ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୪ର୍ଥ ମୁକାବିଲା କେବେ, କେଉଁଠି ଖେଳାଯିବ, ଜାଣନ୍ତୁ ସବୁକିଛି…
ନୂଆଦିଲ୍ଲୀ,୧୯।୩: ରାଜକୋଟ ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ରହିଛି। ଇଂଲଣ୍ଡ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଥିବା ବେଳେ ଟିମ ଇଣ୍ଡିଆ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତିଛି। ଏହି ସିରିଜରେ ଭାରତୀୟ ଦଳ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି। ଏଭଳି ପରିସ୍ଥିତିରେ ସିରିଜର ଚତୁର୍ଥ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଇଂଲଣ୍ଡ ଏହି ସିରିଜ ଜିତିବାକୁ ଚାହୁଁଛି, ତେବେ କୌଣସି ମୂଲ୍ୟରେ […] The post ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୪ର୍ଥ ମୁକାବିଲା କେବେ, କେଉଁଠି ଖେଳାଯିବ, ଜାଣନ୍ତୁ ସବୁକିଛି… appeared first on Dharitri Odia News.
ନୂଆଦିଲ୍ଲୀ,୧୯।୩: ରାଜକୋଟ ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏକ ରୋମାଞ୍ଚକର ମୋଡ଼ରେ ରହିଛି। ଇଂଲଣ୍ଡ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଥିବା ବେଳେ ଟିମ ଇଣ୍ଡିଆ ପରବର୍ତ୍ତୀ ଦୁଇଟି ମ୍ୟାଚ ଜିତିଛି। ଏହି ସିରିଜରେ ଭାରତୀୟ ଦଳ ବର୍ତ୍ତମାନ ୨-୧ରେ ଆଗୁଆ ରହିଛି। ଏଭଳି ପରିସ୍ଥିତିରେ ସିରିଜର ଚତୁର୍ଥ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଇଂଲଣ୍ଡ ଏହି ସିରିଜ ଜିତିବାକୁ ଚାହୁଁଛି, ତେବେ କୌଣସି ମୂଲ୍ୟରେ ସିରିଜର ଅବଶିଷ୍ଟ ଉଭୟ ମ୍ୟାଚ ଜିତିବାକୁ ପଡ଼ିବ। ଏଥି ସହିତ ଭାରତୀୟ ଦଳ ମଧ୍ୟ ନିଜର ବିଜୟ ଧାରାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ପରବର୍ତ୍ତୀ ମ୍ୟାଚରେ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିବା ଦେଖିବାକୁ ମିଳିବ।
ଭାରତ ଏବଂ ଇଂଲଣ୍ଡର ଦଳ ବର୍ତ୍ତମାନ ରାଞ୍ଚିରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ଏଠାରେ ଥିବା ଜେଏସସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯିବ । ୨୦୧୭ରେ ପ୍ରଥମ ଥର ପାଇଁ ଏଠାରେ ଏକ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କେବଳ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯାଇଛ। ଏଠାରେ ଟିମ ଇଣ୍ଡିଆ ଗୋଟିଏ ମ୍ୟାଚ ଜିତିଛି ଏବଂ ଗୋଟିଏ ମ୍ୟାଚ ଡ୍ର ହୋଇଛି।
ଉଭୟଙ୍କ ମଧ୍ୟରେ ପରବର୍ତ୍ତୀ ସଂଘର୍ଷ ୨୩ ଫେବୃଆରୀରୁ ହେବ। ଏହି ମ୍ୟାଚ ଶୁକ୍ରବାର ସକାଳ ୯.୩୦ରେ ଆରମ୍ଭ ହେବ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଜିଓ ସିନେମା ଆପରେ ମଧ୍ୟ ମାଗଣାରେ ଉପଲବ୍ଧ ହେବ। ସ୍ପୋର୍ଟସ -୧୮ ନେଟୱାର୍କର ଚ୍ୟାନେଲରେ ଲାଇଭ ଟେଲିକାଷ୍ଟ ଦେଖିବାକୁ ମିଳିବ।
The post ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ୪ର୍ଥ ମୁକାବିଲା କେବେ, କେଉଁଠି ଖେଳାଯିବ, ଜାଣନ୍ତୁ ସବୁକିଛି… appeared first on Dharitri Odia News.