ଭାଣ୍ଡରସେଙ୍କ ଘାତକ ବୋଲିଂରେ ଭାରତ ଧରାଶାୟୀ, ଫେଲ୍ ମାରିଲେ ବିରାଟ-ରାହୁଲ-ଆୟର
କଲୋମ୍ବୋ: ଜେଫ୍ରି ଭାଣ୍ଡରସେଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟରଙ୍କ ଆତ୍ମ ସମର୍ପଣ। ୨୪୧ ରନର ବିଜୟ ଲକ୍ଷ୍ୟ ବି ପିଛା କରି ପାରିଲାନି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଆଉ ତିନି ବର୍ଷ ପରେ ଶ୍ରୀଲଙ୍କା ଭାରତକୁ ଦିନିକିଆ ମ୍ୟାଚ୍ରେ ହରାଇଛି। ରୋହିତ ଶର୍ମା ଓ ଅକ୍ଷର ପଟେଲଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ଭାଣ୍ଡରସେଙ୍କ ବୋଲିଂର ମୁକାବିଲା କରିପାରି ନ ଥିଲେ। ଫଳରେ ଭାରତ ୪୨.୨ ଓଭରରେ ୨୦୮ ରନରେ ଅଲଆଉଟ୍ ହୋଇଛି। ଅଧିନାୟକ ରୋହିତ ଶର୍ମା ୬୪ ରନ ଓ ଅକ୍ଷର ପଟେଲଙ୍କ ୪୪ ରନର ଲଢୁଆ ଇନିଂସ ବୃଥା ହୋଇଛି। ବିରାଟ କୋହଲି, କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ପରି ତାରକା ବ୍ୟାଟର ଫେଲ୍ ମାରିଛନ୍ତି। ଭାଣ୍ଡରସେ ମାତ୍ର ୩୩ ରନ ଦେଇ ୬ଟି ଓ୍ଵିକେଟ୍ ନେଇଥିବା ବେଳେ ଚରିଥ ଅସଲଙ୍କା ୩ଟି ଓ୍ଵିକେଟ୍ ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୯ ଓ୍ଵିକେଟ୍ ହରାଇ ୨୪୦ ରନ କରିଥିଲା। କାମିନ୍ଦୁ ମେଣ୍ଡିସ ୪୦ ରନ, ଅଭିଷ୍କା ଫର୍ଣ୍ଣାଡୋ ୪୦ ରନ ଓ ଦୁନିଥ ଓ୍ଵେଲାଲାଗେ ୩୯ ରନ କରିଥିଲେ। ଏହି ବିଜୟ ସହ ଶ୍ରୀଲଙ୍କା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ନିର୍ଣ୍ଣାୟକ ମ୍ୟାଚ୍ ଅଗଷ୍ଟ ୭ ତାରିଖରେ ଖେଳାଯିବ। ୨୪୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଓପନିଂରେ ୯୭ ରନ ଯୋଡ଼ି ବିଜୟ ପାଇ
କଲୋମ୍ବୋ: ଜେଫ୍ରି ଭାଣ୍ଡରସେଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟରଙ୍କ ଆତ୍ମ ସମର୍ପଣ। ୨୪୧ ରନର ବିଜୟ ଲକ୍ଷ୍ୟ ବି ପିଛା କରି ପାରିଲାନି ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ଆଉ ତିନି ବର୍ଷ ପରେ ଶ୍ରୀଲଙ୍କା ଭାରତକୁ ଦିନିକିଆ ମ୍ୟାଚ୍ରେ ହରାଇଛି। ରୋହିତ ଶର୍ମା ଓ ଅକ୍ଷର ପଟେଲଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ଭାଣ୍ଡରସେଙ୍କ ବୋଲିଂର ମୁକାବିଲା କରିପାରି ନ ଥିଲେ। ଫଳରେ ଭାରତ ୪୨.