ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ, କ୍ଲିନ ସୁଇପ୍ ଲକ୍ଷ୍ୟରେ ରୋହିତ ବ୍ରିଗେଡ୍
ଅହମଦାବାଦ ,୧୧/୦୨: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ଦିନିକିଆ । ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜ କବ୍ଜା କରିସାରିଥିବା ଭାରତ ଏଥର କ୍ଲିନ୍ ସୁଇପ୍ ପାଇଁ ପ୍ରସ୍ତୁତ ରହିଛି । ଇଂଲଣ୍ଡ ମଧ୍ୟ ବିଜୟ ସହ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ମନୋବଳ ବଢ଼ାଇବାକୁ ଆଶା ରଖିଛି । ଗତ ୨୦୨୩ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପରେ ଭାରତୀୟ ଦଳ ପ୍ରଥମ କରି ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ଏକ ଦିନିକିଆ ଖେଳିବାକୁ ଯାଉଛି । ଉକ୍ତ ଫାଇନାଲ ମ୍ୟାଚ୍କୁ ଭାରତୀୟ କ୍ରିକେଟ୍ ପ୍ରେମୀ ଭୁଲିବା କଷ୍ଟକର । ରୋହିତ ଶର୍ମା ଓ ସାଥୀ ଗ୍ରାଉଣ୍ଡରେ ପ୍ରବେଶ କରିବା ମାତ୍ରେ ଫାଇନାଲ୍ ମ୍ୟାଚ୍ର ଚିତ୍ର ସବୁ ଆଖି ଆଗରେ ଭାସି ଉଠିବ । ତଥାପି ସବୁ ଭାବନାକୁ ନିୟନ୍ତ୍ରଣରେ ରଖି ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସମସ୍ତ ତ୍ରୁଟି ସୁଧାରିବା ଆବଶ୍ୟକ ରହିଥିଲା । ପ୍ରଥମ ୨ଟି ମ୍ୟାଚ୍ ଜିତି ଭାରତ ପ୍ରାୟତଃ ସବୁ ଦୁର୍ବଳତା ଦୂର କରିସାରିଛି । କେବଳ ସିନିୟର ଖେଳାଳିଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ରହିଛି । ଭାରତୀୟ ଦଳର ୩ ସିନିୟର ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଫର୍ମକୁ ନେଇ ଗତ କିଛିଦିନ ହେଲା ଜୋରଦାର ଚର୍ଚ୍ଚା ଚାଲିଥିଲା । ରୋହିତ ଅବସର ନିଅନ୍ତୁ ବୋଲି ଅନେକ ମତ ଦେଇଥିଲେ । ଏପରିକି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ତାଙ୍କୁ ଦଳରୁ ବାଦ ଦେଇ
ଅହମଦାବାଦ ,୧୧/୦୨: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ଖେଳାଯିବ ତୃତୀୟ ଦିନିକିଆ । ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜ କବ୍ଜା କରିସାରିଥିବା ଭାରତ ଏଥର କ୍ଲିନ୍ ସୁଇପ୍ ପାଇଁ ପ୍ରସ୍ତୁତ ରହିଛି । ଇଂଲଣ୍ଡ ମଧ୍ୟ ବିଜୟ ସହ ଆଗାମୀ ଚାମ୍ପିଅନ୍ସ ଟ୍ରଫି ପାଇଁ ମନୋବଳ ବଢ଼ାଇବାକୁ ଆଶା ରଖିଛି । ଗତ ୨୦୨୩ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପରେ ଭାରତୀୟ ଦଳ ପ୍ରଥମ କରି ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ଏକ ଦିନିକିଆ ଖେଳିବାକୁ ଯାଉଛି । ଉକ୍ତ ଫାଇନାଲ ମ୍ୟାଚ୍କୁ ଭାରତୀୟ କ୍ରିକେଟ୍ ପ୍ରେମୀ ଭୁଲିବା କଷ୍ଟକର ।
