଞ୍ଚ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୀଡିତଙ୍କ ଅଭିଯୋଗକୁ ଆଧାର କରି ରେଷ୍ଟୁରାଣ୍ଟ ମାଲିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।
The post Video: ରେଷ୍ଟୁରାଣ୍ଟରେ ମାଉଥ୍ ଫ୍ରେଶନର୍ ଖାଇ ରକ୍ତବାନ୍ତି କଲେ ୫ ସାଙ୍ଗ appeared first on Dharitri Odia News.