ଭାରତ ଅପେକ୍ଷା ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଚୀନ ଉପରେ ଅଧିକ ଶୁଳ୍କ ଲଗାଲେ ଟ୍ରମ୍ପ
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ ତାରିଖରେ ବିଶ୍ୱର ଏକାଧିକ ଦେଶ ଉପରେ ରେସିପ୍ରୋକାଲ ଟାରିଫ(ପଲଟା ଶୁଳ୍କ) ଲଗାଇଛନ୍ତି। ଯାହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଆମେରିକୀୟ ଉତ୍ପାଦ ଆମଦାନୀ ଉପରେ ବିଭିନ୍ନ ଦେଶ ଲାଗୁ କରୁଥିବା ଉଚ୍ଚ ଶୁଳ୍କ ପ୍ରତିବାଦରେ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଏହି ପାଲଟା ଶୁଳ୍କ ଲଗାଇଛନ୍ତି। ଟ୍ରମ୍ପଙ୍କ ଶୁଳ୍କରେ ଭାରତ ବି ବାଦ ପଡ଼ି ନାହିଁ। ଖାଲି ଭାରତ କାହିଁକି ଭାରତର ପଡ଼ୋଶୀ ଚୀନ, ପାକିସ୍ତାନ, ବାଂଲାଦେଶ ଓ ନିକଟରେ ଭୂମିକମ୍ପରେ ଧ୍ୱଂଶ ହୋଇଯାଇଥିବା ମିଆଁମାର ଉପରେ ମଧ୍ୟ ଶୁଳ୍କ ଲାଗୁ କରାଯାଇଛି। ଟ୍ରମ୍ପ ଏଭଳି ୬୦ ରୁ ଅଧିକ ଦେଶ ଉପରେ ରେସିପ୍ରୋକଲ ଟାରିଫ ଲାଗୁ କରିଛନ୍ତି। ପଢନ୍ତୁ- ଶତ୍ରୁଙ୍କୁ ଛାଡ଼, ମିତ୍ରଙ୍କୁ ମାଡ଼; ଟ୍ରମ୍ପଙ୍କ ଟାରିଫ୍ ତାଲିକାରୁ ଋଷ୍ ଓ ନର୍ଥ କୋରିଆ ବାଦ୍ଏହି କ୍ରମରେ ଭାରତୀୟ ରପ୍ତାନୀକୁ ମଧ୍ୟ ଏପ୍ରିଲ ୯ ତାରିଖରୁ ଟ୍ରମ୍ପଙ୍କ ୨୭ ପ୍ରତିଶତ ପାଲଟା ଶୁଳ୍କର ସାମ୍ନା କରିବାକୁ ପଡ଼ିବ। ଟ୍ରମ୍ପ କହିଛନ୍ତି ଯେ ଭାରତ ଉପରେ ରିହାତି ପାଲଟା ଶୁଳ୍କ ଲାଗୁ କରାଯାଇଛି।ହ୍ୱାଇଟ୍ ହାଉସ୍ ଅନୁଯାୟୀ, ଭାରତ ଆମେରିକା ଉପରେ ୫୨ ପ୍ରତିଶତ ଶୁଳ୍କ ଲାଗୁ କରୁଛି। ତଥାପି, ବିଦେଶୀ ନିର୍ମିତ କାର ଏବଂ ଅଟୋ ପାର୍ଟସ, ଯାହା ଉପରେ ପୂର୍ବରୁ ୨୫ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି, ସେଗୁଡ଼ିକୁ ଟ୍ରମ୍ପଙ୍କ ରାଶିପ୍ରୋକାଲ ଶୁଳ୍କରୁ ବାଦଦିଆଯାଇଛି। ଏହା ବ୍ୟତୀତ, ତମ୍ବା, ଔଷଧ
ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ଏପ୍ରିଲ ୨ ତାରିଖରେ ବିଶ୍ୱର ଏକାଧିକ ଦେଶ ଉପରେ ରେସିପ୍ରୋକାଲ ଟାରିଫ(ପଲଟା ଶୁଳ୍କ) ଲଗାଇଛନ୍ତି। ଯାହାକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଆମେରିକୀୟ ଉତ୍ପାଦ ଆମଦାନୀ ଉପରେ ବିଭିନ୍ନ ଦେଶ ଲାଗୁ କରୁଥିବା ଉଚ୍ଚ ଶୁଳ୍କ ପ୍ରତିବାଦରେ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଏହି ପାଲଟା ଶୁଳ୍କ ଲଗାଇଛନ୍ତି।
