ଭାରତ ଆସୁଥିବା ଇସ୍ରାଏଲୀ ଜାହାଜକୁ କବଜା କଲା ଇରାନ : ରିପୋର୍ଟ
ନୂଆଦିଲ୍ଲୀ: ଇରାନର ରିଭୋଲ୍ୟୁସନରୀ ଗାର୍ଡ୍ସ ଶନିବାର ଇସ୍ରାଏଲ ସହ ଜଡିତ ଏକ କଣ୍ଟେନର ଜାହାଜ ଉପରେ କବଜା କରିଛି । ଦେଶର ସରକାରୀ ମିଡିଆ ଏହି ସୂଚନା ଦେଇଛି । ଇରାନ ପକ୍ଷରୁ ଜହାଜ କବଜା ଘୋଷଣା ପରେ ଇସ୍ରାଏଲ ସେନା ଶନିବାର ଚେତାବନୀ ଦେଇଛି ଯେ ଇରାନକୁ କ୍ଷେତ୍ରରେ ସଂଘର୍ଷ ବଢାଇବାର ପରିମାଣ ଭୋଗିବାକୁ ପଡ଼ିବ । ସୈନ୍ୟ ମୁଖପାତ୍ର ଡାନିଏଲ ହଗାରୀ ଏକ ବୟାନରେ କହିଛନ୍ତି, ଇରାନକୁ ସ୍ଥିତି ଖରାପ କରିବା ପରିମାଣ ଭୋଗିବାକୁ ପଡ଼ିବ ।ଷ୍ଟେଟ୍ ନ୍ୟୁଜ୍ ଏଜେନ୍ସି ଆଇଆରଏନଏ କହିଛନ୍ତି, ଏମସିଏସ ଏରିଜ ନାମକ ଏକ କଣ୍ଟେନର ଜାହାଜକୁ ସେପାହ (ଗାର୍ଡ) ନେଭି ସ୍ପେଶାଲ ଫୋର୍ସ ହେଲିବର୍ଣ୍ଣ ଅପରେସନରେ କବଜା କରିଛି । ଏହି ଜାହାଜ ଏବେ ଇରାନର ଅଧିକାରର ସାମୁଦ୍ରିକ କ୍ଷେତ୍ରକୁ ପଠାଯାଇଛି ।ଇରାନର ରିପୋର୍ଟ ଏପରି ସମୟରେ ଆସିଛି, ଯେତେବେଳେ ଦୁଇ ସାମୁଦ୍ରିକ ଏଜେନ୍ସି କହିଛି ଯେ କ୍ଷେତ୍ରୀୟ ଅଧିକାରୀମାନେ ୟୁଏଇର କୂଳରୁ କବଜା କରିଛି । ଘଟଣାକୁ ନେଇ ରୟାଲ ନେଭିର ୟୁନାଇଟେଡ କିଙ୍ଗଡମ ମେରିଟାଇମ ଡ୍ରେଡ୍ ଅପରେସନ ଏଜେନ୍ସି ମଧ୍ୟ କହିଛି ଯେ, ଜାହାଜକୁ କ୍ଷେତ୍ରୀୟ ଅଧିକାରୀଙ୍କ ଦ୍ୱାରା ଫୁଜୋରାହ ଉପକୂଳରୁ କବଜା କରାଯିବା ସୂଚନା ମିଳିଛି । ସୁରକ୍ଷା ଫାର୍ମ ଏମ୍ୱ୍ରୋ କହିଛି ଯେ ଅନ୍ତତଃ ତିନି ଜଣ ବ୍ୟକ୍ତି ହେଲିକପ୍ଟରରୁ ଏକ କଣ୍ଟେନର ଜାହାଜ ଉପରେ ଓହ୍ଲାଉଥିବା ଫୁଟେଜ ଦେଖିବାକୁ ମିଳିଛି । ଫାର୍ମ କହିଛି, ଇରାନର ରିଭୋଲ୍ୟୁସନରୀ ଗାର୍ଡ୍ସ
