ଭାଜପାରେ ଯୋଗଦେଲେ ଆଇଏଏସ ଟପର୍‌

ଭୁବନେଶ୍ୱର,୩।୩: ପଦ୍ମ ଧରିଛନ୍ତି ଆଇଏଏସ ଟପର୍‌। ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଆଇଏଏସ ଟପର୍‌ ତଥା ବିଶିଷ୍ଟ ସାହିତି୍ୟକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାଳିଦାସପୁର ଗାଁର ଅଧିବାସୀ ଡ.ପଣ୍ଡା ୧୯୭୯ବ୍ୟାଚର ଆଇଏଏସ ଟପର୍‌ ଥିଲେ। ଭାରତୀୟ ପ୍ରଶାସନିକ ସେବାରେ ଡ.ପଣ୍ଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି। […] The post ଭାଜପାରେ ଯୋଗଦେଲେ ଆଇଏଏସ ଟପର୍‌ appeared first on Dharitri Odia News.

ଭାଜପାରେ ଯୋଗଦେଲେ ଆଇଏଏସ ଟପର୍‌

ଭୁବନେଶ୍ୱର,୩।୩: ପଦ୍ମ ଧରିଛନ୍ତି ଆଇଏଏସ ଟପର୍‌। ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ଆଇଏଏସ ଟପର୍‌ ତଥା ବିଶିଷ୍ଟ ସାହିତି୍ୟକ ଡ. ହୃଷୀକେଶ ପଣ୍ଡା ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କାଳିଦାସପୁର ଗାଁର ଅଧିବାସୀ ଡ.ପଣ୍ଡା ୧୯୭୯ବ୍ୟାଚର ଆଇଏଏସ ଟପର୍‌ ଥିଲେ। ଭାରତୀୟ ପ୍ରଶାସନିକ ସେବାରେ ଡ.ପଣ୍ଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସଫଳତାର ସହ କାର୍ଯ୍ୟ କରିଆସିଛନ୍ତି। ଏବଂ ୨୦୧୫ରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟର ସଚିବଭାବେ ଅବସର ଗ୍ରହଣ କରିଛନ୍ତି।

ପୂର୍ବରୁ କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ସଚିବ ଭାବେ କାର୍ଯ୍ୟ କରିଥିବା ହୃଷୀକେଶ କେନ୍ଦ୍ରକୁ ଯିବା ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ, କେନ୍ଦ୍ରାଞ୍ଚଳ ଓ ଉତ୍ତରାଞ୍ଚଳ ଆୟୁକ୍ତ, ଶିଳ୍ପ ଉନ୍ନୟନ ବିଭାଗ ତଥା ଓମଫେଡର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଭାବେ କାର୍ଯ୍ୟ କରି ଆସିଥିଲେ।

ସେହିପରି ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାରସଲ ଦିଲ୍ଲୀପ କୁମାର ପଟ୍ଟନାୟକ ଓ ରାଜ୍ୟ ସଭାର ପୂର୍ବତନ ଯୁଗ୍ମ ସଚିବ ଚୌଧୁରୀ ରମାକାନ୍ତ ଦାସ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି।

ରବିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ସହିତ ସ୍ବାଗତ କରିଛନ୍ତି।

The post ଭାଜପାରେ ଯୋଗଦେଲେ ଆଇଏଏସ ଟପର୍‌ appeared first on Dharitri Odia News.