ଭାଜପାରେ ୫ ଆଶାୟୀ: ଚର୍ଚ୍ଚାରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ
ଭଦ୍ରକ,୨୫।୩(ସନାତନ ରାଉତ): ଆସନ୍ତା ସାଧାରଣ ନିର୍ବାଚନରେ ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି। ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ଆଶାୟୀ ସଂଖ୍ୟା ବଢ଼ି ଚାଲିଛି। ଶହୀଦ ଭଗତ ସେନାର ଆବାହକ ତଥା ସାମାଜିକ କର୍ମୀ ସୀତାଂଶୁ ଶେଖର ମହାପାତ୍ର ଓ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ଭାଜପାରେ ଯୋଗଦାନ ପରେ ଭଦ୍ରକ ବିଧାନସଭା ଆସନରେ ଦଳର ଶକ୍ତି ବୃଦ୍ଧି ପାଇଛି। ଅନ୍ୟପକ୍ଷେ ରାଜ୍ୟ ସଭାପତି […] The post ଭାଜପାରେ ୫ ଆଶାୟୀ: ଚର୍ଚ୍ଚାରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ appeared first on Dharitri Odia News.
ଭଦ୍ରକ,୨୫।୩(ସନାତନ ରାଉତ): ଆସନ୍ତା ସାଧାରଣ ନିର୍ବାଚନରେ ମେଣ୍ଟ ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଥିବା ବେଳେ ଭାଜପା ଓ ବିଜେଡି ଏକାକୀ ନିର୍ବାଚନ ଲଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି। ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ଆଶାୟୀ ସଂଖ୍ୟା ବଢ଼ି ଚାଲିଛି। ଶହୀଦ ଭଗତ ସେନାର ଆବାହକ ତଥା ସାମାଜିକ କର୍ମୀ ସୀତାଂଶୁ ଶେଖର ମହାପାତ୍ର ଓ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ଭାଜପାରେ ଯୋଗଦାନ ପରେ ଭଦ୍ରକ ବିଧାନସଭା ଆସନରେ ଦଳର ଶକ୍ତି ବୃଦ୍ଧି ପାଇଛି। ଅନ୍ୟପକ୍ଷେ ରାଜ୍ୟ ସଭାପତି ମନମୋହନ ସାମଲ ଭଦ୍ରକରୁ ହୋଇଥିବାରୁ ଜିଲାର ସମସ୍ତ ଆସନରେ ବିଜେଡି ସହ କଡ଼ା ଟକ୍କର ହେବ ବୋଲି ରାଜନୀତି ବିଶାରଦମାନେ ଆକଳନ କରିଛନ୍ତି। ଭଦ୍ରକ ବିଧାନସଭା ଆସନରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ଦଳୀୟ ଟିକେଟ ପାଇଁ ଏବେ ଜୋରଦାର ଲବି ଆରମ୍ଭ ହୋଇଛି।
ନିର୍ବାଚନରେ ଡା. ପ୍ରଦୀପ ନାୟକ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିର ସଞ୍ଜୀବ ମଲ୍ଲିକଙ୍କଠାରୁ ହାରିଥିଲେ। ସଞ୍ଜୀବଙ୍କୁ ୯୩ ହଜାର ୬୬୮ଭୋଟ୍ ଓ ପ୍ରଦୀପଙ୍କୁ ୬୦ ହଜାର ୨୭୯ ଭୋଟ୍ ମିଳିଥିଲା। ସେହିପରି କଂଗ୍ରେସର ନଳିନୀ ମହାନ୍ତି ୨୨ ହଜାର ୬୩୦ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଏଥର ଦଳୀୟ ପ୍ରାର୍ଥୀ ପାଇଁ ପ୍ରଦୀପଙ୍କ ନାମ ଚର୍ଚ୍ଚାରେ ଥିବାବେଳେ ଜିଲା ସଭାପତି ହେମନ୍ତ ପାଢ଼ୀ ମଧ୍ୟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ହେମନ୍ତ ମଧ୍ୟ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ କରିବା ସହ ସଙ୍ଗଠନ କରିବାରେ ଲାଗିପଡ଼ିଛନ୍ତି। ଗତ ନିର୍ବାଚନ ବେଳେ ଆଶାୟୀ ଥିବା ନାରୀନେତ୍ରୀ ମନସ୍ମିତା ଖୁଣ୍ଟିଆ ଏଥର ମଧ୍ୟ ଟିକେଟ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସୀତାଂଶୁ ଆଉ ନରେନଙ୍କ ମିଶ୍ରଣ ପରେ ଦଳ ନୂଆ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ନରେନ ପୂର୍ବରୁ କଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ଗତ ନିର୍ବାଚନଠାରୁ ଦଳଠାରୁ ନିଜକୁ ଦୂରେଇ ରଖିଥିଲେ।
ଭଦ୍ରକରେ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନବୀନ ନିବାସ ଯାଇ ଦାବିପତ୍ର ଦେବା ହେଉ କି ମେମୁ ଟ୍ରେନ୍ ଚାଲିବା, ପୁରୁଣାବଜାର କିମ୍ବା ଚନ୍ଦନ ବଜାରରେ ଷ୍ଟେଟ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ ରଖିଥିଲେ। ବିଭିନ୍ନ ସାମାଜିକ କାର୍ଯ୍ୟରେ ଜଡ଼ିତ ରହି ଜଣାଶୁଣା ଚେହେରା ଭାବେ ସୀତାଂଶୁ ସାରା ଜିଲାରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ଦଳ ପାଖରେ ୫ଜଣ ଯୋଗ୍ୟ ପ୍ରାର୍ଥୀ ଥିବାବେଳେ କାହାକୁ ଟିକେଟ ମିଳିବ, କିଏ ବିଜେଡିକୁ କଡ଼ା ଟକ୍କର ଦେଇପାରିବେ ସେନେଇ ମାନସ ମନ୍ଥନ ଚାଲିଛି। ବିଜେଡିର ଗୋଷ୍ଠୀ କନ୍ଦଳ ଚାଲିଥିବା ବେଳେ ଏଥିରୁ ଭାଜପା କେତେ ଫାଇଦା ନେଇପାରିବ ତାହା ସମୟ ଆସିଲେ ଜଣାପଡ଼ିବ।
The post ଭାଜପାରେ ୫ ଆଶାୟୀ: ଚର୍ଚ୍ଚାରେ ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀ appeared first on Dharitri Odia News.