ସିବିଆଇ ଟିମ୍‌ ଉପରେ ଆକ୍ରମଣ: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚବେଳେ ଅଘଟଣ

ନୂଆଦିଲ୍ଲୀ,୨୩।୬: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚ କରିବା ପାଇଁ ଦିଲ୍ଲୀରୁ ବିହାରର ନୱାଡାରେ ପହଞ୍ଚିଥିବା ସିବିଆଇ ଟିମ ଉପରେ ଗ୍ରାମବାସୀ ଆକ୍ରମଣ କରିଛନ୍ତି। ରଜୌଲି ପୋଲିସର ହସ୍ତକ୍ଷେପ ପରେ ସିବିଆଇ ଦଳର ଅଧିକାରୀଙ୍କୁ ଉଦ୍ଧାର କରାଯାଇ ଥିଲା। ନୱାଡା ପୋଲିସ ଅଧୀକ୍ଷକ ଅମରିଶ ରାହୁଲ କହିଛନ୍ତି, NEET ପ୍ରଶ୍ନପତ୍ର ଲିକ ମାମଲାରେ ସିବିଆଇ ଟିମ ନୱାଡା ଜିଲାର ରାଜୌଲି ପୋଲିସ ଷ୍ଟେଶନର କାସିଆଦିହ ଗ୍ରାମରେ ପହଞ୍ଚିଥିଲା। କିନ୍ତୁ ଗ୍ରାମବାସୀ ସେମାନଙ୍କୁ ନକଲି ପୋଲିସ ବୋଲି କହି […] The post ସିବିଆଇ ଟିମ୍‌ ଉପରେ ଆକ୍ରମଣ: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚବେଳେ ଅଘଟଣ appeared first on Dharitri Odia News.

ସିବିଆଇ ଟିମ୍‌ ଉପରେ ଆକ୍ରମଣ: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚବେଳେ ଅଘଟଣ

ନୂଆଦିଲ୍ଲୀ,୨୩।୬: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚ କରିବା ପାଇଁ ଦିଲ୍ଲୀରୁ ବିହାରର ନୱାଡାରେ ପହଞ୍ଚିଥିବା ସିବିଆଇ ଟିମ ଉପରେ ଗ୍ରାମବାସୀ ଆକ୍ରମଣ କରିଛନ୍ତି। ରଜୌଲି ପୋଲିସର ହସ୍ତକ୍ଷେପ ପରେ ସିବିଆଇ ଦଳର ଅଧିକାରୀଙ୍କୁ ଉଦ୍ଧାର କରାଯାଇ ଥିଲା। ନୱାଡା ପୋଲିସ ଅଧୀକ୍ଷକ ଅମରିଶ ରାହୁଲ କହିଛନ୍ତି, NEET ପ୍ରଶ୍ନପତ୍ର ଲିକ ମାମଲାରେ ସିବିଆଇ ଟିମ ନୱାଡା ଜିଲାର ରାଜୌଲି ପୋଲିସ ଷ୍ଟେଶନର କାସିଆଦିହ ଗ୍ରାମରେ ପହଞ୍ଚିଥିଲା। କିନ୍ତୁ ଗ୍ରାମବାସୀ ସେମାନଙ୍କୁ ନକଲି ପୋଲିସ ବୋଲି କହି ସିବିଆଇ ଦଳକୁ ଆକ୍ରମଣ କରିଥିଲେ। ଏହା ପରେ ନୱାଡା ପୋଲିସ ପହଞ୍ଚି ଅଧିକାରୀମାନଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସିବିଆଇ ଦଳର ଅଧିକାରୀମାନେ ଦୁଇଟି ମୋବାଇଲ ଫୋନ ଜବତ କରିଛନ୍ତି।

The post ସିବିଆଇ ଟିମ୍‌ ଉପରେ ଆକ୍ରମଣ: NEET ପ୍ରଶ୍ନପତ୍ର ଲିକ ମାମଲାର ଯାଞ୍ଚବେଳେ ଅଘଟଣ appeared first on Dharitri Odia News.