ରୋହିତ ଶର୍ମା ଓ ସାଥୀ ଗ୍ରାଉଣ୍ଡରେ ପ୍ରବେଶ କରିବା ମାତ୍ରେ ଫାଇନାଲ୍ ମ୍ୟାଚ୍ର ଚିତ୍ର ସବୁ ଆଖି ଆଗରେ ଭାସି ଉଠିବ । ତଥାପି ସବୁ ଭାବନାକୁ ନିୟନ୍ତ୍ରଣରେ ରଖି ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସମସ୍ତ ତ୍ରୁଟି ସୁଧାରିବା ଆବଶ୍ୟକ ରହିଥିଲା । ପ୍ରଥମ ୨ଟି ମ୍ୟାଚ୍ ଜିତି ଭାରତ ପ୍ରାୟତଃ ସବୁ ଦୁର୍ବଳତା ଦୂର କରିସାରିଛି ।
କେବଳ ସିନିୟର ଖେଳାଳିଙ୍କ ଫର୍ମକୁ ନେଇ ଦଳ ଚିନ୍ତିତ ରହିଛି । ଭାରତୀୟ ଦଳର ୩ ସିନିୟର ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ଫର୍ମକୁ ନେଇ ଗତ କିଛିଦିନ ହେଲା ଜୋରଦାର ଚର୍ଚ୍ଚା ଚାଲିଥିଲା । ରୋହିତ ଅବସର ନିଅନ୍ତୁ ବୋଲି ଅନେକ ମତ ଦେଇଥିଲେ । ଏପରିକି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ତାଙ୍କୁ ଦଳରୁ ବାଦ ଦେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଚୟନ କରାଯିବ ବୋଲି ସୋସିଆଲ ମିଡ଼ିଆରେ ଆଲୋଚନା ଜୋର ଧରିଥିଲା ।
ବାରବାଟୀ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ରୋହିତ ଶତକ ଅର୍ଜନ କରି ଫର୍ମକୁ ଫେରିବା ସହ ସବୁ ସମାଲୋଚକଙ୍କୁ ଚୁପ୍ କରିସାରିଛନ୍ତି । ଏବେ କୋହଲି ଓ ରାହୁଲଙ୍କ ଉପରେ ନଜର । କୋହଲି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମକୁ ଫେରିବା ଜରୁରି । ରୋହିତ ଆଉ ୧୩ ରନ୍ କଲେ ଦିନିକିଆ ଫର୍ମାଟ୍ରେ ୧୧,୦୦୦ ରନ୍ ପୂରଣ କରିବେ ।
ସେହିପରି କୋହଲି ୮୯ ରନ କଲେ ତୃତୀୟ ବ୍ୟାଟର ଭାବେ ୧୪,୦୦୦ ଦିନିକିଆ ରନ୍ କ୍ଲବ୍ରେ ସାମିଲ ହେବେ । କେବଳ ସଚିନ ତେନ୍ଦୁଲକର ଓ କୁମାର ସାଙ୍ଗାକରା ଏହି କ୍ଲବରେ ରହିଛନ୍ତି । ରାହୁଲଙ୍କୁ ବିଶ୍ରାମ ମିଳିପାରେ । ଦଳରେ ଦ୍ୱିତୀୟ ୱିକେଟ୍ କିପର ଭାବେ ରିଷଭ ପନ୍ତ ରହିଛନ୍ତି । ରାହୁଲ ପ୍ରଥମ ୨ଟି ମ୍ୟାଚ୍ରେ ବିଫଳ ହେବା ପରେ ପନ୍ତଙ୍କୁ ଏକ ସୁଯୋଗ ଦେବାର ଆବଶ୍ୟକତା ରହିଥିବା ଟିମ ମ୍ୟାନେଜମେଣ୍ଟ ଅନୁଭବ କରୁଛି ।
ଇଂଲଣ୍ଡ ମଧ୍ୟ ଏକାଦଶରେ ପରିବର୍ତ୍ତନ କରିବ । ଆହତ ହୋଇଥିବା ଜାକବ ବେଥେଲଙ୍କ ସ୍ଥାନରେ ଦଳକୁ ଆସିଥିବା ଟମ ବାଣ୍ଟନ ଏକାଦଶରେ ସ୍ଥାନ ପାଇପାରନ୍ତି । ସେହିପରି ଦ୍ୱିତୀୟ ଦିନିକିଆ ଖେଳିନଥିବା ଜୋଫ୍ରା ଆର୍ଚରଙ୍କୁ ପୁନର୍ବାର ଏକାଦଶକୁ ଡ଼ାକରା ମିଳିପାରେ ।
also read...
ICT ପୂର୍ବରୁ ଭାରତୀୟ ଟିମ୍କୁ ଝଟ୍କା, ଆହତ ଜନିତ କାରଣରୁ ବାଦ୍ ପଡିଲେ ବୁମ୍ରା