ଭାରତ ଆସିବେ ମସ୍କ; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତାକୁ କହିଲେ ସମ୍ମାନର ବିଷୟ
ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଭାରତ ଆସିବେ । ସ୍ପେଶ୍-ଏକ୍ସ ସିଇଓ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ଏଭଳି କିଛି ସଂକେତ ମିଳିଛି । ଚଳିତ ବର୍ଷ ଶେଷ ଆଡ଼କୁ ମସ୍କ ଭାରତ ଆସିପାରନ୍ତି ବୋଲି କୁହାଯାଉଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏଲନ୍ ମସ୍କ ଟେଲିକନଫରେସିଂରେ କଥା ହୋଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଂଗକୁ ନେଇ ଆଲୋଚନା ହୋଇଥିଲା । ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ସ୍ପେଶ-ଏକ୍ସ ସିଇଓ ଏଲନ ମସ୍କ । ସେ ଏଥିରେ ଲେଖିଛନ୍ତି, 'ପିଏମ୍ ମୋଦିଙ୍କ ସହିତ ଆଲୋଚନା କରିବା ମୋ ପାଇଁ ସମ୍ମାନର କଥା । ଭାରତ ଆସିବା ପାଇଁ ମୁଁ ଉତ୍ସୁକତାର ସହିତ ଅପେକ୍ଷା କରିଛି' । ଚଳିତ ବର୍ଷ ଶେଷ ଆଡ଼କୁ ଭାରତ ଆସିପାରେ ବୋଲି ମସ୍କ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ଭାରତ ଓ ଆମେରିକା ସହିତ ବିଭିନ୍ନ ପ୍ରସଂଗକୁ ନେଇ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏଲନ୍ ମସ୍କଙ୍କ ସହ କଥା ହୋଇଥିବା କହିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ଟେକ୍ନୋଲୋଜି, ମହାକାଶ ଅନୁସନ୍ଧାନ, କୃତ୍ରିମ ବୁଦ୍ଧିମତା, ଇନୋଭେସନ ଓ ସ୍ଥିର ବିକାଶ କ୍ଷେତ୍ରରେ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ଏହି ସବୁ କ୍ଷେତ୍ରରେ ଆଗକୁ ଦ୍ରୁତ ବିକାଶର ସମ
ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଭାରତ ଆସିବେ । ସ୍ପେଶ୍-ଏକ୍ସ ସିଇଓ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ପରେ ଏଭଳି କିଛି ସଂକେତ ମିଳିଛି । ଚଳିତ ବର୍ଷ ଶେଷ ଆଡ଼କୁ ମସ୍କ ଭାରତ ଆସିପାରନ୍ତି ବୋଲି କୁହାଯାଉଛି ।
ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏଲନ୍ ମସ୍କ ଟେଲିକନଫରେସିଂରେ କଥା ହୋଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଂଗକୁ ନେଇ ଆଲୋଚନା ହୋଇଥିଲା । ଏହାକୁ ନେଇ ସୋସିଆଲ୍ ମିଡିଆରେ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ସ୍ପେଶ-ଏକ୍ସ ସିଇଓ ଏଲନ ମସ୍କ । ସେ ଏଥିରେ ଲେଖିଛନ୍ତି, 'ପିଏମ୍ ମୋଦିଙ୍କ ସହିତ ଆଲୋଚନା କରିବା ମୋ ପାଇଁ ସମ୍ମାନର କଥା । ଭାରତ ଆସିବା ପାଇଁ ମୁଁ ଉତ୍ସୁକତାର ସହିତ ଅପେକ୍ଷା କରିଛି' । ଚଳିତ ବର୍ଷ ଶେଷ ଆଡ଼କୁ ଭାରତ ଆସିପାରେ ବୋଲି ମସ୍କ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ଭାରତ ଓ ଆମେରିକା ସହିତ ବିଭିନ୍ନ ପ୍ରସଂଗକୁ ନେଇ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏଲନ୍ ମସ୍କଙ୍କ ସହ କଥା ହୋଇଥିବା କହିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ଟେକ୍ନୋଲୋଜି, ମହାକାଶ ଅନୁସନ୍ଧାନ, କୃତ୍ରିମ ବୁଦ୍ଧିମତା, ଇନୋଭେସନ ଓ ସ୍ଥିର ବିକାଶ କ୍ଷେତ୍ରରେ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ଏହି ସବୁ କ୍ଷେତ୍ରରେ ଆଗକୁ ଦ୍ରୁତ ବିକାଶର ସମ୍ଭାବନା ଅଧିକ ରହିଛି । ଭାରତ ଓ ଆମେରିକା, ବୁଝାମଣାକୁ ଆଗକୁ ବଢ଼ାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଅର୍ଥାତ୍ ଦୁଇ ଦେଶ ମିଳିତ ଭାବେ ଟେକ୍ନୋଲୋଜି ଓ ଇନୋଭେସନକୁ ଆହୁରି ଆଗକୁ ନେବେ । ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷୀକ ସମ୍ପର୍କ ବଢ଼ିବା ସହିତ ଟେକ୍ନୋଲୋଜି କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ ହେବ ।
ଅନ୍ୟପଟେ ମସ୍କଙ୍କ ଭାରତ ଗସ୍ତ ଘୋଷଣା ଏପରି ସମୟରେ ହୋଇଛି, ଯେତେବେଳେ ସ୍ପେଶ-ଏକ୍ସ ମାଲିକାନାରେ ଥିବା ଷ୍ଟାରଲିଙ୍କ୍ ଭାରତୀୟ ଟେଲିକମ୍ କମ୍ପାନୀ ଜିଓ ଓ ଏୟାରଟେଲ୍ ସହିତ ସହଭାଗୀତା କରିବାକୁ ଯାଉଛି । ଷ୍ଟାରଲିଙ୍କ୍ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଯାଉଥିବା ବେଳେ ଏହାର ସରକାରଙ୍କ ଅନୁମୋଦନ ଆପେକ୍ଷାରେ ରହିଛି ।