୨ ଓଭରରେ ୨୦୮ ରନରେ ଅଲଆଉଟ୍ ହୋଇଛି। ଅଧିନାୟକ ରୋହିତ ଶର୍ମା ୬୪ ରନ ଓ ଅକ୍ଷର ପଟେଲଙ୍କ ୪୪ ରନର ଲଢୁଆ ଇନିଂସ ବୃଥା ହୋଇଛି। ବିରାଟ କୋହଲି, କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ପରି ତାରକା ବ୍ୟାଟର ଫେଲ୍ ମାରିଛନ୍ତି। ଭାଣ୍ଡରସେ ମାତ୍ର ୩୩ ରନ ଦେଇ ୬ଟି ଓ୍ଵିକେଟ୍ ନେଇଥିବା ବେଳେ ଚରିଥ ଅସଲଙ୍କା ୩ଟି ଓ୍ଵିକେଟ୍ ନେଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୯ ଓ୍ଵିକେଟ୍ ହରାଇ ୨୪୦ ରନ କରିଥିଲା। କାମିନ୍ଦୁ ମେଣ୍ଡିସ ୪୦ ରନ, ଅଭିଷ୍କା ଫର୍ଣ୍ଣାଡୋ ୪୦ ରନ ଓ ଦୁନିଥ ଓ୍ଵେଲାଲାଗେ ୩୯ ରନ କରିଥିଲେ। ଏହି ବିଜୟ ସହ ଶ୍ରୀଲଙ୍କା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି। ନିର୍ଣ୍ଣାୟକ ମ୍ୟାଚ୍ ଅଗଷ୍ଟ ୭ ତାରିଖରେ ଖେଳାଯିବ।
୨୪୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ଓପନିଂରେ ୯୭ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ରୋହିତ ଶର୍ମା ଟି-୨୦ ଶୈଳୀରେ ବ୍ୟାଟିଂ କରି ୨୯ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ରୋହିତ ୪୪ ବଲ୍ରେ ୬୪ ରନ କରିଥିଲେ। ଏଥିରେ ୫ ଚୌକା ଓ ୪ ଛକା ସାମିଲ। ଅନ୍ୟପଟେ ଗିଲ୍ ୩୫ ରନର ଯୋଗଦାନ ଦେଇଥିଲେ।
ରୋହିତ ଓ ଗିଲ୍ ଉଭୟଙ୍କୁ ଆଉଟ୍ କରି ଭାଣ୍ଡରସେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ କରିଥିଲେ। ବିଶେଷ କରି ଭାଣ୍ଡରସେଙ୍କ ଶାଣିତ ବୋଲିଂ ଆଗରେ ବ୍ୟାଟର ତିଷ୍ଠି ପାରି ନ ଥିଲେ। ଶିବମ ଦୁବେ ଖାତା ଖୋଲି ପାରି ନ ଥିଲେ। ବିରାଟ କୋହଲିଙ୍କୁ ଜୀବନ ଦାନ ମିଳିଥିଲେ ହେଁ ଫାଇଦା ଉଠାଇ ପାରି ନ ଥିଲେ। ସେ ୧୪ ରନ କରି ଆଉଟ୍ ହୋଇଥିଲେ। ଶ୍ରେୟସ ଆୟର ଓ କେଏଲ ରାହୁଲ କ୍ରମଶଃ ୭ ରନ ଓ ଶୂନ୍ୟ ରନ କରି ପାଭିଲିୟନ ଫେରିଥିଲେ। ଏହି ପରି ୯୭ ରନ କରି କୌଣସି ଓ୍ଵିକେଟ୍ ହରାଇ ନ ଥିବା ଭାରତ ୧୪୭ ରନରେ ୬ ଓ୍ଵିକେଟ୍ ହରାଇଥିଲା। ଦଳ ୫୦ ରନ ଭିତରେ ୬ ଓ୍ଵିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା।
ମଧ୍ୟକ୍ରମ ଏବଂ ନିମ୍ନକ୍ରମରେ ଅକ୍ଷର ପଟେଲ୍ ସଂଗର୍ଷ କରିଥିଲେ। ସେ ଗୋଟିଏ ପଟେ ଇନିଂସ ସମ୍ଭାଳିଥିଲେ ହେଁ ଅନ୍ୟପଟେ କୌଣସି ବ୍ୟାଟର ସହାୟତା କରି ପାରି ନ ଥିଲେ। ଅକ୍ଷର ପଟେଲ ୪୪ ବଲରୁ ୪୪ ରନ କରି ଆଉଟ୍ ହେବା ପରେ ଭାରତର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଶେଷରେ ଦଳ ୪୨.୨ ଓଭରରେ ୨୦୮ ରନରେ ଅଲଆଉଟ୍ ହୋଇଥିଲା।