ଟ୍ରମ୍ପଙ୍କ ଶୁଳ୍କରେ ଭାରତ ବି ବାଦ ପଡ଼ି ନାହିଁ। ଖାଲି ଭାରତ କାହିଁକି ଭାରତର ପଡ଼ୋଶୀ ଚୀନ, ପାକିସ୍ତାନ, ବାଂଲାଦେଶ ଓ ନିକଟରେ ଭୂମିକମ୍ପରେ ଧ୍ୱଂଶ ହୋଇଯାଇଥିବା ମିଆଁମାର ଉପରେ ମଧ୍ୟ ଶୁଳ୍କ ଲାଗୁ କରାଯାଇଛି। ଟ୍ରମ୍ପ ଏଭଳି ୬୦ ରୁ ଅଧିକ ଦେଶ ଉପରେ ରେସିପ୍ରୋକଲ ଟାରିଫ ଲାଗୁ କରିଛନ୍ତି।
ପଢନ୍ତୁ- ଶତ୍ରୁଙ୍କୁ ଛାଡ଼, ମିତ୍ରଙ୍କୁ ମାଡ଼; ଟ୍ରମ୍ପଙ୍କ ଟାରିଫ୍ ତାଲିକାରୁ ଋଷ୍ ଓ ନର୍ଥ କୋରିଆ ବାଦ୍
ଏହି କ୍ରମରେ ଭାରତୀୟ ରପ୍ତାନୀକୁ ମଧ୍ୟ ଏପ୍ରିଲ ୯ ତାରିଖରୁ ଟ୍ରମ୍ପଙ୍କ ୨୭ ପ୍ରତିଶତ ପାଲଟା ଶୁଳ୍କର ସାମ୍ନା କରିବାକୁ ପଡ଼ିବ। ଟ୍ରମ୍ପ କହିଛନ୍ତି ଯେ ଭାରତ ଉପରେ ରିହାତି ପାଲଟା ଶୁଳ୍କ ଲାଗୁ କରାଯାଇଛି।
ହ୍ୱାଇଟ୍ ହାଉସ୍ ଅନୁଯାୟୀ, ଭାରତ ଆମେରିକା ଉପରେ ୫୨ ପ୍ରତିଶତ ଶୁଳ୍କ ଲାଗୁ କରୁଛି। ତଥାପି, ବିଦେଶୀ ନିର୍ମିତ କାର ଏବଂ ଅଟୋ ପାର୍ଟସ, ଯାହା ଉପରେ ପୂର୍ବରୁ ୨୫ ପ୍ରତିଶତ ଶୁଳ୍କ ଲାଗୁ ହୋଇଛି, ସେଗୁଡ଼ିକୁ ଟ୍ରମ୍ପଙ୍କ ରାଶିପ୍ରୋକାଲ ଶୁଳ୍କରୁ ବାଦଦିଆଯାଇଛି। ଏହା ବ୍ୟତୀତ, ତମ୍ବା, ଔଷଧ, ସେମିକଣ୍ଡକ୍ଟର, ଖଣିଜ ଏବଂ ଅନେକ ଶକ୍ତି ଉତ୍ପାଦ ଉପରେ ମଧ୍ୟ ଶୁଳ୍କ ଛାଡ଼ ରହିଛି।
ପଢନ୍ତୁ- ଥାଇଲାଣ୍ଡରେ ରାତ୍ରୀ ଭୋଜନ ପାଇଁ ପ୍ରଥମ ଥର ଏକାଠି ବସିଲେ ନରେନ୍ଦ୍ର ମୋଦୀ ଓ ମହମ୍ମଦ ୟୁନୁସ
ବଡ଼ କଥା ହେଲା ଆମେରିକା ଭାରତର ଦୁଇ ପଡ଼ୋଶୀ ଦେଶ ଉପରେ ଭାରତ ଅପେକ୍ଷା ଅଧିକ ଶୁଳ୍କ ଲାଗୁ କରିଛି ଆମେରିକା। ରାଷ୍ଟ୍ରପତି ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଏବଂ ପାକିସ୍ତାନ ଉପରେ ୩୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ସେହିପରି ବାଂଲାଦେଶ ଉପରେ ୩୭ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି। ଭୂମିକମ୍ପ ଯୋଗୁ ଦୁର୍ବଳ ସ୍ଥିତିରେ ଥିବା ମିଆଁମାର ଉପରେ ମଧ୍ୟ ଟ୍ରମ୍ପ ୪ ପ୍ରତିଶତ ପାଲଟା ଶୁଳ୍କ ଲାଗୁ କରିଛନ୍ତି।