ନୂଆଦିଲ୍ଲୀ: ଇରାନର ରିଭୋଲ୍ୟୁସନରୀ ଗାର୍ଡ୍ସ ଶନିବାର ଇସ୍ରାଏଲ ସହ ଜଡିତ ଏକ କଣ୍ଟେନର ଜାହାଜ ଉପରେ କବଜା କରିଛି । ଦେଶର ସରକାରୀ ମିଡିଆ ଏହି ସୂଚନା ଦେଇଛି । ଇରାନ ପକ୍ଷରୁ ଜହାଜ କବଜା ଘୋଷଣା ପରେ ଇସ୍ରାଏଲ ସେନା ଶନିବାର ଚେତାବନୀ ଦେଇଛି ଯେ ଇରାନକୁ କ୍ଷେତ୍ରରେ ସଂଘର୍ଷ ବଢାଇବାର ପରିମାଣ ଭୋଗିବାକୁ ପଡ଼ିବ । ସୈନ୍ୟ ମୁଖପାତ୍ର ଡାନିଏଲ ହଗାରୀ ଏକ ବୟାନରେ କହିଛନ୍ତି, ଇରାନକୁ ସ୍ଥିତି ଖରାପ କରିବା ପରିମାଣ ଭୋଗିବାକୁ ପଡ଼ିବ ।
ଷ୍ଟେଟ୍ ନ୍ୟୁଜ୍ ଏଜେନ୍ସି ଆଇଆରଏନଏ କହିଛନ୍ତି, ଏମସିଏସ ଏରିଜ ନାମକ ଏକ କଣ୍ଟେନର ଜାହାଜକୁ ସେପାହ (ଗାର୍ଡ) ନେଭି ସ୍ପେଶାଲ ଫୋର୍ସ ହେଲିବର୍ଣ୍ଣ ଅପରେସନରେ କବଜା କରିଛି । ଏହି ଜାହାଜ ଏବେ ଇରାନର ଅଧିକାରର ସାମୁଦ୍ରିକ କ୍ଷେତ୍ରକୁ ପଠାଯାଇଛି ।
ଇରାନର ରିପୋର୍ଟ ଏପରି ସମୟରେ ଆସିଛି, ଯେତେବେଳେ ଦୁଇ ସାମୁଦ୍ରିକ ଏଜେନ୍ସି କହିଛି ଯେ କ୍ଷେତ୍ରୀୟ ଅଧିକାରୀମାନେ ୟୁଏଇର କୂଳରୁ କବଜା କରିଛି । ଘଟଣାକୁ ନେଇ ରୟାଲ ନେଭିର ୟୁନାଇଟେଡ କିଙ୍ଗଡମ ମେରିଟାଇମ ଡ୍ରେଡ୍ ଅପରେସନ ଏଜେନ୍ସି ମଧ୍ୟ କହିଛି ଯେ, ଜାହାଜକୁ କ୍ଷେତ୍ରୀୟ ଅଧିକାରୀଙ୍କ ଦ୍ୱାରା ଫୁଜୋରାହ ଉପକୂଳରୁ କବଜା କରାଯିବା ସୂଚନା ମିଳିଛି ।
ସୁରକ୍ଷା ଫାର୍ମ ଏମ୍ୱ୍ରୋ କହିଛି ଯେ ଅନ୍ତତଃ ତିନି ଜଣ ବ୍ୟକ୍ତି ହେଲିକପ୍ଟରରୁ ଏକ କଣ୍ଟେନର ଜାହାଜ ଉପରେ ଓହ୍ଲାଉଥିବା ଫୁଟେଜ ଦେଖିବାକୁ ମିଳିଛି । ଫାର୍ମ କହିଛି, ଇରାନର ରିଭୋଲ୍ୟୁସନରୀ ଗାର୍ଡ୍ସ ପୂର୍ବରୁ ବି ଜାହାଜରେ ଚଢିବା ପାଇଁ ଏହିପରି ଉପାୟ ଆପଣାଇ ସାରିଛି ।